ନୀତିଶ ପ୍ରଧାନମନ୍ତ୍ରୀ ହେଲେ ଦେଶରେ ଜଙ୍ଗଲରାଜ ବ୍ୟାପିଯିବ: ଉମା ଭାରତୀ

ପାଟନା: କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ, ନୀତିଶ କୁମାର ଦେଶର ପ୍ରଧାନମନ୍ତ୍ରୀ ହେଲେ ଦେଶରେ ଜଙ୍ଗଲରାଜ ବ୍ୟାପିଯିବ। ଆଜି ସାହେବଗଞ୍ଜଠାରେ ନ୍ୟାସନାଲ କ୍ଲିନ୍ ଗଙ୍ଗା ମିଶନ୍  ଉଦଘାଟନ ଅବସରରେ  ଉମା ଏହି ମନ୍ତବ୍ୟ ଦେଇଛନ୍ତି। ଗତବର୍ଷ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମେଣ୍ଟ ହୋଇଥିଲା। ନିର୍ବାଚନୀ ପ୍ରଚାର ବେଳେ ନୀତିଶ କୁମାରଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯିବା ପ୍ରଶ୍ନର  ଉତ୍ତରରେ ଲାଲୁ କହିଥିଲେ, ଏଥିରେ ଦ୍ୱିମତ ନାହିଁ । ନୀତିଶ ସରକାରରେ ବିଧାୟକ […]

uma-bharati

Rakesh Mallick
  • Published: Monday, 09 May 2016
  • , Updated: 09 May 2016, 09:53 AM IST

ପାଟନା: କେନ୍ଦ୍ରମନ୍ତ୍ରୀ ଉମା ଭାରତୀ କହିଛନ୍ତି ଯେ, ନୀତିଶ କୁମାର ଦେଶର ପ୍ରଧାନମନ୍ତ୍ରୀ ହେଲେ ଦେଶରେ ଜଙ୍ଗଲରାଜ ବ୍ୟାପିଯିବ। ଆଜି ସାହେବଗଞ୍ଜଠାରେ ନ୍ୟାସନାଲ କ୍ଲିନ୍ ଗଙ୍ଗା ମିଶନ୍  ଉଦଘାଟନ ଅବସରରେ  ଉମା ଏହି ମନ୍ତବ୍ୟ ଦେଇଛନ୍ତି।

ଗତବର୍ଷ ବିହାର ବିଧାନସଭା ନିର୍ବାଚନରେ ଜେଡିୟୁ ଓ ଆରଜେଡି ମଧ୍ୟରେ ମେଣ୍ଟ ହୋଇଥିଲା। ନିର୍ବାଚନୀ ପ୍ରଚାର ବେଳେ ନୀତିଶ କୁମାରଙ୍କୁ ଦେଶର ପ୍ରଧାନମନ୍ତ୍ରୀ କରାଯିବା ପ୍ରଶ୍ନର  ଉତ୍ତରରେ ଲାଲୁ କହିଥିଲେ, ଏଥିରେ ଦ୍ୱିମତ ନାହିଁ ।

ନୀତିଶ ସରକାରରେ ବିଧାୟକ ଥିବା ମନୋରମା ଦେବୀଙ୍କ ପୁଅ ରକି ଜଣେ ବ୍ୟବସାୟୀଙ୍କ ପୁଅ ଆଦିତ୍ୟକୁ ହତ୍ୟା କରିବା ଘଟଣାକୁ ନେଇ ଉମା ଭାରତୀ ନୀତିଶ କୁମାରଙ୍କୁ ଟାଗେର୍ଟ କରିଥିଲେ। ସେ କହିଛନ୍ତି, “ମଦୁଆଙ୍କ ପରେ କ୍ଷମତା ନିଶାରେ ପାଗଳ ବ୍ୟକ୍ତିଙ୍କ ବିରୋଧରେ ନୀତିଶ କାର୍ଯ୍ୟାନୁଷ୍ଠାନ  ନେବା ଜରୁରୀ।”

Related story