ଗିରଫ ପରେ ଜେଲ ଗଲେ ନିରବ ମୋଦି

ଲଣ୍ଡନ୍‌: ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଲଣ୍ଡନରେ ଗିରଫ କରାଯାଇଛି। ଫେରାର ହେବାର ଦୀର୍ଘ ୧୭ ମାସ ପରେ ଲଣ୍ଡନ ପୁଲିସ୍‌ ତାଙ୍କୁ ହଲବର୍ଣ୍ଣ ମେଟ୍ରୋ ଷ୍ଟେସନ୍‌ରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିଲା। ସେ ଜାମିନ୍‌ ପାଇଁ ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ସେ ଏବେ ମାର୍ଚ୍ଚ ୨୯ ଯାଏ ଜେଲ୍‌ରେ ରହିବେ। […]

e

e

Hemant Lenka
  • Published: Wednesday, 20 March 2019
  • Updated: 20 March 2019, 09:04 PM IST

Sports

Latest News

ଲଣ୍ଡନ୍‌: ବ୍ୟାଙ୍କରୁ ବିପୁଳ ପରିମାଣର ଋଣ ନେଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦିଙ୍କୁ ଆଜି ଲଣ୍ଡନରେ ଗିରଫ କରାଯାଇଛି। ଫେରାର ହେବାର ଦୀର୍ଘ ୧୭ ମାସ ପରେ ଲଣ୍ଡନ ପୁଲିସ୍‌ ତାଙ୍କୁ ହଲବର୍ଣ୍ଣ ମେଟ୍ରୋ ଷ୍ଟେସନ୍‌ରୁ ଗିରଫ କରିଥିଲା। ଏହାପରେ ତାଙ୍କୁ ଲଣ୍ଡନର ୱେଷ୍ଟମିନିଷ୍ଟର ମାଜିଷ୍ଟ୍ରେଟ୍‌ କୋର୍ଟରେ ହାଜର କରାଯାଇଥିଲା।

ସେ ଜାମିନ୍‌ ପାଇଁ ଆବେଦନ କରିଥିଲେ ହେଁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି। ସେ ଏବେ ମାର୍ଚ୍ଚ ୨୯ ଯାଏ ଜେଲ୍‌ରେ ରହିବେ। ମାର୍ଚ୍ଚ ୨୯ରୁ ଭାରତ ନିରବଙ୍କ ପ୍ରତ୍ୟର୍ପଣ ପାଇଁ କରିଥିବା ଆବେଦନର ଶୁଣାଣି ଆରମ୍ଭ ହେବ।

ପରବର୍ତ୍ତୀ ଶୁଣାଣି ବେଳେ ସିବିଆଇ ଓ ଇଡିର ଟିମ୍‌ ବ୍ରିଟେନ୍‌ ଯିବେ ବୋଲି ଜଣାପଡ଼ିଛି। ଏହି ଦୁଇ ତଦନ୍ତକାରୀ ସଂସ୍ଥାର ବରିଷ୍ଠ ଅଧିକାରୀମାନେ ବ୍ରିଟେନ୍‌ ସରକାର ଓ ସେଠାରେ ଥିବା ଭାରତୀୟ ହାଇକମିଶନରଙ୍କ ଯୋଗାଯୋଗରେ ଅଛନ୍ତି।

ମୁମ୍ବାଇର ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କରୁ ୧୩ ହଜାର କୋଟି ଟଙ୍କାର ଋଣ ନେଇ ଗତବର୍ଷ ଜାନୁଆରୀରୁ ନିରବ ମୋଦି ଫେରାର ହୋଇଯାଇଥିଲେ। ଏହାପରେ ସିବିଆଇ ଓ ଇଡି ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ସେ ବ୍ରିଟେନ୍‌ରେ ଆତ୍ମଗୋପନ କରିଥିବା ଜଣାପଡ଼ିବା ପରେ ଭାରତ ସରକାର ତାଙ୍କର ପ୍ରତ୍ୟର୍ପଣ ପାଇଁ ନିବେଦନ କରିଥିଲେ।

ଭାରତ ସରକାରଙ୍କ ଅନୁରୋଧ ରକ୍ଷା କରି ବ୍ରିଟେନ୍‌ କୋର୍ଟ କିଛିଦିନ ତଳେ ନିରବ ମୋଦିଙ୍କ ନାଁରେ ଗିରଫ ପରୱାନା ଜାରି କରିଥିଲେ। ଆଜି ଲଣ୍ଡନ ପୁଲିସ୍‌ ତାଙ୍କୁ ଭାରତର ନିବେଦନ କ୍ରମେ ଗିରଫ କରିଛି।

ଲଣ୍ଡନର ମେଟ୍ରୋପଲିଟାନ୍‌ ପୁଲିସ୍‌ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, “ନିରବ ଦୀପକ ମୋଦି(୪୮)ଙ୍କୁ ଭାରତୀୟ ଅଧିକାରୀଙ୍କ ତରଫରୁ ଆଜି ଏଠାରେ ଗିରଫ କରାଯାଇଛି। ତାଙ୍କ ଜନ୍ମ ତାରିଖ ୨୪.୦୨.୧୯୭୧।”

