ଆଗାମୀ ପାଞ୍ଚଟି ପର୍ଯ୍ୟାୟ ନିର୍ବାଚନରେ ବିରୋଧୀଙ୍କୁ ସାମ୍ନା କରିପାରିବ ତ ବିଜେପି?

ନୂଆଦିଲ୍ଲୀ: ୧୭ ତମ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ବାକି ରହିଛି ଆଉ ୫ଟି ପର୍ଯ୍ୟାୟ ନିର୍ବାଚନ। ଏହି ୫ଟି ପର୍ଯ୍ୟାୟରେ ମୋଟ ୩୫୭ ଆସନରେ ମତଦାନ ହେବ। ୨୦୧୪ ନିର୍ବାଚନରେ ବିଜେପି ଏହି ୩୫୭ଟି ଆସନରୁ ୨୨୩ଟି ଜିତି ସରକାର ଗଢ଼ିବ ବୋଲି ଏକ ପ୍ରକାଶ ସୁନିଶ୍ଚିତ କରିଥିଲା। ହେଲେ ଚଳିତ ଥର ପୁଣି ସମାନ ଆସନ ଜିତି ବିଜେପି ନିଜର ସ୍ଥିତି ଜାହିର କରିପାରିବ ତ? ଯାହାକି ଏବେ […]

bjp-logo

bjp-logo

Subhransu Sekhar
  • Published: Saturday, 20 April 2019
  • Updated: 20 April 2019, 01:45 PM IST

Sports

Latest News

ନୂଆଦିଲ୍ଲୀ: ୧୭ ତମ ସାଧାରଣ ନିର୍ବାଚନର ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବା ବେଳେ ବାକି ରହିଛି ଆଉ ୫ଟି ପର୍ଯ୍ୟାୟ ନିର୍ବାଚନ। ଏହି ୫ଟି ପର୍ଯ୍ୟାୟରେ ମୋଟ ୩୫୭ ଆସନରେ ମତଦାନ ହେବ। ୨୦୧୪ ନିର୍ବାଚନରେ ବିଜେପି ଏହି ୩୫୭ଟି ଆସନରୁ ୨୨୩ଟି ଜିତି ସରକାର ଗଢ଼ିବ ବୋଲି ଏକ ପ୍ରକାଶ ସୁନିଶ୍ଚିତ କରିଥିଲା। ହେଲେ ଚଳିତ ଥର ପୁଣି ସମାନ ଆସନ ଜିତି ବିଜେପି ନିଜର ସ୍ଥିତି ଜାହିର କରିପାରିବ ତ? ଯାହାକି ଏବେ ସବୁଠୁ ବଡ଼ ପ୍ରଶ୍ନ।

ତେଣୁ ତୃତୀୟ ପର୍ଯ୍ୟାୟ ମତଦାନରୁ ବିଜେପି ପାଇଁ  ଆରମ୍ଭ ହେବ ଅସଲି ପରୀକ୍ଷା। ଏପ୍ରିଲ ୨୩ରେ ହେବାକୁ ଥିବା ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ମୋଟ ୧୧୬ଟି ଆସନ ପାଇଁ ମତଦାନ ହେବ। ଏହା ପରେ ଦେଶରେ ୩୦୨ଟି ଆସନ ପାଇଁ ନିର୍ବାଚନ ଶେଷ ହେବ ଅର୍ଥାତ୍ ଅଧାରୁ ଅଧିକ ଲୋକସଭା ଆସନ ପାଇଁ ମତଦାନ ଶେଷ ହେବ। ସେପଟେ ବାକି ରହିଥିବା ୩୫୭ ଆସନରୁ ବିରୋଧୀ ଗତଥର ନିର୍ବାଚନରେ ନିଜର ସ୍ଥିତି ହରାଇଥିଲେ। ଏବେ କିନ୍ତୁ ମହାମେଣ୍ଟ ଓ କ୍ଷମତା ବିରୋଧୀ ହାୱା ସତ୍ତ୍ୱେ  ପୁଣି ଜିତିବା ପାଇଁ ଆଶା ରଖିଛନ୍ତି ।

କ'ଣ ରହିଛି ଚ୍ୟାଲେଞ୍ଜ

ଓଡ଼ିଶାରେ ଦୁଇଟି ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଛି। ମୋଟ ୨୧ଟି ଲୋକସଭା ଆସନ ମଧ୍ୟରୁ ୯ଟି ଆସନରେ ନିର୍ବାଚନ ସରିଛି। ଯେଉଁଥିରୁ ମାତ୍ର ଗୋଟିଏ ଆସନରେ ବିଜେପି ଗତଥର ଜିତିଥିଲା। ବାକି ଥିବା ୧୨ଟି ଲୋକସଭା ଆସନରେ ଗତଥର ବିଜେଡ଼ି ସମସ୍ତ ଆସନ ଜିତିଥିଲା। ହେଲେ ଚଳିତଥର ଶାସକ ଦଳର ଅନେକ ନେତା ବିଜେପିରେ ସାମିଲ ହୋଇଥିବା ବେଳେ ମୋଦି ହାୱା ଓଡ଼ିଶାରେ ରହିଛି । ତେଣୁ ଏହି ୧୨ଟି ଆସନରୁ ବିଜେଡିକୁ କଡା ଟକ୍କର ଦେଇ ବିଜେପି କିଛିଟା ଆସନ ଜିତିବ ବୋଲି ଆଶା ରଖିଛି।

