ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟଙ୍କୁ କହିଛନ୍ତି ରାସ୍ତାରା ଆଉ କୌଣସି ଶ୍ରମିକ ନାହାନ୍ତି। ୨୧ ଦିନିଆ ଲକ୍ଡାଉନ୍ ପରେ ଉପୁଜିଥିବା ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ରିପୋର୍ଟ ତଲବ ପରେ କେନ୍ଦ୍ର ଏପରି ଉତ୍ତର ରଖିଛି।
ଆଜି କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ କହିଥିଲେ, “ସକାଳ ୧୧ଟା ସୁଦ୍ଧା ରାସ୍ତାରେ କେହି ନାହାନ୍ତି। ସେମାନଙ୍କୁ ନିକଟବର୍ତ୍ତୀ ଆଶ୍ରୟସ୍ଥଳକୁ ନିଆଯାଇଛି।”
ସଲିସିଟର ଜେନେରାଲ ଆହୁରି ମଧ୍ୟ କହିଛନ୍ତି, “୨୩ ଲକ୍ଷ ଲୋକଙ୍କୁ ଖାଦ୍ୟ ଯୋଗାଇ ଦିଆଯାଇଛି। ଏମାନଙ୍କ ମଧ୍ୟରେ ପ୍ରବାସୀ ଶ୍ରମିକ ଏବଂ ଦିନ ମଜୁରିଆ ଅଛନ୍ତି। ଯେଉଁମାନେ ବି ରାସ୍ତାରେ ଅଛନ୍ତି ଏବଂ ନିଜ ଗାଁକୁ ଫେରିବାକୁ ପ୍ରୟାସ କରୁଛନ୍ତି, ସେମାନଙ୍କୁ ଆଶ୍ରୟସ୍ଥଳକୁ ନିଆଯାଉଛି।”