ସଚିନ ପାଇଲଟଙ୍କୁ କୋର୍ଟ ଆଶ୍ୱସ୍ତି, ମଙ୍ଗଳବାର ଯାଏ ହେବନି କାର୍ଯ୍ୟାନୁଷ୍ଠାନ

ଜୟପୁର: କଂଗ୍ରେସ ବନାମ କଂଗ୍ରେସ କଳିରେ ବିଦ୍ରୋହୀ ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସେମାନଙ୍କ ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲେ ହେଁ ଏହାଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି। ଆସନ୍ତା ମଙ୍ଗଳବାର ସନ୍ଧ୍ୟା ୫.୩୦ ଯାଏ ବାଚସ୍ପତି ସଚିନ କିମ୍ବା କୌଣସି ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ଆଜି ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ […]

dya

dya

Hemant Lenka
  • Published: Friday, 17 July 2020
  • Updated: 17 July 2020, 07:13 PM IST

Sports

Latest News

ଜୟପୁର: କଂଗ୍ରେସ ବନାମ କଂଗ୍ରେସ କଳିରେ ବିଦ୍ରୋହୀ ସଚିନ ପାଇଲଟ ଓ ତାଙ୍କ ସମର୍ଥକଙ୍କୁ ବଡ଼ ଆଶ୍ୱସ୍ତି ମିଳିଛି। ସେମାନଙ୍କ ବିରୋଧରେ ରାଜସ୍ଥାନ ବିଧାନସଭା ବାଚସ୍ପତି ସିପି ଯୋଶୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଚାହୁଁଥିଲେ ହେଁ ଏହାଉପରେ ହାଇକୋର୍ଟ ରୋକ ଲଗାଇଛନ୍ତି।

ଆସନ୍ତା ମଙ୍ଗଳବାର ସନ୍ଧ୍ୟା ୫.୩୦ ଯାଏ ବାଚସ୍ପତି ସଚିନ କିମ୍ବା କୌଣସି ବିଦ୍ରୋହୀ ବିଧାୟକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇପାରିବେ ନାହିଁ ବୋଲି ଆଜି ରାଜସ୍ଥାନ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ କଂଗ୍ରେସ ବିରୋଧରେ ସଚିନ ପାଇଲଟ ଓ ଅନ୍ୟ ୧୮ ଜଣ ବିଧାୟକ ବିଦ୍ରୋହ ଘୋଷଣା କରିଥିବାରୁ ସେମାନଙ୍କୁ ବାଚସ୍ପତି ନୋଟିସ୍‌ କରି କାହିଁକି ଅଯୋଗ୍ୟ ଘୋଷଣା କରାଯିବ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଏହା ବିରୋଧରେ ସଚିନ ଆଣ୍ଡ କୋ ରାଜସ୍ଥାନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଆଜି ଶୁଣାଣି ବେଳେ ସଚିନ ଓ ବିଦ୍ରୋହୀ ଓକିଲଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ହରିଶ ସାଲଭେ ଏବଂ ମୁକୁଲ ରୋହତଗୀ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ନୋଟିସ୍‌ର କୌଣସି ସମ୍ବିଧାନିକ ବୈଧତା ନାହିଁ ବୋଲି ସେମାନେ କହିବା ସହ ନୋଟିସ୍‌କୁ ଖାରଜ କରିବାକୁ ଅନେକ ଯୁକ୍ତି ଉପସ୍ଥାପନ କରିଥିଲେ।

ଆଜିର ଶୁଣାଣି ବେଳେ ବାଚସ୍ପତିଙ୍କ ପକ୍ଷରୁ ମାମଲା ଲଢ଼ୁଥିବା ଅଭିଷେକ ମନୁ ସଂଙ୍ଘଭୀ ନିଜର ପକ୍ଷ ରଖିବାକୁ ସମୟ ପାଇ ନାହାନ୍ତି। ଆସନ୍ତା ୨୦ ତାରିଖରେ ସେ ନିଜର ଯୁକ୍ତି ଉପସ୍ଥାପନ କରିବେ।

ଏହାକୁ ଦୃଷ୍ଟିରେ ମୁଖ୍ୟ ବିଚାରପତି ଇନ୍ଦ୍ରଜିତ ମହାନ୍ତି ଓ ଜଷ୍ଟିସ୍‌ ପ୍ରକାଶ ଗୁପ୍ତାଙ୍କ ଡିଭିଜନ ବେଞ୍ଚ ବାଚସ୍ପତି ସିପି ଯୋଶୀଙ୍କୁ ଆସନ୍ତା ୨୧ ତାରିଖ ସନ୍ଧ୍ୟା ୫.୩୦ ଯାଏ ସଚିନ ଆଣ୍ଡ କୋଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos