ଗୁଇନ୍ଦା ବିଫଳ ପାଇଁ ଗଣତନ୍ତ୍ର ଦିବସରେ ହିଂସା ହୋଇନାହିଁ: ଦିଲ୍ଲୀ ପୁଲିସ

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହୋଇଥିବା ହିଂସା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୁଲିସ କମିଶନର ଏସ ଏନ ଶ୍ରୀବାସ୍ତବ। ଚାଷୀ ସଂଗଠନ ଉପରେ ଥିବା ଭରସା ଭାଙ୍ଗିଯାଇଛି। ଏଭଳି ହେବ ବୋଲି ଆଶଙ୍କା କରାଯାଉଥିଲା। କୌଣସି ଗୁଇନ୍ଦା ବିଫଳ ପାଇଁ ଏଭଳି ହୋଇନି ବରଂ ଚାଷୀ ସଂଗଠନ ନିର୍ଦ୍ଦାରିତ ରାସ୍ତା ଦେଇ ନଆସିବାରୁ ଏଭଳି ହିଂସା ହୋଇଛି ବୋଲି ପ୍ରେସ କନଫରେନସ କରି ଶ୍ରୀବାସ୍ତବ କହିଛନ୍ତି। ଗୁଇନ୍ଦା ବିଫଳ ହୋଇନଥିବା ନେଇ ସ୍ପଷ୍ଟୀକରଣ ଦେବାକୁ ଯାଇ […]

DELHI-POLICE

Subhransu Sekhar
  • Published: Friday, 19 February 2021
  • , Updated: 19 February 2021, 06:05 PM IST

ନୂଆଦିଲ୍ଲୀ: ଜାନୁଆରୀ ୨୬ରେ ଲାଲକିଲ୍ଲାରେ ହୋଇଥିବା ହିଂସା ନେଇ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ପୁଲିସ କମିଶନର ଏସ ଏନ ଶ୍ରୀବାସ୍ତବ। ଚାଷୀ ସଂଗଠନ ଉପରେ ଥିବା ଭରସା ଭାଙ୍ଗିଯାଇଛି। ଏଭଳି ହେବ ବୋଲି ଆଶଙ୍କା କରାଯାଉଥିଲା। କୌଣସି ଗୁଇନ୍ଦା ବିଫଳ ପାଇଁ ଏଭଳି ହୋଇନି ବରଂ ଚାଷୀ ସଂଗଠନ ନିର୍ଦ୍ଦାରିତ ରାସ୍ତା ଦେଇ ନଆସିବାରୁ ଏଭଳି ହିଂସା ହୋଇଛି ବୋଲି ପ୍ରେସ କନଫରେନସ କରି ଶ୍ରୀବାସ୍ତବ କହିଛନ୍ତି।

ଗୁଇନ୍ଦା ବିଫଳ ହୋଇନଥିବା ନେଇ ସ୍ପଷ୍ଟୀକରଣ ଦେବାକୁ ଯାଇ ପୁଲିସ କମିଶନର କହିଛନ୍ତି ହିଂସା ଏଡାଇବା ପାଇଁ ବ୍ୟାରିକେଡ ବ୍ୟବସ୍ଥା କରାଯାଇଥିଲା। ହେଲେ ନିର୍ଦ୍ଦାରିତ ରାସ୍ତାରେ ନଆସି ଅନ୍ୟ ରାସ୍ତାରେ ଆସିଥିବାରୁ ଏଭଳି ସ୍ଥିତି ଉପୁଜିଛି ବୋଲି ସେ କହିଛନ୍ତି।

https://twitter.com/ANI/status/1362698165875478533?s=20

ଟ୍ରାକ୍ଟର ରାଲି ପାଇଁ ପୁଲିସ ଚାଷୀଙ୍କୁ ରାସ୍ତା ବତାଇଥିଲା। ହେଲେ ଚାଷୀମାନେ ନିୟମ ନମାନି ଅନ୍ୟ ରାସ୍ତାରେ ଆସିଥିଲେ। ଚାଷୀ ଏଭଳି କରି ପୁଲିସର ବିଶ୍ୱାସ ହରାଇଛନ୍ତି।

ଟ୍ରାକ୍ଟର ରାଲି ପାଇଁ ପୁଲିସ ଅନୁମତି ଦେବା ବେଳେ କୌଣସି ଅସ୍ତ୍ରଶସ୍ତ୍ର ନଆଣିବାକୁ କହିଥିଲା। ହେଲେ ରାଲି ବେଳେ ଚାଷୀ ମାନେ ଅସ୍ତ୍ରଶସ୍ତ୍ର ଧରି ଆସିଥିଲେ। ଯାହାକି ଚାଷୀ ଏବଂ ପୁଲିସ ମଧ୍ୟରେ ହୋଇଥିବା ନିଷ୍ପତ୍ତିକୁ ଠିକ୍ ଭାବରେ ପାଳନ କରାଯାଇନି ବୋଲି ପୁଲିସ କମିଶନର କହିଛନ୍ତି।

ସୂଚନାଯୋଗ୍ୟ, ଜାନୁଆରୀ ୨୬ରେ ଚାଷୀ ମାନେ ଟ୍ରାକ୍ଟର ରାଲି କରିଥିଲେ। ଏହି ସମୟରେ ହିଂସା ହୋଇଥିଲା। ଏଥିରେ ଦିଲ୍ଲୀ ପୁଲିସର ୪୦୦ କର୍ମୀ ଆହତ ହୋଇଥିଲେ। ଜଣେ ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟର ଓଲଟିବାରୁ ମୃତ୍ୟୁ ବରଣ କରିଥିଲେ। ଏମିତିକି ଆନ୍ଦୋଳନରତ ଚାଷୀଙ୍କ ଟ୍ରାକ୍ଟରରୁ ଅସ୍ତ୍ର ଶସ୍ତ୍ର ସହିତ ମାଦକ ଦ୍ରବ୍ୟ ଦେଖିବାକୁ ମିଳିଥିଲା।

Related story