ଡାକ୍ତରଖାନା ଗେଟ୍‌ରେ ତାଲା, ଧୂଳିରେ ଗଡୁଛି ନବଜାତକ

ଜନନୀ ସୁରକ୍ଷା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟମାନେ ବିଭିନ୍ନ ଯୋଜନା କରୁଛନ୍ତି। ମାଆ ଓ ଶିଶୁଙ୍କ ପାଇଁ ବହୁତ ସୁବିଧା ଯୋଗାଇ ଦିଆଯାଉଛି। ହେଲେ ବାସ୍ତବରେ ଏହାର କାର୍ଯ୍ୟକାରିତାକୁ ନେଇ ସବୁବେଳେ ପ୍ରଶ୍ନ ଛିଡା ହେଉଛି। ଆମ ରାଜ୍ୟ ଓଡ଼ିଶା କଥା ନକହିବା ଭଲ। କେଉଁଠି ଆମ୍ବୁଲାନ୍ସ ଆସୁନାହିଁ ତ ଆଉ କେଉଁଠି ଭାରରେ ବୁହା ହୋଇ ଯିବା ବେଳେ ବାଟରେ ମହିଳା ପିଲାଙ୍କୁ ଜନ୍ମ ଦେଉଛନ୍ତି। ହେଲେ ମଧ୍ୟପ୍ରଦେଶର ଏକ ମେଡିକାଲ ଆଗରେ ଜଣେ […]

mother (2)

mother (2)

Rakesh Mallick
  • Published: Sunday, 10 December 2017
  • Updated: 10 December 2017, 05:54 PM IST

Sports

Latest News

ଜନନୀ ସୁରକ୍ଷା ପାଇଁ କେନ୍ଦ୍ରଠାରୁ ଆରମ୍ଭ କରି ରାଜ୍ୟମାନେ ବିଭିନ୍ନ ଯୋଜନା କରୁଛନ୍ତି। ମାଆ ଓ ଶିଶୁଙ୍କ ପାଇଁ ବହୁତ ସୁବିଧା ଯୋଗାଇ ଦିଆଯାଉଛି। ହେଲେ ବାସ୍ତବରେ ଏହାର କାର୍ଯ୍ୟକାରିତାକୁ ନେଇ ସବୁବେଳେ ପ୍ରଶ୍ନ ଛିଡା ହେଉଛି। ଆମ ରାଜ୍ୟ ଓଡ଼ିଶା କଥା ନକହିବା ଭଲ। କେଉଁଠି ଆମ୍ବୁଲାନ୍ସ ଆସୁନାହିଁ ତ ଆଉ କେଉଁଠି ଭାରରେ ବୁହା ହୋଇ ଯିବା ବେଳେ ବାଟରେ ମହିଳା ପିଲାଙ୍କୁ ଜନ୍ମ ଦେଉଛନ୍ତି। ହେଲେ ମଧ୍ୟପ୍ରଦେଶର ଏକ ମେଡିକାଲ ଆଗରେ ଜଣେ ଅସହାୟ ମାଆକୁ ପିଲା ଜନ୍ମ କରିବାକୁ ପଡ଼ିଛି। ସେତିକିରେ ସମ୍ପୃକ୍ତ ମାଆର ଦୁଃଖ ସରିନାହିଁ। ଆଖି ଆଗରେ ନିଜ ନବଜାତ ପିଲା ଧୂଳିରେ ଗଡ଼ି ଗଡ଼ି ଗୁରୁତ୍ୱର ଅବସ୍ଥାକୁ ଚାଲି ଆସିଛି, ହେଲେ ସହାୟତାର ହାତ ବଢାଇବାକୁ ପାଖରେ ନାହାଁନ୍ତି ଉକ୍ତ ଡାକ୍ତରଖାନାର କୌଣସି କର୍ମଚାରୀ।

