ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ପ୍ରଦୂଷଣକୁ ନେଇ ଏନ୍ଜିଟି କଡ଼ା ନିର୍ଦ୍ଦେଶ ଦେଇଛନ୍ତି। ପ୍ରଦୂଷଣ ପାଇଁ ଦିଲ୍ଲୀ, ପଡ଼ୋଶୀ ପଞ୍ଜାବ ଓ ହରିୟାଣା ସରକାରଙ୍କୁ ଭର୍ସନା କରିଛନ୍ତି ଜାତୀୟ ଗ୍ରୀନ୍ ଟ୍ରିବ୍ୟୁନାଲ। ତା’ସହ ଦିଲ୍ଲୀରେ ୧୦ ବର୍ଷରୁ ଅଧିକ ସମୟ ଧରି ଚାଲୁଥିବା ଡିଜେଲ୍ ଓ ୧୫ ବର୍ଷରୁ ଅଧିକ ଚାଲିଥିବା ପେଟ୍ରୋଲ ଗାଡ଼ିକୁ ବ୍ୟାନ୍ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ନିର୍ମାଣ କାମରେ ବ୍ୟବହୃତ ସାମଗ୍ରୀ ନେବା ଆଣିବା କରୁଥିବା ଟ୍ରକ୍ ଉପରେ ବି କଟକଣା ଲଗାଇବା ସହ ସବୁ ନିର୍ମାଣ କାମକୁ ମଧ୍ୟ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀ ସରକାର ଲୋକଙ୍କ ଜୀବନ ସହ ଖେଳୁଥିବା କହିଛନ୍ତି ଏନଜିଟି। ଏଭଳି ପରିସ୍ଥିତି ଉପୁଜିବା ପୂର୍ବରୁ କାହିଁକି ପଦକ୍ଷେପ ନିଆଗଲା ନାହିଁ ବୋଲି ପ୍ରଶ୍ନ କରିଛନ୍ତି। ପ୍ରଦୂଷଣ କରୁଥିବା କଳକାରଖାନାକୁ କାହିଁକି ବନ୍ଦ କରାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ।
ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରାଳୟ ଓ ଦିଲ୍ଲୀ ମୁଖ୍ୟ ଶାସନ ସଚିବଙ୍କୁ ନେଇ ଏକ ଜରୁରୀ ବୈଠକ ଡାକିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।