ନିର୍ଭୟା: ରାୟ ସଂରକ୍ଷିତ ରଖିଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀଙ୍କ ଫାଶୀ ଦଣ୍ଡ ବିଧାନ ତାରିଖ ସ୍ଥଗିତ ରଖାଯିବା ବିରୋଧରେ କେନ୍ଦ୍ରର ଆବେଦନ ନେଇ ଆଜି ଶୁଣାଣି ଆରମ୍ଭ ହୋଇଛି। ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୦ ମସିହାର ଏହି ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶୀଦଣ୍ଡ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯିବାର ତାରିଖ ଘୁଞ୍ଚିବାରେ ଲାଗିଛି। ତେଣୁ କେନ୍ଦ୍ର ଏହି ବିଳମ୍ବର ସମାଧାନ ପାଇଁ କୋର୍ଟର ଦ୍ୱାରସ୍ଥ […]

Nirbhaya

Nirbhaya

Subrat Kumar Nayak
  • Published: Sunday, 02 February 2020
  • Updated: 02 February 2020, 09:48 PM IST

Sports

Latest News

ନୂଆଦିଲ୍ଲୀ: ନିର୍ଭୟା ମାମଲାର ୪ ଦୋଷୀଙ୍କ ଫାଶୀ ଦଣ୍ଡ ବିଧାନ ତାରିଖ ସ୍ଥଗିତ ରଖାଯିବା ବିରୋଧରେ କେନ୍ଦ୍ରର ଆବେଦନ ନେଇ ଆଜି ଶୁଣାଣି ଆରମ୍ଭ ହୋଇଛି। ଦିଲ୍ଲୀ ହାଇକୋର୍ଟ ଏହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି। ସୂଚନାଯୋଗ୍ୟ ଯେ, ୨୦୨୦ ମସିହାର ଏହି ଜଘନ୍ୟ ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ଦୋଷୀଙ୍କୁ ଫାଶୀଦଣ୍ଡ ହୋଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରାଯିବାର ତାରିଖ ଘୁଞ୍ଚିବାରେ ଲାଗିଛି। ତେଣୁ କେନ୍ଦ୍ର ଏହି ବିଳମ୍ବର ସମାଧାନ ପାଇଁ କୋର୍ଟର ଦ୍ୱାରସ୍ଥ ହୋଇଥିଲା।

ଦିଲ୍ଲୀ ହାଇକୋର୍ଟର ଜଷ୍ଟିସ୍‌ ସୁରେଶ କୁମାର କୈଟ୍‌ଙ୍କ ଏକକ ଖଣ୍ଡପୀଠରେ ଆଜି ଏହି ମାମଲାର ଶୁଣାଣି ହୋଇଥିଲା। ସେ କହିଥିଲେ, ସମସ୍ତ ପକ୍ଷ ନିଜ ଯୁକ୍ତି ରଖିବା ପରେ ଯାଇ ସେ ନିର୍ଦ୍ଦେଶ ଦେବେ।

କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପାଇଁ ଆଜି ସଲିସିଟର ଜେନେରାଲ ତୁଷାର ମେହେଟା ମାମଲା ଲଢ଼ୁଥିଲେ। ସେ ଯୁକ୍ତି ଦର୍ଶାଇଥିଲେ, ୪ ଜଣ ଦୋଷୀ ଦଣ୍ଡବିଧାନରେ ବିଳମ୍ବ କରାଇବାକୁ ଲଗାତାର, ବିଧିବଦ୍ଧ ଭାବେ ଏବଂ ସୁଚିନ୍ତିତ ଭାବେ ପ୍ରୟାସ କରିଆସୁଛନ୍ତି। ଦୋଷୀ ପୱନ ଗୁପ୍ତା ଏଯାଏ କ୍ୟୁରେଟିଭ୍‌ ଆବେଦନ ଏବଂ କ୍ଷମା ଆବେଦନ ନ କରିବା ଏକ ଜାଣିଶୁଣି କରାଯାଉଥିବା ପ୍ରୟାସ। ଦଣ୍ଡବିଧାନରେ ବିଳମ୍ବ ଦୋଷୀଙ୍କ ଉପରେ ନକାରାତ୍ମକ ପ୍ରଭାବ ପକାଇବ ବୋଲି ସେ କହିଥିଲେ।

ତେବେ ଏହାର ଉତ୍ତରରେ ଦୋଷୀଙ୍କ ପାଇଁ ଲଢ଼ୁଥିବା ଓକିଲ ଏପି ସିଂହ କହିଥିଲେ, “ଏହି ମାମଲାରେ ହିଁ ଫାଶୀ ଦଣ୍ଡାଦେଶ କାର୍ଯ୍ୟକାରୀ କରିବାକୁ ଏତେ ବ୍ୟାକୁଳ କାହିଁକି। ନ୍ୟାୟ ଜଲଦିରେ ଆସିବା ନ୍ୟାୟର ମୃତ୍ୟୁ।”

ସେ ଆହୁରି ମଧ୍ୟ କହିଥିଲେ, “କେନ୍ଦ୍ର ସରକାର ଏବଂ ଦିଲ୍ଲୀ ସରକାର ଏଯାଏ କିଛି କରୁନାହାନ୍ତି ବୋଲି କହିବା ଭୁଲ ହେବ। ଆଇନ ଅନୁଯାୟୀ ଦୋଷୀଙ୍କୁ ଆଉ ଅତିରିକ୍ତ ସମୟ ମିଳିବା ଉଚିତ ନୁହେଁ।” ସେ କୋର୍ଟକୁ କହିଥିଲେ, “ଦୋଷୀମାନେ ଗାଁରୁ ଏବଂ ଦଳିତ ପରିବାରରୁ ଆସିଛନ୍ତି। ମୁକେଶ ଏବଂ ରାମ ସିଂହ ଦଳିତ। ସେମାନେ ରାଜସ୍ଥାନର ଗ୍ରାମୀଣ ଅଞ୍ଚଳରୁ ଆସିଛନ୍ତି।” ଅନ୍ୟପକ୍ଷରେ ମୁକେଶ ପାଇଁ ଲଢ଼ୁଥିବା ରେବେକା ଜନ୍‌ କହିଥିଲେ, କେନ୍ଦ୍ର ପଟିଆଲା ହାଉସ୍‌ କୋର୍ଟରେ ରାୟ ପାଇଁ ଆବେଦନ କରିଛି। କିନ୍ତୁ ପୂର୍ବରୁ ହାଇକୋର୍ଟ କହିଥିଲେ, ଟ୍ରାଏଲ କୋର୍ଟଙ୍କ ରାୟକୁ କେବଳ ସୁପ୍ରିମକୋର୍ଟରେ ହିଁ ଚ୍ୟାଲେଞ୍ଜ କରାଯାଇପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story