ବାଜପେୟୀଙ୍କ ଜନ୍ମଦିନରେ ଆରମ୍ଭ ହେବ ଭାଜପାର ନୂଆ ଇନିଂସ୍‌

ଅହମ୍ମଦାବାଦ୍‌: ଡିସେମ୍ବର ୨୫। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପାର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମଦିନ। ଏହିଦିନ ଗୁଜୁରାଟରେ ନୂଆ ସରକାର ଶପଥ ନେଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ମୁଖ୍ୟମନ୍ତ୍ରୀ ପଦବୀଟି କାହା ହାତକୁ ଯିବ ସେ ନେଇ ଏବେଠୁ ତର୍ଜମା ଆରମ୍ଭ ହେଲାଣି। ରାଜ୍ୟ ବିଧାନଭସଭା ନିର୍ବାଚନରେ ୯୯ଆସନ ଅକ୍ତିଆର କରି ଭାଜପା ସାରକାର ଗଢିବାକୁ ଯୋଗ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ତର୍ଜମା ସରିନାହିଁ। ରାଜ୍ୟ ନିର୍ବାଚନରେ […]

Vajpayee (1)

Vajpayee (1)

Rakesh Mallick
  • Published: Wednesday, 20 December 2017
  • Updated: 20 December 2017, 08:06 AM IST

Sports

Latest News

ଅହମ୍ମଦାବାଦ୍‌: ଡିସେମ୍ବର ୨୫। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାଜପାର ପ୍ରତିଷ୍ଠାତା ଅଟଳ ବିହାରୀ ବାଜପାୟୀଙ୍କ ଜନ୍ମଦିନ। ଏହିଦିନ ଗୁଜୁରାଟରେ ନୂଆ ସରକାର ଶପଥ ନେଇପାରେ ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ମୁଖ୍ୟମନ୍ତ୍ରୀ ପଦବୀଟି କାହା ହାତକୁ ଯିବ ସେ ନେଇ ଏବେଠୁ ତର୍ଜମା ଆରମ୍ଭ ହେଲାଣି।

ରାଜ୍ୟ ବିଧାନଭସଭା ନିର୍ବାଚନରେ ୯୯ଆସନ ଅକ୍ତିଆର କରି ଭାଜପା ସାରକାର ଗଢିବାକୁ ଯୋଗ୍ୟ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ ତର୍ଜମା ସରିନାହିଁ। ରାଜ୍ୟ ନିର୍ବାଚନରେ ଭାଜପା ଯେଭଳି ସ୍ଥିତି ହାସଲ କରିବାକୁ ଚିନ୍ତା କରିଥିଲା ସେଭଳି ହେଲାନାହିଁ। କଂଗ୍ରେସ ସହ କଡା ମୁକାବିଲା ପରେ ମାତ୍ର ୯୯ ଆସନରେ ସନ୍ତୁଷ୍ଟ ହେବାକୁ ପଡିଛି ଦଳକୁ। ନିର୍ବାଚନ ପ୍ରଚାର ସମୟରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍‌ ସାହା ବିଜୟ ରୁପାନିଙ୍କୁ ନେତା ଭାବ ପ୍ରଦର୍ଶନ କରି ନିର୍ବାଚନ ଲଢିଥିଲେ। ହେଲେ ଆଶାନୁରୂପ ସଫଳତା ମିଳି ନ ଥିବାରୁ ଦଳପତି ପରିବର୍ତ୍ତନ ଲାଗି ଚିନ୍ତା କରାଯାଉଛି ବୋଲି ଚର୍ଚ୍ଚା ହେଉଛି।

କେନ୍ଦ୍ରୀୟ ନେତୃତ୍ୱର ନିଷ୍ପତ୍ତି ସର୍ବମାନ୍ୟ ହେବ। ଏଣୁ ପ୍ରତୀକ୍ଷା ସେଇ ୨୫ ତାରିଖକୁ। କିଏ ମୁଖ୍ୟମନ୍ତ୍ରୀ ହୋଇ ଗୁଜୁରାଟ ସରକାରର ମଙ୍ଗ ଧରିବେ ସେ ନେଇ ଖୁବ୍‌ ଶିଘ୍ର ଜଣାପଡିବ ବୋଲି ଦଳର ଜଣେ ବରିଷ୍ଠ ନେତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos