ମଦ୍ରାସା ଶିକ୍ଷକଙ୍କ ଆଇଏସ୍‌ଆଇଏସ୍‌ ଲିଙ୍କ୍‌ ଅଭିଯୋଗ, ଅଟକ ରଖିଲା ଏନ୍‌ଆଇଏ

ଲୁଧିଆନା: ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ ସହିତ ଲିଙ୍କ୍‌ ଥିବା ଅଭିଯୋଗରେ ଜଣେ ମଦ୍ରାସା ଶିକ୍ଷକ ତଥା ସ୍ଥାନୀୟ ଏକ ମସ୍‌ଜିଦ୍‌ର ମୌଲବୀଙ୍କୁ ଉକ୍ତ ମସ୍‌ଜିଦ୍‌ରୁ ହିଁ ଉଠାଇ ନେଇ ଅଟକ ରଖିଛି ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି(ଏନ୍‌ଆଇଏ)। ମହମ୍ମଦ ଓୱେସି ନାମକ ଏହି ମୌଲବୀ ଗତ ୧ ମାସ ତଳେ ଉତ୍ତରପ୍ରଦେଶର ରାମପୁରରୁ ଲୁଧିଆନା ଆସି ରାହୋ ରୋଡ୍‌ରେ ଥିବା ମଦ୍‌ନୀ ମସ୍‌ଜିଦ୍‌ରେ ମଦ୍ରାସା ଶିକ୍ଷକ ଏବଂ ମୌଲବୀ ଭାବେ କାର୍ଯ୍ୟ କରୁଥିଲେ। ଶୋ ଟିବା ଥାନାର ଇନ୍ସପେକ୍ଟର […]

madrasa

Subrat Kumar Nayak
  • Published: Thursday, 17 January 2019
  • , Updated: 17 January 2019, 12:59 PM IST

ଲୁଧିଆନା: ଆତଙ୍କୀ ସଂଗଠନ ଆଇଏସ୍‌ଆଇଏସ୍‌ ସହିତ ଲିଙ୍କ୍‌ ଥିବା ଅଭିଯୋଗରେ ଜଣେ ମଦ୍ରାସା ଶିକ୍ଷକ ତଥା ସ୍ଥାନୀୟ ଏକ ମସ୍‌ଜିଦ୍‌ର ମୌଲବୀଙ୍କୁ ଉକ୍ତ ମସ୍‌ଜିଦ୍‌ରୁ ହିଁ ଉଠାଇ ନେଇ ଅଟକ ରଖିଛି ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଂ ଏଜେନ୍ସି(ଏନ୍‌ଆଇଏ)।

ମହମ୍ମଦ ଓୱେସି ନାମକ ଏହି ମୌଲବୀ ଗତ ୧ ମାସ ତଳେ ଉତ୍ତରପ୍ରଦେଶର ରାମପୁରରୁ ଲୁଧିଆନା ଆସି ରାହୋ ରୋଡ୍‌ରେ ଥିବା ମଦ୍‌ନୀ ମସ୍‌ଜିଦ୍‌ରେ ମଦ୍ରାସା ଶିକ୍ଷକ ଏବଂ ମୌଲବୀ ଭାବେ କାର୍ଯ୍ୟ କରୁଥିଲେ।

ଶୋ ଟିବା ଥାନାର ଇନ୍ସପେକ୍ଟର ମହମ୍ମଦ ଜମିଲଙ୍କ କହିବା ଅନୁଯାୟୀ, ଏନ୍‌ଆଇଏର ଏକ ଟିମ୍‌ ସକାଳୁ ସକାଳୁ ହିଁ ମସ୍‌ଜିଦ୍‌ ଉପରେ ଚଢ଼ାଉ କରି ଜଣେ ବ୍ୟକ୍ତିଙ୍କୁ ଆଇଏସ୍‌ଆଇଏସ୍‌ ସହ ସମ୍ପୃକ୍ତି ସନ୍ଦେହରେ ଅଟକ ରଖିଛନ୍ତି।

ମସ୍‌ଜିଦ୍‌ରେ ସେବାଦାର ଭାବେ କାର୍ଯ୍ୟ କରୁଥିବା ହାସିମ୍‌ କହିବା ଅନୁଯାୟୀ, “ସେ ଆମ ସହିତ ପରୀକ୍ଷାମୂଳକ ଭାବରେ କାମ କରୁଥିଲେ। ସେ ଏପର୍ଯ୍ୟନ୍ତ ସ୍ଥାୟୀ କର୍ମଚାରୀ ହୋଇନାହାନ୍ତି। ସେ ମାସେ ତଳେ ୟୁପିରୁ ଲୁଧିଆନା ଆସି ଚାକିରି ଖୋଜୁଥିଲେ। ତାଙ୍କ ପରିବାରରୁ କେହି ଏଇଠି ରୁହନ୍ତିନି। ସେ ଆମର ମଦ୍ରାସାରେ ପିଲାଙ୍କୁ ପଢ଼ାନ୍ତି ଏବଂ ମୌଲବୀ ଭାବରେ ମଧ୍ୟ କାମ କରୁଥିଲେ। ଦିଲ୍ଲୀରୁ ଏକ ଟିମ୍‌ ଆସି ସକାଳ ୬ଟା ବେଳେ ତାଙ୍କୁ ଉଠାଇ ନେଇଛନ୍ତି। ସେ କେବଳ ମସ୍‌ଜିଦ୍‌ରେ ହିଁ ରହୁଥିଲେ।”

Related story