ଏସବିଆଇ ଆକାଉଣ୍ଟଧାରୀଙ୍କ ପାଇଁ ସୂଚନା :ଏଣିକି କେତେ କଟିବ ଜାଣନ୍ତୁ

ଚଳିତ ଏପ୍ରିଲ ୧ରୁ ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ନୂଆ ନିୟମ ଲାଗୁ କରିଛି। ଗ୍ରାହକଙ୍କ ଆକାଉଣ୍ଟରେ ସର୍ବ ନିମ୍ନ କେତେ ଟଙ୍କା ରହିବ? ଏଟିଏମ କାରବାରରେ କେତେ ଚାର୍ଜେସ କଟିବ ସେ ବିଷୟରେ ଜାଣନ୍ତୁ। -ମେଟ୍ରୋ ସିଟି ପାଇଁ ସର୍ବନିମ୍ନ ଜମା: ୫୦୦୦ ଟଙ୍କା -ସହର (ଅର୍ବାନ)ପାଇଁ ସର୍ବନିମ୍ନ ଜମା:୩୦୦୦ଟଙ୍କା -ଛୋଟ ସହର(ସେମି ଅର୍ବାନ) ସର୍ବନିମ୍ନ ଜମା: ୨ ୦୦୦ଟଙ୍କା -ଗାଁ ପାଇଁ ସର୍ବନିମ୍ନ ଜମା: ୧୦୦୦ଟଙ୍କା -ଅକାଉଣ୍ଟ ଥିବା ବ୍ରାଞ୍ଚରେ ମାସରେ ୩ଥରରୁ ଅଧିକ ଟଙ୍କା […]

SBI

Rakesh Mallick
  • Published: Sunday, 02 April 2017
  • , Updated: 03 April 2017, 09:11 AM IST

ଚଳିତ ଏପ୍ରିଲ ୧ରୁ ଏସବିଆଇ(ଭାରତୀୟ ଷ୍ଟେଟ ବ୍ୟାଙ୍କ) ନୂଆ ନିୟମ ଲାଗୁ କରିଛି। ଗ୍ରାହକଙ୍କ ଆକାଉଣ୍ଟରେ ସର୍ବ ନିମ୍ନ କେତେ ଟଙ୍କା ରହିବ? ଏଟିଏମ କାରବାରରେ କେତେ ଚାର୍ଜେସ କଟିବ ସେ ବିଷୟରେ ଜାଣନ୍ତୁ।

-ମେଟ୍ରୋ ସିଟି ପାଇଁ ସର୍ବନିମ୍ନ ଜମା: ୫୦୦୦ ଟଙ୍କା

-ସହର (ଅର୍ବାନ)ପାଇଁ ସର୍ବନିମ୍ନ ଜମା:୩୦୦୦ଟଙ୍କା

-ଛୋଟ ସହର(ସେମି ଅର୍ବାନ) ସର୍ବନିମ୍ନ ଜମା: ୨ ୦୦୦ଟଙ୍କା

-ଗାଁ ପାଇଁ ସର୍ବନିମ୍ନ ଜମା: ୧୦୦୦ଟଙ୍କା

-ଅକାଉଣ୍ଟ ଥିବା ବ୍ରାଞ୍ଚରେ ମାସରେ ୩ଥରରୁ ଅଧିକ ଟଙ୍କା ଜମା କଲେ ୫୦ ଟଙ୍କା ଚାର୍ଜ କଟିବ

-ମାସରେ ଅନ୍ୟ ଏଟିଏମରୁ ୩ଥରରୁ ଅଧିକଥର ଟଙ୍କା ଉଠାଇଲେ ୨୦ ଟଙ୍କା କଟିବ

କେବଳ ଏସବିଆଇ ଏଟିଏମରୁ ମାସରେ ୫ ଥରରୁ ଅଧିକ ଥର ଟଙ୍କା ଉଠାଇଲେ ୧୦ ଟଙ୍କା କଟିବ

-ଏସଏମଏସ ଆଲର୍ଟ ପାଇଁ  ମାସକୁ ୧୫ ଟଙ୍କା କଟିବ

-ୟୁପିଆଇ ମାଧ୍ୟମରେ ୧୦୦୦ଟଙ୍କା ପର୍ଯ୍ୟନ୍ତ ନେଣଦେଣ କଲେ କୌଣସି ଟଙ୍କା କଟିବ ନାହିଁ

-ଏସବିଆଇ ଅକାଉଣ୍ଟରେ ୨୫ ହଜାରରୁ ଅଧିକ ଟଙ୍କା ଥିଲେ ସେହି ଏଟିଏମରେ ଟଙ୍କା ଉଠାଇଲେ କୌଣସି ଟଙ୍କା କଟିବ ନାହିଁ ଯାହା ଅନ୍ୟ ବ୍ୟାଙ୍କରେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଧାର୍ଯ୍ୟ ରହିଛି

Related story