ହାଇଦ୍ରାବାଦ: ଚଳିତ ସାଧାରଣ ନିର୍ବାଚନରେ ଭୋଟିଂରେ ସ୍ବଚ୍ଛତା ଆଣିବା ପାଇଁ ଇଭିଏମ ଓ ଭିଭିପାଟ ମିଳିତ ବ୍ୟବହାର କରାଯାଉଛି। ହେଲେ ପ୍ରଥମ ଥର ପାଇଁ ତେଲେଙ୍ଗାନାର ନିଜାମାବାଦ ଲୋକସଭା ଆସନ ପାଇଁ ଭୋଟର ମାନେ ଇଭିଏମ ବଦଳରେ ବ୍ୟାଲଟ ପେପରରେ ଭୋଟ ଦେବାକୁ ଯାଉଛନ୍ତି। ଏହାର ଏକ ବିଶେଷ କାରଣ ମଧ୍ୟ ରହିଛି । ନିଜାମାବାଦରେ ୧୮୫ ଜଣ ଲୋକସଭା ପ୍ରାର୍ଥୀ ରହିଛନ୍ତି। ଇଭିଏମରେ ୬୩ ଜଣ ପ୍ରାର୍ଥୀଙ୍କ ତାଲିକା ରଖିବାର କ୍ଷମତା ଥିବାରୁ ଶେଷରେ ବ୍ୟାଲଟ ପେପରରେ ମତଦାନ ପାଇଁ ନିଷ୍ପତ୍ତି ନେଇଛନ୍ତି ନିର୍ବାଚନ କମିଶନ। ୧୮୫ ପ୍ରାର୍ଥୀଙ୍କ ମଧ୍ୟରେ ୧୭୮ ଜଣ ଚାଷୀ ପ୍ରାର୍ଥୀ ହୋଇଛନ୍ତି।
ବର୍ତ୍ତମାନ ଏହି ଆସନରୁ ତେଲେଙ୍ଗାନାର ଶାସକ ଦଳ ଟିଆରଏସରୁ କଲଭକୁନ୍ତଳା କବିତା ସାଂସଦ ଅଛନ୍ତି। ମୁଖ୍ଯମନ୍ତ୍ରୀ କେସି ରାଓଙ୍କ ଝିଅ ହେଉଛନ୍ତି କବିତା। ଏହି ଆସନରେ ଟିଆରଏସ, ବିଜେପି ଓ କଂଗ୍ରେସ ପ୍ରମୁଖଙ୍କ ମଧ୍ୟରେ ଲଢେଇ ଜୋରଦାର ହେବ।
ତେଲେଙ୍ଗାନାରେ ୧୭ଟି ଲୋକସଭା ଆସନ ପାଇଁ ମୋଟ ୪୪୩ ଜଣ ପ୍ରାର୍ଥୀ ଥିବା ଜଣାପଡ଼ିଛି। ଏପ୍ରିଲ ୧୧ରେ ଏହି ୧୭ଟି ଆସନ ପାଇଁ ମତଦାନ ହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
୨୦୨୩-୨୪ ବର୍ଷରେ ବି ବିଜେପି ମାଲେମାଲ, ପାଇଛି ୨,୨୪୪ କୋଟି ଚାନ୍ଦା
୨୦୨୩-୨୪ ବର୍ଷରେ ବିଜେପି ସର୍ବାଧିକ ୨,୨୪୪ କୋଟି ଟଙ୍କା ପାଇଥିବାବେଳେ ପୂର୍ବତନ ତେଲେଙ୍ଗାନା ସିଏମ ଚନ୍ଦ୍ରଶେଖର ରାଓଙ୍କ ଦଳ ବିଆରଏସ ଦ୍ୱିତୀୟ ସ୍ଥାନରେ ରହିଛି।
National
ମଝି ସମୁଦ୍ରରେ ବୁଡ଼ିଲା ଯାତ୍ରୀବାହୀ ଡ଼ଙ୍ଗା, ଜଣେ ମୃତ, ୨୦ ଉଦ୍ଧାର
ଦୁର୍ଘଟଣାରେ ଜଣେ ୫୪ ବର୍ଷୀୟ ବୟସ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଅନ୍ୟ ୨୦ ଜଣଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।
National
ଆସାମରୁ ଗିରଫ ହେଲେ ଆଉ ୨ ଦୁଇ ବାଂଲାଦେଶୀ ଆତଙ୍କୀ
ଏହାପୂର୍ବରୁ ଆସାମ, ପଶ୍ଚିମବଙ୍ଗ ଓ କେରଳରୁ ୮ ଜଣ ଏବିଟି ସଦସ୍ୟ ଗିରଫ ହୋଇଥିଲେ। ସେମାନଙ୍କୁ ଜେରା କରାଯିବା ବେଳେ ଅବଦୁଲ ଓ ମୀର୍ଦ୍ଧା ସମ୍ପର୍କରେ ସୂଚନା ମିଳିଥିଲା।
Viral
ଅସୁସ୍ଥ ପତ୍ନୀଙ୍କ ପାଇଁ ନେଲେ VRS, କିନ୍ତୁ ବିଦାୟ ସମ୍ବର୍ଦ୍ଧନା ବେଳେ ଆଖି ବୁଜିଲେ ପତ୍ନୀ
କ୍ୟାମେରାକୁ ଚାହିଁ ହସୁଥିଲେ। ବେକରେ ଥିଲା ବିରାଟ ଗେଣ୍ଡୁମାଳ। କିଛି ଫୁଲ ମଧ୍ୟ ସେ ଧରିଥିଲେ। ସ୍ୱାମୀଙ୍କ ବିଦାୟୀ କାଳୀନ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ପାଇଁ ତାଙ୍କ ଚାରି ପାଖର ପରିବେଶ ବେଶ ଉତ୍ସବ ମୁଖର ଥିଲା। ସମସ୍ତେ ଖୁସି ହୋଇ କାର୍ଯ୍ୟକ୍ରମର ମଜା ନେଉଥିଲେ। କିନ୍ତୁ ...
National
ସଂସଦ ନିକଟରେ ନିଜକୁ ଜାଳି ଦେଲେ, ମିଳିଲା ଅଧା ପୋଡ଼ା ଚିଠି
ଘଟଣା ସ୍ଥଳରୁ ପୁଲିସ୍ ଦୁଇ ପୃଷ୍ଠାର ଅଧା ଲେଖା ଚିଠି ଠାବ କରିଛି। କିନ୍ତୁ ଏଥିରେ ଥିବା ବିଷୟବସ୍ତୁ ସମ୍ପର୍କରେ ଜଣାପଡ଼ି ନାହିଁ।