ଦିଲ୍ଲୀ ପବନ ତ ଏମିତି ମାରୁଛି, ମୋତେ ଫାଶୀ ଦିଅନ୍ତୁନି: ନିର୍ଭୟା ଦୁଷ୍କର୍ମକାରୀ

ନୂଆଦିଲ୍ଲୀ: ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୁଷ୍କର୍ମକାରୀ ସୁପ୍ରିମ୍‌କୋର୍ଟଙ୍କ ପାଖରେ ଅଜବ ଯୁକ୍ତି ରଖିଛି। ସେ ନିଜକୁ ବଞ୍ଚାଇବା ପାଇଁ କହିଛି, ଦିଲ୍ଲୀର ପ୍ରଦୂଷିତ ପବନ ଆଉ ଜଳ ତ ଏମିତିରେ ମାରୁଛି, ଫାଶୀ ଦେବା କ’ଣ ଦରକାର। ଅକ୍ଷୟ ସିଂହ ଠାକୁର ନାମକ ଦୁଷ୍କର୍ମକାରୀ ଏଭଳି ଯୁକ୍ତି ରଖି ରିଭ୍ୟୁ ଆବେଦନ କରିଛି। ଅନ୍ୟମାନେ ପୂର୍ବରୁ ରିଭ୍ୟୁ ଆବେଦନ କରିସାରିଥିବାବେଳେ ଅକ୍ଷୟ ଏବେ ଏହି ଆବେଦନ କରିଛି। ଏଥିରେ ଆଇନଗତ ଯୁକ୍ତି […]

Nirbhaya

Subrat Kumar Nayak
  • Published: Tuesday, 10 December 2019
  • , Updated: 10 December 2019, 05:07 PM IST

ନୂଆଦିଲ୍ଲୀ: ୨୦୧୨ ମସିହାର ବହୁ ଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଘଟଣାର ଦୁଷ୍କର୍ମକାରୀ ସୁପ୍ରିମ୍‌କୋର୍ଟଙ୍କ ପାଖରେ ଅଜବ ଯୁକ୍ତି ରଖିଛି। ସେ ନିଜକୁ ବଞ୍ଚାଇବା ପାଇଁ କହିଛି, ଦିଲ୍ଲୀର ପ୍ରଦୂଷିତ ପବନ ଆଉ ଜଳ ତ ଏମିତିରେ ମାରୁଛି, ଫାଶୀ ଦେବା କ’ଣ ଦରକାର। ଅକ୍ଷୟ ସିଂହ ଠାକୁର ନାମକ ଦୁଷ୍କର୍ମକାରୀ ଏଭଳି ଯୁକ୍ତି ରଖି ରିଭ୍ୟୁ ଆବେଦନ କରିଛି।

ଅନ୍ୟମାନେ ପୂର୍ବରୁ ରିଭ୍ୟୁ ଆବେଦନ କରିସାରିଥିବାବେଳେ ଅକ୍ଷୟ ଏବେ ଏହି ଆବେଦନ କରିଛି। ଏଥିରେ ଆଇନଗତ ଯୁକ୍ତି ରଖି ସେ କହିଛି ତାକୁ ଭୁଲରେ ଦୋଷୀ ସାବ୍ୟସ୍ତ କରାଯାଇଛି। ବିଭିନ୍ନ ଦେଶରେ ମୃତ୍ୟୁ ଦଣ୍ଡ ଉଠିଯାଇଥିବା କଥା ମଧ୍ୟ ସେ କହିଛି।

ଏହି ପିଟିସନ୍‌ରେ ଅକ୍ଷୟ ଦିଲ୍ଲୀର ପ୍ରଦୂଷଣ ବାବଦରେ ଲମ୍ବା ଚୌଡ଼ା ବର୍ଣ୍ଣନା ମଧ୍ୟ କରିଛି। ସେ କହିଛି ଦିଲ୍ଲୀ ଏନ୍‌ସିଆର ଏବଂ ମେଟ୍ରୋସିଟିଗୁଡ଼ିକ ଗ୍ୟାସ୍‌ ଚାମ୍ବରରେ ପରିଣତ ହେଲେଣି। ଦିଲ୍ଲୀର ପାଣି ଏବଂ ପବନର ସ୍ଥିତି କ’ଣ ସମସ୍ତେ ଜାଣନ୍ତି ବୋଲି ସେ ଯୁକ୍ତିରେ କହିଛି।

Related story