ବନ୍ଦ ହେବନି କୌଣସି ରେଡିଓ ଷ୍ଟେସନ

ନୂଆଦିଲ୍ଲୀ: ଆକାଶବାଣୀର କେନ୍ଦ୍ର କୌଣସି ରାଜ୍ୟ କିମ୍ବା କୌଣସି ସ୍ଥାନରେ ବନ୍ଦ ହେବ ନାହିଁ ବୋଲି ପ୍ରସାର ଭାରତୀ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି। ଦେଶରେ ବିଭିନ୍ନ ଗଣମାଧ୍ୟମରେ ଆକାଶବାଣୀର କେନ୍ଦ୍ର ବନ୍ଦ ହେବା ସର୍ମ୍ପକୀତ ସମ୍ବାଦ ପ୍ରକାଶିତ ହେବା ଘଟଣାକୁ ଗୁରୁତର ସହ ନେଇ ଏସବୁକୁ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ସୂଚନା ବୋଲି ପ୍ରସାର ଭାରତୀ ସ୍ପଷ୍ଟ କରିଦେଇଛି। ଏ ସମ୍ପର୍କୀତ ସ୍ପଷ୍ଟୀକରଣରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ […]

AKASH BANI

Subhransu Sekhar
  • Published: Thursday, 14 January 2021
  • , Updated: 14 January 2021, 12:02 AM IST

ନୂଆଦିଲ୍ଲୀ: ଆକାଶବାଣୀର କେନ୍ଦ୍ର କୌଣସି ରାଜ୍ୟ କିମ୍ବା କୌଣସି ସ୍ଥାନରେ ବନ୍ଦ ହେବ ନାହିଁ ବୋଲି ପ୍ରସାର ଭାରତୀ ପକ୍ଷରୁ ଆଜି ସ୍ପଷ୍ଟୀକରଣ ଦିଆଯାଇଛି। ଦେଶରେ ବିଭିନ୍ନ ଗଣମାଧ୍ୟମରେ ଆକାଶବାଣୀର କେନ୍ଦ୍ର ବନ୍ଦ ହେବା ସର୍ମ୍ପକୀତ ସମ୍ବାଦ ପ୍ରକାଶିତ ହେବା ଘଟଣାକୁ ଗୁରୁତର ସହ ନେଇ ଏସବୁକୁ ଭିତ୍ତିହୀନ ଏବଂ ବିଭ୍ରାନ୍ତିକର ସୂଚନା ବୋଲି ପ୍ରସାର ଭାରତୀ ସ୍ପଷ୍ଟ କରିଦେଇଛି।

ଏ ସମ୍ପର୍କୀତ ସ୍ପଷ୍ଟୀକରଣରେ ଆହୁରି ମଧ୍ୟ ଦର୍ଶାଯାଇଛି ଯେ, କୌଣସି ରାଜ୍ୟ କିମ୍ବା କେନ୍ଦ୍ରଶାସିତ ଅଞ୍ଚଳରେ ରହିଥିବା ଆକାଶବାଣୀ କେନ୍ଦ୍ରର କ୍ଷମତା ସଂକୋଚନ କରାଯିବ ନାହିଁ । ସମସ୍ତ କେନ୍ଦ୍ର ସ୍ଥାନୀୟଭାବେ ଭାଷା, ସମାଜ ସଂସ୍କୃତି, ମାନବ ସମ୍ବଳ ବିବିଧତା ସହ ସ୍ଥାନୀୟ ମେଧାକୁ ଗୁରୁତ୍ୱ ଦେଇ କାର୍ଯ୍ୟକ୍ରମ ପରିବେଷଣ ଚଳାଇ ରଖିବେ। ୨୦୧୧-୨୨ ମସିହାରେ କାର୍ଯ୍ୟକ୍ରମର ସମ୍ପ୍ରସାରଣ ସହିତ ସମଗ୍ର ଦେଶରେ ଶହେରୁ ଅଧିକ ନୂଆ ଏଫ.ଏମ. ରେଡିଓ ଟ୍ରାନ୍ସମିଟର ସ୍ଥାପନ କରାଯିବ ।

ଆକାଶବାଣୀର କାର୍ଯ୍ୟକ୍ରମକୁ ସୁଦୃଢ କରାଯିବ । ପ୍ରସାର ଭାରତୀ ଅଧିନରେ ବିଭିନ୍ନ ପ୍ରକାରର ‘ମୋଡ’ରେ ଦେଶର ଶହ ଶହ ଆକାଶବାଣୀ କେନ୍ଦ୍ର ବର୍ତମାନ ବିଭିନ୍ନ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ଏବଂ ଏହା ବିଶ୍ୱର ସର୍ବବୃହତ ଲୋକସେବା ପ୍ରସାରଣ ବ୍ୟବସ୍ଥା । ବର୍ତ୍ତମାନ ଏହି ସମସ୍ତ କେନ୍ଦ୍ର ୪୮ଟି ଉପଗ୍ରହ ରେଡିଓ ଚ୍ୟାନେଲ ମାଧ୍ୟମରେ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି ବୋଲି ଏହି ସ୍ପଷ୍ଟୀକରଣରେ ଉଲ୍ଲେଖ କରାଯାଇଛି ।

Newsonair ଆପ୍‌ରେ ପ୍ରାୟ ୨୦୦ଟି ରେଡିଓ ଷ୍ଟ୍ରିମ ‘ଭୋକାଲ ଫର ଲୋକାଲର’ ବାଖ୍ୟାକୁ ବିଶ୍ୱବ୍ୟାପୀ ପ୍ରସାରଣ କରୁଛନ୍ତି । ୨୦୨୦ମସିହାରେ ୩ଶହ ନିୟୁତ ଶ୍ରୋତା ଏହି ଆପ୍ ବ୍ୟବହାର କରି ରେଡିଓ କାର୍ଯ୍ୟକ୍ରମ ଶୁଣୁଛନ୍ତି । ବର୍ତ୍ତମାନ ୨୪ଘଣ୍ଟିଆ ରେଡିଓ କାର୍ଯ୍ୟକ୍ରମ ପ୍ରସାରଣ ମାଧ୍ୟମରେ ସମ୍ବାଦ ଏବଂ ସମକାଳୀନ ପ୍ରସଙ୍ଗ ପ୍ରସାରଣ କରାଯାଉଛି ।   AIR ରାଗମ୍ ଏବଂ ବିଭିନ୍ନ କ୍ରୀଡା ପ୍ରତିଯୋଗିତା ମାଧ୍ୟମରେ ୨୪ଘଣ୍ଟିଆ ପ୍ରସାରଣ ହେଉଛି ବୋଲି ମଧ୍ୟ ପ୍ରସାର ଭାରତୀ ପକ୍ଷରୁ ପ୍ରକାଶ ପାଇଛି ।

Related story