ତୃତୀୟ ପର୍ୟ୍ୟାୟ ନିର୍ବାଚନରେ ଗୁଜରାତର ୨୬ଟି ଲୋକସଭା ଆସନ ରହିଛି। ଯେଉଁଠି ବିଜେପି ଗତଥର ସମସ୍ତ ଆସନ ଜିତିଥିଲା। ସେହିପରି କର୍ଣ୍ଣାଟକାରେ ବିଜେପି ଗତଥର ୧୭ଟି ଆସନ ଜିତିଥିଲା। ତୃତୀୟ ପର୍ୟ୍ୟାୟ ମତଦାନରେ ଏହି ୧୭ଟି ଆସନରୁ ୧୧ଟି ଆସନରେ ମତଦାନ ହେବ।

ସେହିପରି ଉତ୍ତର ପ୍ରଦେଶର ୬୪ଟି ଆସନ ପାଇଁ ପଞ୍ଚମ ପର୍ଯ୍ୟାୟ ମତଦାନ ହେବ। ଏହି ୬୪ଟି ଆସନରୁ ୫୭ଟି ଆସନ ବିଜେପି ପାଖରେ ରହିଛି। ଯେହେତୁ ଚଳିତଥର ସେଠାରେ ଏସପି-ବିଏସପି-ଆରଏଲଡି ମେଣ୍ଟ ହୋଇଛି ତେଣୁ ବିଜେପି ଏଠି କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବ।

ସେହିପରି ବିହାରରେ ୩୧ଟି ଆସନ ପାଇଁ ମତଦାନ ବାକି ରହିଛି। ୨୦୧୪ରେ ବିଜେପି ଏକାକୀ ୨୨ଟି ଆସନ ଜିତିଥିଲା। ହେଲେ ଚଳିତଥର ଜେଡିୟୁ ସହ ମେଣ୍ଚ କରିଥିବାରୁ ମୋଟ ୧୭ଟି ଆସନରେ ପ୍ରାର୍ଥୀ ଦେଇଛି ଦଳ। ବିପକ୍ଷରେ ଆରଜେଡି-କଂଗ୍ରେସ ନେତୃତ୍ବାଧୀନ ମେଣ୍ଟ ରହିଛି ତେଣୁ ଏଠି ବି ବିଜେପିକୁ କଡ଼ା ମୁକାବିଲା କରିବାକୁ ପଡ଼ିବ।

ସେହପରି ଝାରଖଣ୍ଡରେ ମତଦାନ ହେବାକୁ ଥିବା ୧୪ଟି ଆସନରୁ ୧୩ଟି ଜିତିଥିଲା ବିଜେପି। କିନ୍ତୁ ଚଳିତ ଥର ଜେଏମଏମ, କଂଗ୍ରେସ ଓ ଆଞ୍ଚଳିକ ଦଳ ମିଶି ବିଜେପି ବିରୋଧରେ ଲଢ଼ୁଛନ୍ତି। ରାଜ୍ୟରେ ମଧ୍ୟ ବିଜେପି ସରକାର ରହିଛି। ହେଲେ କ୍ଷମତା ବିରୋଧୀ ହାୱା ପାଇଁ ଅନେକ ଆସନରେ ନୂଆ ପ୍ରାର୍ଥୀ ଦେଇଛି ବିଜେପି। ସେପଟେ ଟିକେଟକୁ ନେଇ ଦଳ ଭିତରେ ଥିବା ଅସନ୍ତୋଷକୁ ମଧ୍ୟ ମତଦାନ ବେଳେ ବିଜେପିକୁ ସାମ୍ନା କରିବାକୁ ପଡ଼ିବ।

ମଧ୍ୟପ୍ରଦେଶରେ ବିଜେପି ଗତଥର ୨୯ଟି ଆସନରୁ ୨୭ଟି ଜିତିଥିଲା। ଚଳିତଥର ବିଧାନସଭା ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସିଛି । ତେଣୁ ଗତଥର ତୁଳନାରେ ବିଜେପିକୁ ଏଠି ମଧ୍ୟ କଡା ମୁକାବିଲାର ସାମ୍ନା କରିବାକୁ ପଡ଼ୁଛି। ରାଜସ୍ଥାନରେ ଗତଥର ସମସ୍ତ ୨୫ଟି ଆସନ ବିଜେପି ହାତେଇଥିଲା। ହେଲେ ବିଧାନସଭା ନିର୍ବାଚନରେ ବିଜେପିର ଏଠି ପରାଜୟ ହୋଇଛି। ତେଣୁ ଏଠି ବି ବିଜେପି କଠିନ ଲଢ଼େଇର ସମ୍ମୁଖୀନ ହେବ। ସେହିପରି ଗତଥର ଦିଲ୍ଲୀର ୭ଟି ଆସନ ଓ ହରିଆନାର ୧୦ଟି ଆସନରୁ ମୋଟ ୮ଟି ଆସନ ଜିତିବାରେ ବିଜେପି ସକ୍ଷମ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story