ସିଂହଙ୍କ ମନ୍ତବ୍ୟ ନେଇ ପ୍ରତିକ୍ରିୟା ଦେଲେନି ସୀତାରମଣ

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେଉଁ ମନ୍ତବ୍ୟ ରଖିଥିଲେ ସେ ବାବଦରେ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଚେନ୍ନାଇରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସାମ୍ବାଦିକମାନେ ସୀତାରମଣଙ୍କୁ ମନମୋହନ ସିଂହଙ୍କ ମନ୍ତବ୍ୟର ପ୍ରତିକ୍ରିୟା ମାଗିଥିଲେ। ଏହାପରେ ସୀତାରମଣ କହିଥିଲେ ମନମୋହନ ସିଂହ ଯାହା କହିଛନ୍ତି ସେ ବାବଦରେ ତାଙ୍କର କୌଣସି ମନ୍ତବ୍ୟ ନାହିଁ। ସେ ଯାହା କହିଛନ୍ତି ମୁଁ ତାହା ଶୁଣିଛି। ସୂଚନାଯୋଗ୍ୟ, ଦେଶରେ ଦେଖାଦେଇଥିବା […]

nirmala on sitaraman

Subhransu Sekhar
  • Published: Sunday, 01 September 2019
  • , Updated: 01 September 2019, 05:21 PM IST

ନୂଆଦିଲ୍ଲୀ: ଦେଶର ଅର୍ଥବ୍ୟବସ୍ଥାକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ଯେଉଁ ମନ୍ତବ୍ୟ ରଖିଥିଲେ ସେ ବାବଦରେ କୌଣସି ପ୍ରତିକ୍ରିୟା ରଖିଲେ ନାହିଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଆଜି ଚେନ୍ନାଇରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ସାମ୍ବାଦିକମାନେ ସୀତାରମଣଙ୍କୁ ମନମୋହନ ସିଂହଙ୍କ ମନ୍ତବ୍ୟର ପ୍ରତିକ୍ରିୟା ମାଗିଥିଲେ। ଏହାପରେ ସୀତାରମଣ କହିଥିଲେ ମନମୋହନ ସିଂହ ଯାହା କହିଛନ୍ତି ସେ ବାବଦରେ ତାଙ୍କର କୌଣସି ମନ୍ତବ୍ୟ ନାହିଁ। ସେ ଯାହା କହିଛନ୍ତି ମୁଁ ତାହା ଶୁଣିଛି।

ସୂଚନାଯୋଗ୍ୟ, ଦେଶରେ ଦେଖାଦେଇଥିବା ମାନ୍ଦାବସ୍ଥା ମନୁଷ୍ୟକୃତ। ସରକାରଙ୍କ ଭୁଲ୍ ନିଷ୍ପତ୍ତି ପାଇଁ ଦେଶର ଅର୍ଥ ବ୍ୟବସ୍ଥା ଆଜି ଖରାପ୍ ହୋଇଛି। ତେଣୁ ମାନ୍ଦାବାସ୍ଥାରୁ ମୁକୁଳିବା ପାଇଁ ଅଭିବୃଦ୍ଧି ପ୍ରସଙ୍ଗରେ ରାଜନୀତି ନକରି ଗମ୍ଭୀର ଭାବରେ ଦେଶର ଅର୍ଥନୀତି ବାବଦରେ ଚିନ୍ତା କରିବାକୁ ମୋଦି ସରକାରଙ୍କୁ ଆଜି ଆହ୍ୱାନ କରିଥିଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ। ଦୁଇ ଦିନ ତଳେ ୨୦୧୯-୨୦ ଆର୍ଥିକ ବର୍ଷର ପ୍ରଥମ ତିନି ମାସ(ଏପ୍ରିଲ-ଜୁନ୍)ର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଯେଉଁଥିରେ ଗୋଟିଏ ବର୍ଷ ଭିତରେ ଦେଶର ଅଭିବୃଦ୍ଧି ହାର ୩ ପ୍ରତିଶତ କମିଥିବା ଦେଖିବାକୁ ମିଳିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ପ୍ରଥମ ସରକାରରେ ତରବରିଆ ଭାବରେ ନୋଟବନ୍ଦୀ ଏବଂ ଜିଏସଟି ବାବଦରେ ନିଷ୍ପତ୍ତି ନେଇଥିଲେ। ଏଥିପାଇଁ ଦେଶର ଅର୍ଥବ୍ୟବସ୍ଥା ନିମ୍ନଗାମୀ ହୋଇଛି ବୋଲି ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ କହିଛନ୍ତି। ସେ ଆହୁରି କହିଥିଲେ ଦ୍ରୁତ ଅଭିବୃଦ୍ଧି ପାଇଁ ଭାରତ ପାଖରେ ବିକଳ୍ପ ରହିଛି। ହେଲେ ମୋଦି ସରକାରଙ୍କ ଭୁଲ୍ ନିଷ୍ପତ୍ତି ଅର୍ଥ ବ୍ୟବସ୍ଥାକୁ ଖରାପ କରିଛି। ମାନୁଫାକ୍ଚରିଂ ସେକ୍ଟରରେ ବିକାଶ ହାର ଖସି ୦.୬ରେ ପହଞ୍ଚିଛି। ତେଣୁ ଦେଶର ଅର୍ଥବ୍ୟବସ୍ଥା ଦୀର୍ଘ ସମୟ ପାଇଁ ଖରାପ ରହିବ ବୋଲି ସେ କହିଛନ୍ତି।