ଘଟଣାଟି ଏମିତି। ମଧ୍ୟପ୍ରଦେଶର କଦୱାୟା ବାସିନ୍ଦା ଆଦିବାସୀ ମହିଳା ବିଧ୍ୟା ବାଇ (୨୮)ଙ୍କର ଶୁକ୍ରବାର ପ୍ରସବ ଯନ୍ତ୍ରଣା ହେବାରୁ ଅପରାହ୍ନକୁ ଅଶୋକନଗର ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ହେଲେ ସେତେବେଳକୁ ସ୍ୱାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିଲା। ବିଧ୍ୟା ଅଧ ଘଣ୍ଟାଏ କାଳ ମେଡିକାଲ ଗେଟ୍‌ ଆଗରେ ଅପେକ୍ଷା କରି ରହିଲେ, ହେଲେ କୌଣସି ମେଡିକାଲ କର୍ମଚାରୀ ଆସିଲେ ନାହିଁ। ଏପଟେ ଅସହ୍ୟ ପ୍ରସବ ବେଦନାରେ ଜର୍ଜରିତ ବିଧ୍ୟା ଶେଷରେ ମେଡିକାଲ ଗେଟ୍‌ ଆଗରେ ଏକ ଶିଶୁକୁ ଜନ୍ମ ଦେଲେ। ପାଖରେ ନିଜ ସମ୍ପର୍କୀୟଙ୍କ ବ୍ୟତୀତ କେହି ନଥିଲେ। ପିଲାଟି ଜନ୍ମ ହେବା ପରେ ଘଣ୍ଟାଏରୁ ଅଧିକ ସମୟ ଧୂଳିରେ ଲଟପଟ ହୋଇ ପଡ଼ି ରହିଥିଲା। ଏହାପରେ ଏଏନ୍‌ଏମ୍‌ ସୀମା ମାହୋର ଆସି ମେଡିକାଲ ଗେଟ୍‌ ତାଲା ଖୋଲି ମାଆ ଓ ଶିଶୁକୁ ଭିତରକୁ ନେଇଥିଲେ। ଏନେଇ ଯେତେବେଳେ ଡାକ୍ତରଙ୍କୁ ଫୋନ କରାଗଲା ସେ ମାଆ ଓ ଶୁଶୁର ଚିକିତ୍ସା କରିବାକୁ ଆସିବା ବଦଳରେ ୧୦୮ ଆମ୍ବୁଲାନ୍ସରେ ପ୍ରସୂତୀଙ୍କୁ ଇସାଗଡ଼ ମେଡିକାଲ ପଠାଇ ଦେବାକୁ କହିଥିଲେ।

ମେଡିକାଲ କର୍ତ୍ତୃପକ୍ଷଙ୍କ ଏପରି ଅବହେଳା ସମ୍ପର୍କରେ ଜିଲ୍ଲାପାଳ ବିଏସ୍‌ ଜାମୋଦଙ୍କ ଦୃଷ୍ଟି ଆକର୍ଷଣ କରାଯିବାରୁ ମାମଲାର ଯାଞ୍ଚ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।

ମେଡିକାଲ କର୍ତ୍ତୃପକ୍ଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ନ ହେବା ଏଠାରେ ପ୍ରସଙ୍ଗ ନୁହେଁ। ମୁଖ୍ୟ କଥା ହେଲା ଯେତେବେଳେ ସରକାର ସବୁ ପ୍ରକାର ସହାୟତା ଯୋଗାଉଛନ୍ତି ମେଡିକାଲ କର୍ତ୍ତୃପକ୍ଷ କାହିଁକି ଅବହେଳା କରୁଛନ୍ତି। କାର୍ଯ୍ୟଦିବସ ମଧ୍ୟରେ ମେଡିକାଲ କର୍ତ୍ତୃପକ୍ଷ ଗେଟ୍‌ରେ କାହିଁକି ତାଲା ପକାଇ ଥିଲେ ? ଗେଟ୍‌ରେ ତାଲା ପକାଯିବା ନିତିଦିନିଆ ଘଟଣା କି ଆଦି ପ୍ରଶ୍ନ ଏବେ ଉଠିବାରେ ଲାଗିଛି। ଯାହାର ଉତ୍ତର ସାଧାରଣ ଜନତାଙ୍କୁ ସ୍ଥାନୀୟ ପ୍ରଶାସନକୁ ଦେବାକୁ ପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story