ଫାଶୀର ୩ ଦିନ ପୂର୍ବରୁ ରାଜକ୍ଷମା ଆବେଦନ କଲା ଅକ୍ଷୟ

ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନିର୍ଭୟା ଦୋଷୀ ନୂଆ ଉଦ୍ୟମ କରିଛନ୍ତି। ନିର୍ଭୟା କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ପୁଣିଥରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ମଧ୍ୟ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହାକୁ ରାଷ୍ଟ୍ରପତି ଖାରଜ କରିଦେଇଥିଲେ। ତେବେ ଫାଶୀର ୩ ଦିନ ପୂର୍ବରୁ ଅକ୍ଷୟ ଦ୍ୱିତୀୟ ଥର ରାଜକ୍ଷମା ଆବେଦନ କରି ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି। ମଙ୍ଗଳବାର ଅକ୍ଷୟ […]

q

Hemant Lenka
  • Published: Tuesday, 17 March 2020
  • , Updated: 17 March 2020, 10:10 PM IST

ନୂଆଦିଲ୍ଲୀ: ଫାଶୀ ପ୍ରକ୍ରିୟାକୁ ବିଳମ୍ବିତ କରିବା ପାଇଁ ପୁଣିଥରେ ନିର୍ଭୟା ଦୋଷୀ ନୂଆ ଉଦ୍ୟମ କରିଛନ୍ତି। ନିର୍ଭୟା କାଣ୍ଡର ୪ ଦୋଷୀଙ୍କ ମଧ୍ୟରୁ ଅକ୍ଷୟ ପୁଣିଥରେ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଛି। ପୂର୍ବରୁ ମଧ୍ୟ ଅକ୍ଷୟ ରାଷ୍ଟ୍ରପତିଙ୍କ ନିକଟରେ ରାଜକ୍ଷମା ଆବେଦନ କରିଥିଲା। ହେଲେ ଏହାକୁ ରାଷ୍ଟ୍ରପତି ଖାରଜ କରିଦେଇଥିଲେ।

ତେବେ ଫାଶୀର ୩ ଦିନ ପୂର୍ବରୁ ଅକ୍ଷୟ ଦ୍ୱିତୀୟ ଥର ରାଜକ୍ଷମା ଆବେଦନ କରି ପୂରା ଘଟଣାରେ ନୂଆ ଟ୍ୱିଷ୍ଟ ଆଣିଛି। ମଙ୍ଗଳବାର ଅକ୍ଷୟ ତା’ର ରାଜକ୍ଷମା ସମ୍ପର୍କିତ ଚିଠିକୁ ତିହାର ଜେଲ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଛି। ଏହାପରେ ଜେଲ କର୍ତ୍ତୃପକ୍ଷ ଏହାକୁ ଦିଲ୍ଲୀ ସରକାରଙ୍କ ପାଖକୁ ପଠାଇବେ।  ଏଠାରୁ ଏହି ଫାଇଲ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଦେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପାଖରେ ପହଞ୍ଚିବ।

ଆସନ୍ତା ୨୦ ତାରିଖ ସକାଳ ୫.୩୦ରେ ସମସ୍ତ ୪ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ପଟିଆଲା ହାଉସ କୋର୍ଟ ଡେଥ ୱାରେଣ୍ଟ ଜାରି କରିଛନ୍ତି। ଏଥିପାଇଁ ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇବା ପାଇଁ ନିଯୁକ୍ତ ଜହ୍ଲାଦ ତିହାର ଜେଲରେ ପହଞ୍ଚିଛନ୍ତି। ଜେଲ କର୍ତ୍ତୃପକ୍ଷ ମଧ୍ୟ ଫାଶୀ ପାଇଁ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି। ତେବେ ଏସବୁ ଭିତରେ ଅକ୍ଷୟ ରାଜକ୍ଷମା ଆବେଦନ କରିଛି।

ପୂର୍ବରୁ ୩ ଥର ଡେଥ ୱାରେଣ୍ଟ ଜାରି ହୋଇଥିଲେ ହେଁ ଶେଷ ମୁହୂର୍ତ୍ତରେ ଏହାକୁ ସ୍ଥଗିତ ରଖାଯାଇଥିଲା। ଏବେ ୪ର୍ଥ ଡେଥ ୱାରେଣ୍ଟକୁ ନେଇ ଆଶା ଆଶଙ୍କା ସୃଷ୍ଟି ହୋଇଛି।

Related story