ଦୁଇ ଦିନରେ ଦୁଇ ଥର ଭେଟାଭେଟି ହେଲେ ନୀତୀଶ-ତେଜସ୍ୱୀ

ପାଟନା: ଚଳିତ ବର୍ଷ ଶେଷ ବେଳକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜନୀତିକ ସମୀକରଣ ବଦଳୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଓ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ପରସ୍ପରକୁ ଏକାନ୍ତରେ ଦୁଇଥର ଭେଟିବା ପରେ ରାଜନୀତିକ ଚିତ୍ର ବଦଳିବ ବୋଲି ଆକଳନ ହେଉଛି। ତେବେ ଏହି ଭେଟଘାଟକୁ ଔପଚାରିକ ବୋଲି ତେଜସ୍ୱୀ ଯାଦବ କହିଛନ୍ତି। ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରିବେ ତା’ହେଲେ ସେ କାହିଁକି […]

nitish_tejashwi

Subhransu Sekhar
  • Published: Wednesday, 26 February 2020
  • , Updated: 26 February 2020, 10:50 PM IST

ପାଟନା: ଚଳିତ ବର୍ଷ ଶେଷ ବେଳକୁ ବିହାରରେ ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ ରାଜନୀତିକ ସମୀକରଣ ବଦଳୁଥିବା ଦେଖିବାକୁ ମିଳିଛି। ମଙ୍ଗଳବାର ଓ ବୁଧବାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବ ପରସ୍ପରକୁ ଏକାନ୍ତରେ ଦୁଇଥର ଭେଟିବା ପରେ ରାଜନୀତିକ ଚିତ୍ର ବଦଳିବ ବୋଲି ଆକଳନ ହେଉଛି। ତେବେ ଏହି ଭେଟଘାଟକୁ ଔପଚାରିକ ବୋଲି ତେଜସ୍ୱୀ ଯାଦବ କହିଛନ୍ତି। ଯଦି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅମିତ ଶାହଙ୍କୁ ଭେଟିପାରିବେ ତା’ହେଲେ ସେ କାହିଁକି ନୀତୀଶଙ୍କୁ ଭେଟିପାରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି।

ମଙ୍ଗଳବାର (ଫେବୃଆରୀ ୨୫) ଜେଡିୟୁ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଏବଂ ଆରଜେଡି ନେତା ତେଜସ୍ୱୀ ଯାଦବଙ୍କ ମଧ୍ୟରେ ଭେଟଘାଟ ହୋଇଥିଲା। ଏହାପରେ ବିଧାନସଭାରେ ଏନଆରସି ଓ ଏନପିଆର ରାଜ୍ୟରେ ଲାଗୁ ହେବ ନାହିଁ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ବୁଧବାର ମଧ୍ୟ ଏହି ଦୁଇ ନେତା ଭେଟିଥିଲେ।

ଏହାପରେ ତେଜସ୍ୱୀ ଯାଦବ ଗଣମାଧ୍ୟମକୁ କହିଛନ୍ତି, ‘ବିହାରରେ ସରକାରକୁ ଅସ୍ଥିରତା ହେବାକୁ ଦେବୁ ନାହିଁ। ଗତ 4 ବର୍ଷରେ ଚାରିଥର ସରକାର ବଦଳିଛି। ନୀତୀଶ କୁମାର ବିଜେପି ସହ ଲଢ଼ିବାକୁ ସାହାସ ଜୁଟାଇ ପାରୁନାହାନ୍ତି ତେଣୁ ତାଙ୍କୁ ସାଙ୍ଗରେ ନେଇ କ’ଣ କରିବୁ?’

ନୀତୀଶ କୁମାର ଏବଂ ତେଜସ୍ୱୀ ଯାଦବ ପରସ୍ପରକୁ ଭେଟିବା ପରେ ବିହାର ରାଜନୀତି ସରଗରମ ହୋଇଛି। ତେଜସ୍ୱୀ ଆଗାମୀ ଦିନରେ ଜେଡିୟୁ ସହିତ ଆସିବେ କି ବୋଲି ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିଥିଲେ। ଜବାବରେ ତେଜସ୍ୱୀ କହିଥିଲେ ବିହାରରେ ସରକାରକୁ ଅସ୍ଥିରତା ହେବାକୁ ଦେବୁନି।

ଅର୍ଥାତ୍ ବିହାରରେ ଏନଆରସି ଏବଂ ଏନପିଆର ବିରୋଧରେ ପ୍ରସ୍ତାବ ଗୃହୀତ ହୋଇଛି। ମେଣ୍ଟ ସରକାରର ସହଯୋଗୀ ବିଜେପି ଏ ନେଇ ନିରବ ରହିଛି। ଯଦି ବିଜେପି ମେଣ୍ଟରୁ ଓହରିବା ନେଇ ନିଷ୍ପତ୍ତି ନେବ ତା’ହେଲେ ନୀତୀଶଙ୍କୁ ତେଜସ୍ୱୀ ସମର୍ଥନ କରିପାରନ୍ତି।

ସୂଚନାଯୋଗ୍ୟ, ୨୦୧୩ରେ ନୀତୀଶ କୁମାର ବିଜେପି ସହିତ ମେଣ୍ଟ ଭାଙ୍ଗି ଆରଜେଡି ସହ ମେଣ୍ଟ କରି ସରକାର ଗଢ଼ିଥିଲେ। ଏହାପରେ ଆରଜେଡି ସହିତ ମେଣ୍ଟ ଭାଙ୍ଗି ବିଜେପି ସହିତ ମିଶି ନୀତୀଶ କୁମାର ସରକାର ଗଢ଼ିଛନ୍ତି।

Related story