କୋର୍ଟରେ ଆଜି ହାଜର ହେବା ସମୟରେ ନିରବ ମୋଦି ୫୦ ହଜାର ପାଉଣ୍ଡ ବଦଳରେ ଜାମିନ୍‌ ପାଇଁ ଆବେଦନ କରିଥିଲେ। କିନ୍ତୁ ନିରବ କାଳେ ପରବର୍ତ୍ତୀ ଅବସ୍ଥାରେ ଆତ୍ମସମର୍ପଣ ନ କରିବେ, ସେଥିପାଇଁ କୋର୍ଟ ଏହାକୁ ଖାରଜ କରିଦେଇଥିଲେ।

ନିରବ ଜାମିନ୍‌ ପାଇଁ ୫୦ ହଜାର ପାଉଣ୍ଡ ଜମା ଦେବାକୁ ରାଜି ହେବା ସହ ତଦନ୍ତରେ ପୂର୍ଣ୍ଣ ସହଯୋଗ କରିବେ ବୋଲି କୋର୍ଟଙ୍କୁ କହିଥିଲେ। ତଥାପି କୋର୍ଟ ଏହାକୁ ଅଗ୍ରାହ୍ୟ କରି ତାଙ୍କୁ ସ୍କଟଲ୍ୟାଣ୍ଡ ୟାର୍ଡ ପୁଲିସ ହେ‍ଫାଜତରେ ରହିବାକୁ ପଡ଼ିବ ବୋଲି କହିଥିଲେ।

ଶୁଣାଣି ବେଳେ ସେ ଲଣ୍ଡନରେ ଚାକିରି କରିଥିବା ଦର୍ଶାଇ ଏକ ମାସିକ ଦରମା ସ୍ଲିପ୍‌ ଦେଖାଇଥିଲେ। ଏଥିସହ ସେ ଟିକସ୍‌ ଦେଉଥିବା ପ୍ରମାଣ ପ୍ରଦର୍ଶନ କରିଥିଲେ। ବ୍ରିଟେନ୍‌ ସରକାର ତାଙ୍କୁ ଯେଉଁ ନ୍ୟାଶନାଲ୍‌ ଇନସ୍ୟୁରାନ୍ସ ନମ୍ବର ଦେଇଥିଲେ, ତା’କୁ ମଧ୍ୟ କୋର୍ଟରେ ଦେଖାଇଥିଲେ।

ନିରବଙ୍କ ଓକିଲ କହିଥିଲେ, “ଗତବର୍ଷ ଜାନୁଆରୀ ମାସରେ ସେ ବ୍ରିଟେନ୍‌ ଆସିଥିଲେ। ଏହି ସମୟରେ ତାଙ୍କ ନାଁରେ କୌଣସି ମାମଲା ନଥିଲା। ଭାରତ ପ୍ରତ୍ୟର୍ପଣ ପାଇଁ ଆବେଦନ କରୁଥିଲେ ହେଁ ସେ ବ୍ରିଟେନ୍‌ରେ ଆଇନଗତ ଉପାୟରେ ରହିଛନ୍ତି। ତାଙ୍କ ପୁଅ ଏଠାରେ ୫ ବର୍ଷ ହେଲା ପାଠ ପଢ଼ୁଛି। ସେ ଏଠାରେ ଚାକିରି କରିବା ସହ ଟିକସ ମଧ୍ୟ ଦେଉଛନ୍ତି।”

ନିରବଙ୍କ ଓକିଲ କର୍ମଚାରୀ ପାସ୍‌, ହଂକଂ ବ୍ୟାଙ୍କ ଆଇଡି ଓ ଅନ୍ୟାନ୍ୟ ବ୍ୟାଙ୍କ କାର୍ଡ କୋର୍ଟଙ୍କୁ ଦେଖାଇଥିଲେ। ଏଥିସହ ନିରବ କେଉଁ ଆଡ଼େ ସବୁ ଗସ୍ତ କରିଛନ୍ତି, ତା’ର ମଧ୍ୟ ତଥ୍ୟ କୋର୍ଟରେ ଦାଖଲ କରିଥିଲେ। ନିରବ ନ୍ୟୁ ଅକ୍ସଫୋର୍ଡ ଷ୍ଟ୍ରିଟ୍‌ରେ ଥିବା ଆପାର୍ଟମେଣ୍ଟ ନଂ ୪୨ରେ ରହୁଛନ୍ତି।

ଅନ୍ୟପକ୍ଷରେ ନିରବ ସେଠାରେ ହୀରା ବ୍ୟବସାୟ ଆରମ୍ଭ କରିଥିବା ନେଇ ଟେଲିଗ୍ରାଫ୍‌ ଯେଉଁ ଖବର ପ୍ରକାଶ କରିଥିଲା, ସେ ସମ୍ପର୍କରେ ନିରବ କୋର୍ଟରେ କୌଣସି ସୂଚନା ଦେଇନାହାନ୍ତି।

ପଞ୍ଜାବ ନ୍ୟାଶନାଲ୍‌ ବ୍ୟାଙ୍କ ଋଣ ଜାଲିଆତି ଘଟଣାରେ ନିରବ ମୋଦି ଓ ତାଙ୍କ ମାମୁ ମେହୁଲ ଚୋକସି ରହିଥିବା ଭାରତୀୟ ତଦନ୍ତକାରୀ ସଂସ୍ଥା ମାମଲା ରୁଜୁ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story