ନୋ ବ୍ଲାଉଜ୍‌ କ୍ୟାମ୍ପେନ୍‌, ହାତରେ ବ୍ରା...

ନୂଆଦିଲ୍ଲୀ: ବିରୋଧ ପାଇଁ ଆନ୍ଦୋଳନ କିଛି ନୂଆକଥା ନୁହେଁ। କେତେବେଳେ ନିଜର ହକ୍‌ ପାଇଁ ତ କେତେବେଳେ କୌଣସି ସାମାଜିକ ପ୍ରତିବନ୍ଧକକୁ ବରୋଧ କରି ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇ ଚର୍ଚ୍ଚିତ ହୋଇଛନ୍ତି ଅନେକ ଚେହେରା। ଭାରତରେ ମଧ୍ୟ ଏଭଳି ଆନ୍ଦୋଳନ ହେଉଛି ଓ ଭବିଷ୍ୟତରେ ହେବ ଏଥିରେ ଦ୍ୱିମତ ନାହିଁ । ହେଲେ ଆମେ ଏଠି ଆପଣଙ୍କୁ ଏମିତି କିଛି ଆନ୍ଦୋଳନ କଥା କହିବାକୁ ଯାଉଛୁ, ଯାହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ। ସମ୍ପ୍ରତି […]

S3

S3

Rakesh Mallick
  • Published: Thursday, 30 November 2017
  • Updated: 30 November 2017, 06:07 PM IST

Sports

Latest News

ନୂଆଦିଲ୍ଲୀ: ବିରୋଧ ପାଇଁ ଆନ୍ଦୋଳନ କିଛି ନୂଆକଥା ନୁହେଁ। କେତେବେଳେ ନିଜର ହକ୍‌ ପାଇଁ ତ କେତେବେଳେ କୌଣସି ସାମାଜିକ ପ୍ରତିବନ୍ଧକକୁ ବରୋଧ କରି ବିଭିନ୍ନ ସମୟରେ ଆନ୍ଦୋଳନକୁ ଓହ୍ଲାଇ ଚର୍ଚ୍ଚିତ ହୋଇଛନ୍ତି ଅନେକ ଚେହେରା। ଭାରତରେ ମଧ୍ୟ ଏଭଳି ଆନ୍ଦୋଳନ ହେଉଛି ଓ ଭବିଷ୍ୟତରେ ହେବ ଏଥିରେ ଦ୍ୱିମତ ନାହିଁ । ହେଲେ ଆମେ ଏଠି ଆପଣଙ୍କୁ ଏମିତି କିଛି ଆନ୍ଦୋଳନ କଥା କହିବାକୁ ଯାଉଛୁ, ଯାହା ଶୁଣି ଆପଣ ନିଶ୍ଚିତ ଆଶ୍ଚର୍ଯ୍ୟ ହେବେ।

ସମ୍ପ୍ରତି ଭାରତ ଭଳି ଏକ ରକ୍ଷଣଶୀଳ ରାଷ୍ଟ୍ରରେ ଲିଙ୍ଗଗତ ସମାନତା ପାଇଁ ଆନ୍ଦୋଳନ ହେବା ହୁଏତ ସାଧାରଣ ଲାଗିପାରେ ହେଲେ ଏହି ଆନ୍ଦୋଳନର ମାଧ୍ୟମ ସମ୍ପର୍କରେ ଜଣନ୍ତିକି? ଆଜ୍ଞା ହଁ, ଏମିତି ଆନ୍ଦୋଳନ ଲାଗି କେତେବେଳେ ମହିଳାମାନେ ବିନା ବ୍ଲାଉଜ୍‌ରେ ତ କେତେବେଳେ ହାତରେ ବ୍ରା ଧରି ଫଟୋ ପାଇଁ ପୋଜ୍‌ ଦେଇଛନ୍ତି। ଏଭଳି କ୍ୟାମ୍ପେନ୍‌ ସୋସିଆଲ ମିଡିଆରେ ଚର୍ଚ୍ଚିତ ମଧ୍ୟ ହୋଇଛି। ଆସନ୍ତୁ ଜାଣିବା ସେହ ଆନ୍ଦୋଳନ ସମ୍ପର୍କରେ।

ନିକଟରେ ସୋସିଆଲ ମଡିଆରେ ‘ନୋ ବ୍ଲାଉଜ୍‌’ କ୍ୟାମ୍ପେନ ଆରମ୍ଭ ହୋଇଥିଲା। ପୁରୁଷମାନଙ୍କ ଭଳି ନାରୀମାନଙ୍କୁ ସମାନ ଅଧିକାର ପ୍ରଦାନ ଦାବିରେ ଏହା ଆରମ୍ଭ କରାଯାଇଥିଲା। ପ୍ରାୟ ୧,୦୦୦ ମହିଳା ବିନା ବ୍ଲାଉଜ୍‌ରେ କେବଳ ଗୋଟିଏ ବସ୍ତ୍ରରେ ଫଟୋ ପାଇଁ ପୋଜ୍‌ ଦେଇଥିଲେ । ଏହି ବୋଲ୍ଡ କ୍ୟାମ୍ପେନ୍‌ ବେସ୍ ଚର୍ଚ୍ଚିତ ହୋଇଥିଲା ସୋସିଆଲ ମଡିଆରେ। ଅଭିଯାନ ମାଧ୍ୟମରେ ପୁରାତନ କାଳରେ ମହିଳାମାନଙ୍କ ସୌନ୍ଦର୍ଯ୍ୟ ଜ୍ଞାନକୁ ପ୍ରଦର୍ଶିତ କରାଯାଇଥିବା ଦାବି କରାଯାଇଥିଲା। କାରଣ ସେତେବେଳେ ମହିଳାମାନନେ ବିନା ବ୍ଲାଉଜରେ ଶାଢୀ ପିନ୍ଧୁଥିଲେ ଓ ବେସ୍‌ ସୁନ୍ଦର ଦିଶୁଥିଲେ। ଏଣୁ ଏଭଳି କ୍ୟାମ୍ପେନ୍‌ ବୋଲ୍ଡ ହେଲେ ମଧ୍ୟ ସେଭଳି ଆପିତ୍ତିଜନକ ନ ଥିଲା ବୋଲି କୁହାଯାଇଥିଲା।

ସେହିଭଳି ହଟ୍‌ ଅଭିନେତ୍ରୀ ସାଲ୍ରିନ୍‌ ଚୋପ୍ରା ଏହି ଲିଙ୍ଗଗତ ସମାନତା ପାଇଁ ହାତରେ ବ୍ରା ଧରି ଫଟୋ ସୁଟ୍‌ କରିଥିଲେ। ଏହି ଫଟୋ ସୋସିଆଲ ସାଇଟ୍‌ରେ ଅପ୍‌ଲୋଡ୍‌ କରି, ଭାରତରେ ନାରୀମାନଙ୍କୁ ସେକ୍ସଠାରୁ ଊର୍ଦ୍ଧ୍ୱରେ ରଖି ପରିକଳ୍ପନା କରାଯିବା ଆବଶ୍ୟକ ବୋଲି ଲେଖିଥିଲେ। ଯାହା ଖୁବ୍‌ ଚର୍ଚ୍ଚିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos