ବାଜାଜ୍‌ର ନୂଆ ଅବତାର ‘Platina ComforTec’: ଜବରଦସ୍ତ ମାଇଲେଜ୍‌ 

ନୂଆଦିଲ୍ଲୀ: ବାଜାଜ୍‌ ଅଟୋର ସବୁଠୁ ଲୋକପ୍ରିୟ ମଡେଲ ‘ପ୍ଲାଟିନା’ ବାଇକ୍‌ର ନୂଆ ଚେହେରା। ନୂତନ ଅବତାରରେ ଆସିଛି ଏହି ବାଇକ୍‌। ଏହି ମଡେଲର ନାଁ ରହିଛି Platina ComforTec । ବାଇକ୍‌ର ବିଶେଷତ୍ୱ ହେଉଛି ଏଥିରେ LED ଡେ’ଲାଇଟ୍ ରନିଂ ଲାଇଟସ୍ (DRLs) ଦିଆଯାଇଛି।  କମ୍ପାନୀର କହିବା ଅନୁଯାୟୀ ଏହା ଦେଶର ଏପରି ପ୍ରଥମ 100 ସିସି ବାଇକ୍ ଯେଉଁଥିରେ DRLs ସୁବିଧା ଦିଆଯାଇଛି। ରେଗୁଲାର ମଡେଲର ତୁଳନାରେ ଏହି ବାଇକରେ ଲୁକ୍ ବେଶ ଆକର୍ଷଣୀୟ କରାଯାଇଛି। […]

bike

bike

Rakesh Mallick
  • Published: Saturday, 14 October 2017
  • Updated: 14 October 2017, 08:03 PM IST

Sports

Latest News

ନୂଆଦିଲ୍ଲୀ: ବାଜାଜ୍‌ ଅଟୋର ସବୁଠୁ ଲୋକପ୍ରିୟ ମଡେଲ ‘ପ୍ଲାଟିନା’ ବାଇକ୍‌ର ନୂଆ ଚେହେରା। ନୂତନ ଅବତାରରେ ଆସିଛି ଏହି ବାଇକ୍‌। ଏହି ମଡେଲର ନାଁ ରହିଛି Platina ComforTec । ବାଇକ୍‌ର ବିଶେଷତ୍ୱ ହେଉଛି ଏଥିରେ LED ଡେ’ଲାଇଟ୍ ରନିଂ ଲାଇଟସ୍ (DRLs) ଦିଆଯାଇଛି।  କମ୍ପାନୀର କହିବା ଅନୁଯାୟୀ ଏହା ଦେଶର ଏପରି ପ୍ରଥମ 100 ସିସି ବାଇକ୍ ଯେଉଁଥିରେ DRLs ସୁବିଧା ଦିଆଯାଇଛି।

ରେଗୁଲାର ମଡେଲର ତୁଳନାରେ ଏହି ବାଇକରେ ଲୁକ୍ ବେଶ ଆକର୍ଷଣୀୟ କରାଯାଇଛି।  ଏହି ବାଇକର ସର୍ବ ନିମ୍ନ ମୂଲ୍ୟ 46,656 ଟଙ୍କା ରହିଛି(ଏକ୍ସ ସୋ ରୁମ୍)। BS-IV ମଡେଲର ଏହି ବାଇକ୍‌ର 120cc DTS-i ଇଞ୍ଜିନ୍ ରହିଛି। ଏହି ଇଞ୍ଜିନ୍ 7,500 RPMରେ 8.2PSର ପାୱାର ଜେନେରେଟ କରିଥାଏ। ସବୁଠୁ ଖାସ୍‌ ହେଉଛି ଏହାର ମାଇଲେଜ୍‌। ଲିଟରପ୍ରତି ଏହି ବାଇକ୍ର ମାଇଳେଜ୍‌ 104 କିଲୋମିଟର ରହିଛି। Platina ComforTecର ଆନାଲଗ୍ ସ୍ପିଡ ମିଟର, ଓଡୋମିଟର, ଫ୍ୟୁଏଲ ଗଜ ଦିଆଯାଇଛି।

ଏଥିରେ ରି-ଡିଜାଇଣ୍ଡ ଇନ୍‌ଷ୍ଟ୍ରୁମେଣ୍ଟ କ୍ଲଷ୍ଟର ଦିଆଯାଇଛି। ଏହାର ଗ୍ରାଉଣ୍ଡ କ୍ଲିୟରାନ୍ସ୍ 200mm ରହିଛି। ସେହିପରି ଏଥିରେ ସ୍ପ୍ରିଙ୍ଗ ସଫଟ୍‌ ସିଟ୍‌ , ରବର ଫୁଟ୍‌ ପେଜେସ୍‌ ଆଦି ସୁବିଧା ଉପଲବ୍ଧ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos