ଦିଲ୍ଲୀ: ନୀତି ଆୟୋଗ ବୈଠକରେ ଯୋଗ ଦେଲେ ବସୁନ୍ଧରା

ନୂଆଦିଲ୍ଲୀ: ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ସାହାଯ୍ୟ କରି ବିରୋଧୀଙ୍କ ଟାର୍ଗେଟରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ  ଶନିବାର ଦିଲ୍ଲୀ ଆସିଛନ୍ତି । ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଆସିଥିବା ବସୁନ୍ଧରା ଆଜି ବିଜେପିର କିଛି ପ୍ରମୁଖ କେନ୍ଦ୍ରୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ବହୁଚର୍ଚ୍ଚିତ ଆଇପିଏଲ ଦୁର୍ନୀତିରେ ଅଭିଯୁକ୍ତ ଲଳିତ ମୋଦିଙ୍କ ବ୍ରିଟେନ ଭିସା ଲାଗି ଏକ ଆବେଦନକୁ ସତ୍ୟପାଠ ଜରିଆରେ ସମର୍ଥନ କରି ବସୁନ୍ଧରା ଅଡୁଆରେ […]

vasundhara

Rakesh Mallick
  • Published: Saturday, 27 June 2015
  • , Updated: 27 June 2015, 10:22 AM IST

ନୂଆଦିଲ୍ଲୀ: ପୂର୍ବତନ ଆଇପିଏଲ୍ ଅଧ୍ୟକ୍ଷ ଲଳିତ ମୋଦିଙ୍କୁ ସାହାଯ୍ୟ କରି ବିରୋଧୀଙ୍କ ଟାର୍ଗେଟରେ ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ  ଶନିବାର ଦିଲ୍ଲୀ ଆସିଛନ୍ତି । ନୀତି ଆୟୋଗର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଯୋଗଦେବାକୁ ଦିଲ୍ଲୀ ଆସିଥିବା ବସୁନ୍ଧରା ଆଜି ବିଜେପିର କିଛି ପ୍ରମୁଖ କେନ୍ଦ୍ରୀୟ ନେତାଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ବହୁଚର୍ଚ୍ଚିତ ଆଇପିଏଲ ଦୁର୍ନୀତିରେ ଅଭିଯୁକ୍ତ ଲଳିତ ମୋଦିଙ୍କ ବ୍ରିଟେନ ଭିସା ଲାଗି ଏକ ଆବେଦନକୁ ସତ୍ୟପାଠ ଜରିଆରେ ସମର୍ଥନ କରି ବସୁନ୍ଧରା ଅଡୁଆରେ ପଡିଛନ୍ତି ।  ଜଣେ ଅଭିଯୁକ୍ତକୁ ଅନୁକମ୍ପା ପ୍ରଦର୍ଶନ କରି ଭାରତୀୟ ଆଇନର ଉଲ୍ଲଙ୍ଘନ କରିଥିବା ବସୁନ୍ଧରା ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ। ଦେବାକୁ ବିରୋଧୀଙ୍କ ଦାବି ତୀବ୍ର ହେବାରେ ଲାଗିଛି।

Related story