ନିର୍ଭୟା ଦୋଷୀଙ୍କୁ ଫାଶୀ ପକ୍କା

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଦୋଷୀ ଅକ୍ଷୟ ସିଂହ ଦ୍ୱାରା ହୋଇଥିବା ରିଭ୍ୟୁ ପିଟିସନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଏହି ଆବେଦନର ଶୁଣାଣି ହେବାର ଥିଲା। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ରାୟ ଶୁଣାଣି ପାଇଁ ତିନି ଜଣିଆ ନୂଆ ଖଣ୍ଡପୀଠ ଗଠନ କରିଥିଲେ। ଯେଉଁଥିରୁ ସେ ନିଜକୁ ଅଲଗା କରି ଦେଇଥିଲେ। ଜଷ୍ଟିସ ଭାନୁମତିଙ୍କ ନେତୃତ୍ୱରେ […]

nirbhaya

Subhransu Sekhar
  • Published: Wednesday, 18 December 2019
  • , Updated: 18 December 2019, 01:55 PM IST

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲାରେ ଫାଶୀ ଦଣ୍ଡାଦେଶରୁ ବର୍ତ୍ତିବା ପାଇଁ ଦୋଷୀ ଅକ୍ଷୟ ଠାକୁର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା। ଦୋଷୀ ଅକ୍ଷୟ ସିଂହ ଦ୍ୱାରା ହୋଇଥିବା ରିଭ୍ୟୁ ପିଟିସନକୁ ଆଜି ଖାରଜ କରିଦେଇଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଏହି ଆବେଦନର ଶୁଣାଣି ହେବାର ଥିଲା। ହେଲେ ପ୍ରଧାନ ବିଚାରପତି ଜଷ୍ଟିସ ଏସ ଏ ବୋବଡେ ରାୟ ଶୁଣାଣି ପାଇଁ ତିନି ଜଣିଆ ନୂଆ ଖଣ୍ଡପୀଠ ଗଠନ କରିଥିଲେ। ଯେଉଁଥିରୁ ସେ ନିଜକୁ ଅଲଗା କରି ଦେଇଥିଲେ। ଜଷ୍ଟିସ ଭାନୁମତିଙ୍କ ନେତୃତ୍ୱରେ ଆଜି ଏହି ଖଣ୍ଡପୀଠ ଶୁଣାଣି କରିଛି।

କାରଣ ନିର୍ଭୟାଙ୍କ ମାଙ୍କ ପାଇଁ ଜଷ୍ଟିସ୍‌ ବୋବଡେଙ୍କ ଜଣେ ସମ୍ପର୍କୀୟ ମାମଲା ଲଢ଼ିଥିଲେ। ତେଣୁ ପକ୍ଷପାତିତା ଅଭିଯୋଗକୁ ଦୂରେଇ ରହିବାକୁ ଯାଇ ଜଷ୍ଟିସ୍‌ ବୋବଡେ ଏଭଳି ନିଷ୍ପତ୍ତି ନେଇଥିଲେ।

ଆଜି ଶୁଣାଣି ବେଳେ ଦୋଷୀ ଅକ୍ଷୟର ଓକିଲ ୩୦ ମିନିଟ୍ ଧରି ଦୋଷୀ ବାବଦରେ ପକ୍ଷ ରଖିଥିଲେ। ଏହି ସମୟରେ ଦୋଷୀର ଓକିଲ ଅଜବ ଯୁକ୍ତି ରଖିଥିଲେ। ଅକ୍ଷୟକୁ ଫଶାଇ ଦିଆଯାଇଛି। ଅକ୍ଷୟ ବିରୋଧରେ କୌଣସି ପ୍ରମାଣ ନାହିଁ ବୋଲି ସେ କହିଥିଲେ। ସମସ୍ତ ଦୋଷ ମିଡିଆକୁ ଦେଇଥିଲେ ଅକ୍ଷୟର ଓକିଲ। ତା ବିରୋଧରେ ମିଡିଆ ଅପପ୍ରଚାର କରିଛି ବୋଲି ସେ କହିଥିଲେ।

ଗତବର୍ଷ ଜୁଲାଇ ୯ରେ ସୁପ୍ରିମକୋର୍ଟ ଏହି ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିବା ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମାର ରିଭ୍ୟୁ ପିଟିସନକୁ ଖାରଜ କରି ଦେଇଥିଲେ।

ସୂଚନାଯୋଗ୍ୟ, ୨୦୧୭ରେ ସୁପ୍ରିମକୋର୍ଟ ନିର୍ଭୟା ଘଟଣାରେ ୪ ଜଣଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଥିଲେ। ଏହା ବିରୋଧରେ ଅକ୍ଷୟ ରିଭ୍ୟୁ ପିଟିସନ ଦାଖଲ କରିଥିଲେ। 

Related story