ନିର୍ମଳା ସୀତାରମଣ କହିଛନ୍ତି ଅଟୋ ଶିଳ୍ପର ଅଧିକାରୀମାନେ ତାଙ୍କ ସହିତ ଆଲୋଚନା କରିବା ପାଇଁ ଆସିଥିଲେ। ଉଭୟଙ୍କ ମଧ୍ୟରେ ଆଲୋଚନା ସକରାତ୍ମକ ରହିଛି। ଅଟୋ ଶିଳ୍ପରେ ଜିଏସଟି ହ୍ରାସ କରିବା ପାଇଁ ଦାବି ହୋଇଛି ହେଲେ ଏହା ତାଙ୍କ କ୍ଷମତା ପରିସରଭୁକ୍ତ ନୁହଁ। ଜିଏସଟି ପରିଷଦ ଏ ବାବଦରେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ଆଗାମୀ ଦିନରେ ବ୍ୟାଙ୍କ ମିଶ୍ରଣ ଯୋଗୁଁ କୌଣସି ଚାକିରି ଯିବ ନାହିଁ ବୋଲି ନିର୍ମଳା ସୀତାରମଣ କହିଛନ୍ତି।

ସୂଚନାଯୋଗ୍ୟ, ଦୁଇ ଦିନ ତଳେ ଦେଶର ଅଭିବୃଦ୍ଧି ହାର ପ୍ରକାଶ ପାଇଥିଲା। ଏବେ ଦେଶର ଅଭିବୃଦ୍ଧି ହାର ୫ ପ୍ରତିଶତ ରହିଛି। ଯାହାକି ଦୀର୍ଘ ୬ ବର୍ଷରେ ସବୁଠୁ କମ୍। ଗତବର୍ଷ ଜୁନ୍ ୩୦, ୨୦୧୮ରେ ଦେଶର ଅଭିବୃଦ୍ଧି ହାର ୮ ପ୍ରତିଶତ ଥିଲା। ଏବେ ବର୍ଷକ ମଧ୍ୟରେ ତିନି ପ୍ରତିଶତ ଅଭିବୃଦ୍ଧି ହାର କମିଛି। ଏହି ଖରାପ ସ୍ଥିତିରୁ ମୁକୁଳିବା ପାଇଁ ମୋଦି ସରକାର ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କକୁ ଏକକୀକରଣ କରୁଛନ୍ତି। ହେଲେ ଅର୍ଥନୀତିଜ୍ଞଙ୍କ ମତରେ ଏଭଳି ପ୍ରୟାସ ଅର୍ଥନୀତି ଉପରେ ସେତେଟା ପ୍ରଭାବ ପକାଇ ପାରିବ ନାହିଁ।

Related story