ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ନୀତି ଆୟୋଗ ସିଇଓଙ୍କ ବଡ଼ ବୟାନ

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। କୋଟି କୋଟି ଶ୍ରମିକ ରୋଜଗାର ହରାଇଥିବା ବେଳେ ପେଟକୁ ଗଣ୍ଡେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି। ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସେମାନେ ନାହିଁ ନଥିବା କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏସବୁ ଭିତରେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ବଡ଼ ବୟାନ ଦେଇଛନ୍ତି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକ ସଙ୍କଟକୁ ମୁକାବିଲା ପାଇଁ […]

y

Hemant Lenka
  • Published: Saturday, 23 May 2020
  • , Updated: 23 May 2020, 12:06 PM IST

ନୂଆଦିଲ୍ଲୀ: କରୋନା ଲକଡାଉନ ଯୋଗୁ ସବୁଠାରୁ ଅଧିକ ପ୍ରଭାବିତ ହୋଇଛନ୍ତି ପ୍ରବାସୀ ଶ୍ରମିକ। କୋଟି କୋଟି ଶ୍ରମିକ ରୋଜଗାର ହରାଇଥିବା ବେଳେ ପେଟକୁ ଗଣ୍ଡେ ଖାଇବା ପାଇଁ ସଂଘର୍ଷ କରୁଛନ୍ତି।

ନିଜ ନିଜ ରାଜ୍ୟକୁ ଫେରିବା ପାଇଁ ସେମାନେ ନାହିଁ ନଥିବା କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏସବୁ ଭିତରେ ନୀତି ଆୟୋଗ ସିଇଓ ଅମିତାଭ କାନ୍ତ ବଡ଼ ବୟାନ ଦେଇଛନ୍ତି। ଉଭୟ କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ପ୍ରବାସୀ ଶ୍ରମିକ ସଙ୍କଟକୁ ମୁକାବିଲା ପାଇଁ ଆହୁରି ଅନେ କିଛି କରିପାରିଥାଆନ୍ତେ ବୋଲି ସେ କହିଛନ୍ତି।

ସେ କହିଛନ୍ତି, “କରୋନା ଭାଇରସ ସଂକ୍ରମଣକୁ ରୋକିବାରେ ଲକଡାଉନ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ଲକଡାଉନ ଯୋଗୁ ପ୍ରବାସୀ ଶ୍ରମିକମାନେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଆମକୁ ବୁଝିବାକୁ ହେବ ଯେ ପ୍ରବାସୀ ଶ୍ରମିକ ସମସ୍ୟା ଦୀର୍ଘ ବର୍ଷ ହେଲାଣି ଦେଶରେ ଲାଗି ରହିଛି। ଆମେ ଏଥିପାଇଁ ଏକ ଆଇନ ପ୍ରଣୟନ କରିଛୁ। ଏହାଦ୍ୱାରା ଭାରତୀୟ ଅର୍ଥନୀତିକୁ ଆଗକୁ ନେବା ପାଇଁ ଅଧିକରୁ ଅଧିକ ଶ୍ରମିକ ସାମିଲ ହୋଇପାରିବେ।

ଶ୍ରମିକମାନଙ୍କର ଉପଯୁକ୍ତ ଯତ୍ନ ରାଜ୍ୟସରକାରମାନେ ନେବା ଦରକାର। ଏହା ସେମାନଙ୍କର ଦାୟିତ୍ୱ। ଭାରତ ଭଳି ଏକ ବିଶାଳ ଦେଶରେ ଫେଡରାଲ ଗଭର୍ଣ୍ଣମେଣ୍ଟର ରୋଲ ଅତ୍ୟନ୍ତ ସୀମିତ। ରାଜ୍ୟ, ଜିଲ୍ଲା ଓ ଆଞ୍ଚଳିକ ସ୍ତରରେ ପ୍ରତିଟି ଶ୍ରମିକଙ୍କ ଦାୟିତ୍ୱ ନେବା କଥା ଚିନ୍ତା କରିବା ସବୁଠାରୁ ଅଧିକ ଚ୍ୟାଲେଞ୍ଜ ସୃଷ୍ଟି କରେ। ଆମେ ଶ୍ରମିକମାନଙ୍କ ପାଇଁ ଆହୁରି ଅନେକ କିଛି କରିପାରିଥାଆନ୍ତେ ବୋଲି ସେ କହିଛନ୍ତି।

Related story