ଲାଲୁଙ୍କୁ ଜବାବ ଦେଲେ ନୀତିଶ: ବିହାର ଝିଅକୁ ହରାଇବା ପାଇଁ ବିରୋଧୀ ରାଷ୍ଟ୍ରପତି ପ୍ରାର୍ଥୀ କରିଛନ୍ତି

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏନଡିଏ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ମୀରାକୁମାରଙ୍କୁ ପ୍ରାର୍ଥୀ କରି ଦଳିତ ବନାମ ଦଳିତ ଲଢାଇ ଆରମ୍ଭ କରିଦେଇଛି। ଭୋଟ ସଂଖ୍ୟାକୁ ଯଦି ଲକ୍ଷ୍ୟ କରାଯାଏ ଏନଡିଏ ପ୍ରାର୍ଥୀ ରାମନାଥ ସହଜରେ ବଜୟୀ ହେବା ନିଶ୍ଚିତ। କାରଣ ଏନଡିଏ ପାଖରେ ସଂଖ୍ୟାଗରିଷ୍ଠତା ରହିଥିବା ସହ ଜେଡିୟୁ ସମେତ ବିଜେଡି, ଏଆଇଡିଏମକେ ଆଦି ଦଳର ସମର୍ଥନ ରହିଛି। ଅନ୍ୟପଟେ ୨୦୧୯ରେ ବିଜେପିକୁ ରୋକିବା […]

nitish kumar

Rakesh Mallick
  • Published: Friday, 23 June 2017
  • , Updated: 23 June 2017, 10:10 PM IST

ନୂଆଦିଲ୍ଲୀ: ରାଷ୍ଟ୍ରପତି ନିର୍ବାଚନକୁ ନେଇ ଏବେ ସବୁଠି ଚର୍ଚ୍ଚା। ଏନଡିଏ ରାମନାଥ କୋବିନ୍ଦଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିଥିବା ବେଳେ ବିରୋଧୀ ଦଳ ମୀରାକୁମାରଙ୍କୁ ପ୍ରାର୍ଥୀ କରି ଦଳିତ ବନାମ ଦଳିତ ଲଢାଇ ଆରମ୍ଭ କରିଦେଇଛି। ଭୋଟ ସଂଖ୍ୟାକୁ ଯଦି ଲକ୍ଷ୍ୟ କରାଯାଏ ଏନଡିଏ ପ୍ରାର୍ଥୀ ରାମନାଥ ସହଜରେ ବଜୟୀ ହେବା ନିଶ୍ଚିତ। କାରଣ ଏନଡିଏ ପାଖରେ ସଂଖ୍ୟାଗରିଷ୍ଠତା ରହିଥିବା ସହ ଜେଡିୟୁ ସମେତ ବିଜେଡି, ଏଆଇଡିଏମକେ ଆଦି ଦଳର ସମର୍ଥନ ରହିଛି। ଅନ୍ୟପଟେ ୨୦୧୯ରେ ବିଜେପିକୁ ରୋକିବା ପାଇଁ ଗଠନ କରାଯାଇଥିବା ମହାମେଣ୍ଟରେ ଏବେ ଫାଟ୍‌ ସୃଷ୍ଟି ହୋଇଛି। କାରଣ ଏହି ମହାମେଣ୍ଟର ସହଯୋଗୀ ଦଳ ଜେଡିୟୁ ଏବେ ଏନଡିଏର ପ୍ରାର୍ଥୀ ରାମନାଥଙ୍କୁ ସମର୍ଥନ କରିବା ପାଇଁ ଘୋଷଣା କରିସାରିଛି। ଏଭଳି ପରିସ୍ଥିତିରେ ସବୁଠୁ ଅଧିକ ମର୍ମାହତ ହୋଇଛନ୍ତି ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ। ବିହାରରେ ବର୍ତ୍ତମାନ ମେଣ୍ଟ ସରକାର ଚାଲିଛି। ଫଳରେ ଲାଲୁ ନୀତିଶଙ୍କୁ ଆଉଥରେ ବିଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଲାଲୁ କହିଛନ୍ତି ଯେ ମୀରା କୁମାର ବିହାରର ଝିଅ ତେଣୁ ନିଜ ରାଜ୍ୟର ଝିଅକୁ ନୀତିଶ ସମର୍ଥନ କରନ୍ତୁ। ଅନ୍ୟପଟେ ଏହାର ଜବାବ ରଖିଛନ୍ତି ନୀତିଶ କୁମାର। ସେ କହିଛନ୍ତି ବାହାରର ଝିଅକୁ ହରାଇବା ପାଇଁ ମୀରା କୁମାରଙ୍କୁ ବିପକ୍ଷ ପ୍ରାର୍ଥୀ କରିଛି। ଯାହାକୁ ନେଇ ରାଜନୈତିକ ମାହୋଲ ଏବେ ଗରମ ହୋଇଯାଇଛି।

Related story