ଏଥର ଅଟ୍ଟାରି–ୱାଘା ସୀମାରେ ଭାରତ ଓ ପାକ୍ ପରସ୍ପରକୁ ମିଠା ଦେଲେନି

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ମୋଦି ସରକାର ହଟାଇବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସେହି କାରଣରୁ ଏ ବର୍ଷ ଇଦ୍-ଉଲ-ଜୁହା ଏବଂ ସ୍ୱାଧୀନତା ଦିବସ ଅବସରରେ ଦୁଇ ଦେଶ ମଧ୍ୟରେ ମିଠା ଦିଆ ନିଆ ହୋଇ ନାହିଁ। ଇଦ୍-ଉଲ୍-ଜୁହା ଅବସରରେ ଅଟ୍ଟାରି ୱାଘା ସୀମାରେ ଭାରତ ପାକିସ୍ତାନ ସେନାକୁ ମିଠା ପ୍ୟାକେଟ ଦେଇଥିଲା। କିନ୍ତୁ ପାକିସ୍ତାନ ମିଠା ନେବାକୁ ମନା କରିଦେଇଥିଲା। ଏହା ପୂର୍ବରୁ କିନ୍ତୁ ପାକିସ୍ତାନ ଭାରତକୁ […]

attari wagha border

Subhransu Sekhar
  • Published: Wednesday, 14 August 2019
  • , Updated: 14 August 2019, 02:18 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ମୋଦି ସରକାର ହଟାଇବା ପରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦ ତେଜିବାରେ ଲାଗିଛି। ସେହି କାରଣରୁ ଏ ବର୍ଷ ଇଦ୍-ଉଲ-ଜୁହା ଏବଂ ସ୍ୱାଧୀନତା ଦିବସ ଅବସରରେ ଦୁଇ ଦେଶ ମଧ୍ୟରେ ମିଠା ଦିଆ ନିଆ ହୋଇ ନାହିଁ।

ଇଦ୍-ଉଲ୍-ଜୁହା ଅବସରରେ ଅଟ୍ଟାରି ୱାଘା ସୀମାରେ ଭାରତ ପାକିସ୍ତାନ ସେନାକୁ ମିଠା ପ୍ୟାକେଟ ଦେଇଥିଲା। କିନ୍ତୁ ପାକିସ୍ତାନ ମିଠା ନେବାକୁ ମନା କରିଦେଇଥିଲା। ଏହା ପୂର୍ବରୁ କିନ୍ତୁ ପାକିସ୍ତାନ ଭାରତକୁ ଯିବା ଆସିବା କରୁଥିବା ସମଝୌତା ଏକ୍ସପ୍ରେସ ଏବଂ ଦିଲ୍ଲୀ ଲାହୋର ବସକୁ ବାତିଲ୍ କରି ଦେଇଥିଲା। ପୂର୍ବରୁ ଦୁଇ ଦେଶ ମଧ୍ୟରେ ବଡ଼ ପର୍ବ ଗୁଡ଼ିକରେ ମିଠା ଦିଆ ନିଆ ହେଉଥିଲା। ଦିପାବଳୀ, ଇଦ୍ ଓ ହୋଲି ଅବସରରେ ଭାରତ ଓ ପାକିସ୍ତାନ ସେନା ପରସ୍ପରଙ୍କ ମଧ୍ୟରେ ମିଠା ଦିଆନିଆ କରୁଥିଲେ।

କିନ୍ତୁ ଏବେ ଜମ୍ମୁ କଶ୍ମୀରରୁ ଭାରତ ସରକାର ଧାରା ୩୭୦ ହଟାଇବା ପରେ ପାକିସ୍ତାନ ବିଚଳିତ ହୋଇଯାଇଛି। ମୋଦି ସରକାରଙ୍କ ଏହି ନିଷ୍ପତ୍ତିକୁ ଅସାମ୍ୱିଧାନିକ କହି ପାକିସ୍ତାନ ବାରମ୍ୱାର ଆନ୍ତର୍ଜାତିକ ସ୍ତରରେ ଏହି ପ୍ରସଙ୍ଗ ଉଠାଉଛି। ପାକିସ୍ତାନ ସବୁ ଦେଶ ପାଖରୁ ନିରାଶ ହୋଇଥିଲେ ମଧ୍ୟ ନିଜ ଜିଦରେ ଅଟଳ ରହିଛି।

Related story