ନାରୀ ତୁ ନାରାୟଣୀ' ବଜେଟରେ ପ୍ରତିଫଳିତ ହୋଇଛି: ନିର୍ମଳା

ନୂଆଦିଲ୍ଲୀ: ଆଜି ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ‘ନାରୀ ତୁ ନାରାୟଣୀ’ ନାରା ଦେଇ ସୁଚାଇଥିଲେ ଯେ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଆଗକୁ ପ୍ରତି ଜିଲ୍ଲାରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରାଯିବ। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ସଦସ୍ୟମାନଙ୍କ ଜନଧନ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏ ପଠାଯିବ। ମୁଦ୍ରା ଯୋଜନା ଅଧୀନରେ ପ୍ରତି ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ମହିଳାମାନଙ୍କୁ ୧ […]

qwaa

Hemant Lenka
  • Published: Friday, 05 July 2019
  • , Updated: 05 July 2019, 03:27 PM IST

ନୂଆଦିଲ୍ଲୀ: ଆଜି ବଜେଟ୍‌ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ 'ନାରୀ ତୁ ନାରାୟଣୀ' ନାରା ଦେଇ ସୁଚାଇଥିଲେ ଯେ ୨୦୧୯-୨୦ ପୂର୍ଣ୍ଣାଙ୍ଗ ବଜେଟ୍‌ରେ ମହିଳାଙ୍କ ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି।

ଆଗକୁ ପ୍ରତି ଜିଲ୍ଲାରେ ମହିଳା ସ୍ୱଂୟ ସହାୟକ ଗୋଷ୍ଠୀ ଗଠନ କରାଯିବ। ମହିଳା ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ସଦସ୍ୟମାନଙ୍କ ଜନଧନ ଆକାଉଣ୍ଟକୁ ୫ ହଜାର ଟଙ୍କା ଲେଖାଏ ପଠାଯିବ। ମୁଦ୍ରା ଯୋଜନା ଅଧୀନରେ ପ୍ରତି ସ୍ୱଂୟ ସହାୟକ ଗୋଷ୍ଠୀରେ ଥିବା ମହିଳାମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏ ଋଣ ଯୋଗାଇ ଦିଆଯିବ।

ମହିଳାମାନେ ଗତ ନିର୍ବାଚନରେ ବିପୁଳ ସଂଖ୍ୟାରେ ଭୋଟ ଦେବାକୁ ଆସିଥିଲେ ବୋଲି ଉଲ୍ଲେଖ କରି ଶ୍ରୀମତୀ ସୀତାରାମଣ କହିଥିଲେ, ଚଳିତ ଲୋକସଭାରେ ୭୮ ଜଣ ମହିଳା ଏମପି ଆସିଥିବା ଆନନ୍ଦର ବିଷୟ ଓ ଏକ ଶୁଭ ସୂଚନା।

Related story