ଚାଷୀ-ସରକାର ମଧ୍ୟରେ ନବମ ପର୍ଯ୍ୟାୟ ଆଲୋଚନା ଶେଷ

ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଏହି ନବମ ପର୍ଯ୍ୟାୟ ଆଲୋଚନାରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବା ଜଣାପଡ଼ିଛି। ପୁଣି ଥରେ ଜାନୁଆରୀ ୧୯ରେ ବୈଠକ ହେବ ବୋଲି ଜଣାପଡ଼ିଛି। ଏହି ବୈଠକରେ ଚାଷୀ ସମାନ ଦାବି ସରକାରଙ୍କ ଆଗରେ ଦୋହରାଇଛନ୍ତି। ଏମଏସପିକୁ ଆଇନଗତ ମାନ୍ୟତା ଦେବା ସହିତ ତିନି କୃଷି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ଚାଷୀ। ତେବେ ଜାତୀୟ […]

farmer-strike

Subhransu Sekhar
  • Published: Friday, 15 January 2021
  • , Updated: 15 January 2021, 07:30 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଜ୍ଞାନ ଭବନରେ ଆୟୋଜିତ ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା ଶେଷ ହୋଇଛି। ଏହି ନବମ ପର୍ଯ୍ୟାୟ ଆଲୋଚନାରେ ମଧ୍ୟ କୌଣସି ନିଷ୍କର୍ସ ବାହାରି ନଥିବା ଜଣାପଡ଼ିଛି। ପୁଣି ଥରେ ଜାନୁଆରୀ ୧୯ରେ ବୈଠକ ହେବ ବୋଲି ଜଣାପଡ଼ିଛି।

ଏହି ବୈଠକରେ ଚାଷୀ ସମାନ ଦାବି ସରକାରଙ୍କ ଆଗରେ ଦୋହରାଇଛନ୍ତି। ଏମଏସପିକୁ ଆଇନଗତ ମାନ୍ୟତା ଦେବା ସହିତ ତିନି କୃଷି ଆଇନକୁ ରଦ୍ଦ କରିବା ପାଇଁ ଦାବି କରିଛନ୍ତି ଚାଷୀ। ତେବେ ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ ଆଲୋଚନା ବେଳେ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଛନ୍ତି ସରକାର ଅନେକ ଦାବି ମାନିଛନ୍ତି। ହେଲେ ଆନ୍ଦୋଳନରତ ଚାଷୀ ମିଡିଆ ସାମ୍ନାରେ ଅନ୍ୟ କିଛି କହି ଏ କଥା କହୁନାହାନ୍ତି।

ତେବେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ତୋମାର କହିଛନ୍ତି ଆଗକୁ ଆଲୋଚନା ଜାରି ରହିବ। ସରକାର ଏବଂ ଚାଷୀଙ୍କ ମଧ୍ୟରେ କଥାବାର୍ତ୍ତା ସହିତ ସୁପ୍ରିମକୋର୍ଟ ନିଯୁକ୍ତ କମିଟି ଆଗରେ ଚାଷୀ ପକ୍ଷ ରଖିବା ଦରକାର। ଆନ୍ଦୋଳନ ଶୀଘ୍ର ଶେଷ ହେଉ ବୋଲି ଆମେ ଚାହୁଁଛୁ। ଆମେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ସମ୍ପୂର୍ଣ୍ଣ ଭାବେ ପ୍ରତିଶ୍ରୁତିବଦ୍ଧ ଏବଂ ସେମାନଙ୍କ ନିଷ୍ପତ୍ତିକୁ ସ୍ୱାଗତ କରୁଛୁ, ସରକାର ମଧ୍ୟ କୋର୍ଟ ଦ୍ୱାରା ନିଯୁକ୍ତ କମିଟି ଆଗରେ ପକ୍ଷ ରଖିବାକୁ ପ୍ରସ୍ତୁତ।

କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଆହୁରି କହିଛନ୍ତି ଯେ ୨୦୧୯ ନିର୍ବାଚନ ଇସ୍ତହାରରେ କଂଗ୍ରେସ ଲିଖିତ ଆକାରରେ ଏହି କୃଷି ସଂସ୍କାରକୁ ପ୍ରତିଶୃତି ଦେଇଥିଲା, ଯଦି ସେମାନେ ମନେ ନାହିଁ ତାହେଲେ କଂଗ୍ରେସ କର୍ମୀ ଓ ନେତା ପୁଣିଥରେ ନିର୍ବାଚନୀ ଇସ୍ତାହାର ପଢ଼ିବା ଦରକାର।

ସୂଚନାଯୋଗ୍ୟ, ଏହା ପୂର୍ବରୁ ଯେଉଁ ସବୁ ବୈଠକ ଚାଷୀ କରିଥିଲେ ସେ ମଧ୍ୟରୁ ଚାଷୀଙ୍କ ଅଳ୍ପ କେତେକ ପ୍ରସ୍ତାବରେ ସରକାର ରାଜି ହୋଇଥିବା ସୂଚନା ରହିଛି। ଅନ୍ୟପଟେ ଏହି ତିନି ଆଇନକୁ ଏବେ ସୁପ୍ରିମକୋର୍ଟ ଏବେ ସ୍ଥଗିତାଦେଶ କରିଛନ୍ତି। ଏକ କମିଟି ଗଠନ କରି ଆନ୍ଦୋଳନରତ ଚାଷୀ ଏବଂ ସରକାରଙ୍କ ମଧ୍ୟରେ ଆଲୋଚନା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ।

Related story