ଆରମ୍ଭ ହେଲା ଟିକାକରଣ, ଏହି ମହିଳା ନେଲେ ପ୍ରଥମ ଡୋଜ୍‌

ୱାଶିଂଟନ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକାରେ ଆଜିଠାରୁ ଆଶାର କିରଣ ଜନ୍ମ ନେଇଛି। ଆମେରିକା ଇତିହାସରେ ସବୁଠାରୁ ବଡ଼ ଟିକାକରଣ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ କରାଯାଇଛି। ଦେଶରେ ଚିହ୍ନଟ ହୋଇଥିବା ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ଡୋଜ ଦିଆଯାଇଛି। ଆମେରିବା ସରକାର ବିଭିନ୍ନ ବିଷୟରେ ତର୍ଜମା କରିବା ପରେ ଫାଇଜର ପ୍ରସ୍ତୁତ କରିଥିବା ଟିକାକୁ ପ୍ରଥମେ ଅନୁମୋଦନ ଦେଇଛନ୍ତି। ଅନୁମୋଦନ ମିଳିବା ପରେ କ୍ୱିନ୍ସଠାରେ ଥିବା ଏକ ହସ୍ପିଟାଲ୍‌ର ଆଇସିୟୁରେ କାମ […]

dt

Hemant Lenka
  • Published: Monday, 14 December 2020
  • , Updated: 14 December 2020, 09:55 PM IST

ୱାଶିଂଟନ: ମହାମାରୀ କରୋନା ଦ୍ୱାରା ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ଆମେରିକାରେ ଆଜିଠାରୁ ଆଶାର କିରଣ ଜନ୍ମ ନେଇଛି। ଆମେରିକା ଇତିହାସରେ ସବୁଠାରୁ ବଡ଼ ଟିକାକରଣ ପ୍ରକ୍ରିୟା ସୋମବାର ଠାରୁ ଆରମ୍ଭ କରାଯାଇଛି। ଦେଶରେ ଚିହ୍ନଟ ହୋଇଥିବା ହସ୍ପିଟାଲରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକାର ଡୋଜ ଦିଆଯାଇଛି।

ଆମେରିବା ସରକାର ବିଭିନ୍ନ ବିଷୟରେ ତର୍ଜମା କରିବା ପରେ ଫାଇଜର ପ୍ରସ୍ତୁତ କରିଥିବା ଟିକାକୁ ପ୍ରଥମେ ଅନୁମୋଦନ ଦେଇଛନ୍ତି। ଅନୁମୋଦନ ମିଳିବା ପରେ କ୍ୱିନ୍ସଠାରେ ଥିବା ଏକ ହସ୍ପିଟାଲ୍‌ର ଆଇସିୟୁରେ କାମ କରୁଥିବା ମହିଳା ନର୍ସଙ୍କୁ ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି।


ଏହି ନର୍ସ ଜଣଙ୍କ ହେଉଛନ୍ତି ସାଣ୍ଡ୍ରା ଲିଣ୍ଡସେ। ତାଙ୍କୁ ନ୍ୟୁୱର୍କର କ୍ୱିନ୍ସରେ ଥିବା ଲଙ୍ଗ ଆଇସଲ୍ୟାଣ୍ଡ ଜେୱିଶ ମେଡିକା ସେଣ୍ଟର୍‌ରେ କରୋନା ଟିକାର ପ୍ରଥମ ଡୋଜ୍‌ ଦିଆଯାଇଛି। ଏହି ଠାରେ ମହାମାରୀ କରୋନା ତା’ର ଉଗ୍ର ରୂପ ଦେଖାଇଥିଲା। ଏକଦା ଏହି ସ୍ଥାନ କରୋନାର ହଟସ୍ପଟ ପାଲଟିଥିଲା।

ସାଣ୍ଡ୍ରାଙ୍କୁ ଟିକା ଦିଆଯିବା ବେଳର ଦୃଶ୍ୟକୁ ସମଗ୍ର ଦେଶରେ ସିଧାପ୍ରସାରଣ କରାଯାଇଥିଲା। ଏହି ସମୟରେ ନ୍ୟୁୟର୍କର ଗଭର୍ଣ୍ଣର ଆଣ୍ଡ୍ର୍ୟୁ କୁମୋ ଉପସ୍ଥିତ ରହିଥିଲେ। ଟିକା ନେବା ପରେ ଲିଣ୍ଡ୍ରା ନିଜେ ମଧ୍ୟ ତାଳି ମାରିଥିଲେ। ଫ୍ଲୁ ନେବା ପରେ ସେ ବେଶ ଖୁସି ଥିବା କହିଛନ୍ତି। ଏଥିସହ ଟିକା ନେବା ବେଳେ ସେ ଫ୍ଲୁର ଡୋଜ୍‌ ନେବା ଭଳି ଅନୁଭବ କରିଥିଲେ ବୋଲି କହିଛନ୍ତି।

ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଦେଶରେ ଟିକାକରଣ ଆରମ୍ଭ ହୋଇଥିବା ଟ୍ୱିଟ କରି ସୂଚନା ଦେଇଛନ୍ତି। ଶୁକ୍ରବାର ଫାଇଜରର କରୋନା ଟିକାକୁ ଦେଶରେ ଜରୁରୀ କାଳୀନ ବ୍ୟବହାର ପାଇଁ ଆମେରିକା ସରକାର ଅନୁମୋଦନ ଦେଇଥିଲେ।

Related story