ମୁମ୍ବାଇ: ମୁମ୍ବାଇର ମିରା-ଭାଏନ୍ଦରରେ ମାଂସ ବିକ୍ରିକୁ ଆସନ୍ତା ସେପ୍ଟେମ୍ବର ୧୭ ଯାଏ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବମ୍ବେ ହାଇକୋର୍ଟ। ଦୁଇଦିନ ପାଇଁ ସଲ୍ଟର (ଖାଦ୍ୟ ପାଇଁ ପଶୁ ହତ୍ୟା) ବନ୍ଦ କରିବାକୁ ଏପରି ନିର୍ଦ୍ଦେଶ ଶୁଣାଇଛନ୍ତି ହାଇକୋର୍ଟ। ତେବେ କେବଳ ଏହି ଅଞ୍ଚଳକୁ ଛାଡିଦେଲେ ମାହାରାଷ୍ଟ୍ରର ବାକି ଅଞ୍ଚଳରେ ମାଂସ ବିକ୍ରି ପୂର୍ବବତ ଜାରି ରହିବ । ଗତ ୧୦ ତାରିଖରେ ବମ୍ବେ ହାଇକୋର୍ଟ ସାରା ମୁମ୍ବାଇରେ ମାଂସ ବିକ୍ରି ଉପରେ ରୋକ ଲାଗାଇଥିଲେ।
ଅନ୍ୟପକ୍ଷରେ ମିରା-ଭାଏନ୍ଦରବାସୀ କହିଛନ୍ତି, ପ୍ରତିବର୍ଷ ପର୍ୟୁଶାନ ମେଳା ବେଳେ ବମ୍ବେ ହାଇକୋର୍ଟ ମାଂସ ବିକ୍ରି ଉପରେ ରୋକ ଲଗାଇଥାନ୍ତି । ସୂଚନାଯୋଗ୍ୟ, ମିରା-ଭାଏନ୍ଦର ମୁନିପାଲ କର୍ପୋରେସନ ସେପ୍ଟେମ୍ବର ୪ରୁ ମାଂସ ବିକ୍ରି କରିବାକୁ ରୋକ ଲଗାଇ ଥିଲା। ଏହା ଉପରେ ବମ୍ବେ ହାଇକୋର୍ଟ ଶୁଣାଣି କରି ୨ ଦିନ ମାଂସ ବିକ୍ରି ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।