ନୂଆଦିଲ୍ଲୀ: ନୀତି ଆୟୋଗ ସିଇଓ ଅମିତାଭ କାଂତଙ୍କ ଭବିଷ୍ୟବାଣୀ । ଶନିବାର ନୀତି ଆୟୋଗ ସିଇଓ କହିଛନ୍ତି ଯେ, ଏଟିମ ସହ ଡେବିଟ୍ ଏବଂ କ୍ରେଡିଟ୍ କାର୍ଡ଼ ଗୁଡ଼ିକ ଆଗାମୀ ୩ରୁ ୪ ମାସ ମଧ୍ୟରେ ଅଚଳ ହୋଇଯିବ। ଅର୍ଥାତ ଏହି କାର୍ଡ଼ ଗୁଡ଼ିକ ଆଉ ବ୍ୟବହାର ହେବ ନାହିଁ। ଲୋକମାନେ ଏସବୁ କାରବାର ସେମାନଙ୍କ ମୋବାଇଲରେ ହିଁ କରିବେ।
ସେ କହିଛନ୍ତି ଯେ, ଦେଶର ୭୨ ପ୍ରତିଶତ ଜନସଂଖ୍ୟା ୩୨ ବର୍ଷରୁ କମ୍ ବୟସର। ଏହି ଦୃଷ୍ଟିରୁ ଆମେରିକା ଏବଂ ଇୟୁରୋପ ଦେଶର ଜନସଂଖ୍ୟା ତୁଳନାକଲେ ଲାଭାଂଶ ଦୃଷ୍ଟିରୁ ଭାରତର ସ୍ଥିତି ମଜଭୁତ ରହିଛି। ନୋଏଡାର ଆମେତି ବିଶ୍ୱବିଦ୍ୟାଳୟରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ନୀତି ଆୟୋଗ ସିଇଓ ଏହା କହିଛନ୍ତି। ସେ କହିଛନ୍ତି ଯେ, ଆଉ ୩ରୁ ୪ ବର୍ଷ ମଧ୍ୟରେ ଏଟିଏମ, ଡେବିଟ ଏବଂ କ୍ରେଡିଟ୍ କାର୍ଡ଼ ଗୁଡ଼ିକ ଅଚଳ ହୋଇଯିବ। କ୍ୟାସଲେସ୍ କାରବାର ବୃଦ୍ଧି ପାଇବ। ବିକଳ୍ପସୂରୁପ ମୋବାଇଲରେ କାରବାର ବୃଦ୍ଧି ପାଇବ।
ସେ କହିଛନ୍ତି ଯେ, ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ସର୍ବାଧିକ ପରିମାଣରେ ବାୟୁମେଟ୍ରିକ୍ ଡାଟା ଉପଲବ୍ଧ। ସେହିପରି ଭାରତରେ ମୋବାଇଲ ଉପଭୋକ୍ତା ସଂଖ୍ୟ ମଧ୍ୟ ବଢିବାରେ ଲାଗିଛି। ତେଣୁ ଭବିଷ୍ୟତରେ ସବୁପ୍ରକାର କାରବାର ଏହି ମୋବାଇଲ ମାଧ୍ୟମରେ ହେବ ବୋଲି ସେ କହିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।