ପଦାର୍ଥ ବିଜ୍ଞାନ ପାଇଁ ଡାଭିଡ୍, ଡୁନ୍‌କାନ୍ ଓ ମାଇକେଲ୍ ପାଇବେ ନୋବେଲ୍ ପୁରସ୍କାର

ଷ୍ଟକ୍‌ହୋମ୍: ଗତକାଲି ମେଡିସିନ୍ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ଆଜି ପଦାର୍ଥ ବିଜ୍ଞାନ ପାଇଁ ଘୋଷଣା କରାଯାଇଛି। ଆମେରିକାର ତିନି ଜଣ ବୈଜ୍ଞାନିକ ମିଳିତ ଭାବେ ଚଳିତ ବର୍ଷ ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେମାନେ ହେଲେ ଡାଭିଡ୍ ଥାଉଲେସ୍, ଡୁନ୍‌କାନ ହାଲଡେନ୍ ଓ ମାଇକେଲ୍ କୋଷ୍ଟେରଲିଜ୍।

୮୨ ବର୍ଷୀୟ ଥାଉଲେସ୍ ୱାଶିଂଟନ ବିଶ୍ୱବିଦ୍ୟାଳୟରେ ପ୍ରଫେସର ଥିଲେ। ଅବସର ପରେ ବି ସେ ପଦ ବଜାୟ ରଖିଛନ୍ତି। ୬୫ ବର୍ଷୀୟ ହାଲଡେନ୍ ନ୍ୟୁ ଜର୍ସିର ପ୍ରିନ୍ସଟନ୍ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନର ପ୍ରଫେସର ଅଛନ୍ତି। ୭୩ ବର୍ଷୀୟ କୋଷ୍ଟେରଲିଜ୍ ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ପଦାର୍ଥ ବିଜ୍ଞାନ ପ୍ରଫେସର ଅଛନ୍ତି।

ୟୋସିନୋରି ଓସୁମିଙ୍କୁ ଗତକାଲି ମେଡିସିନ୍ ପାଇଁ ଚଳିତ ବର୍ଷ ନୋବେଲ୍ ପୁରସ୍କାର ଦିଆଯିବାକୁ ମନୋନୀତ କରାଯାଇଥିଲା। ଆସନ୍ତାକାଲି ରସାୟନ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯିବ।

ଆହୁରି ପଢ଼ନ୍ତୁ

୨୦ ମିନିଟ୍‌ରେ ୩ ମାସର ବର୍ଷା: ମୁଖ୍ୟ ରାସ୍ତାରେ ଭାସିଲା ଗାଡ଼ି, ଭାଙ୍ଗିଲା ଘର

ଅପରାହ୍ଣ ୫ଟାରେ ଟିଭି ବତର୍କରେ ଭାଗ ନେଇଥିଲେ, ସନ୍ଧ୍ୟା ବେଳେ ଆସିଲା ମୃତ୍ୟୁ ଖବର

ଲଦାଖରେ ମୁତୟନ ହେଲା ଦୁଇଟି ଲଢ଼ୁଆ ହେଲିକପ୍ଟର

ଆଉ ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କରୋନା

ଭାରତରେ କମ୍ପାନୀ ଖୋଲି ବେଆଇନ କାମରେ ଲିପ୍ତ ଥିବା ଚାଇନିଜ ନାଗରିକ ଗିରଫ

ଫେସବୁକ ପୋଷ୍ଟରୁ ଜଳିଲା ବେଙ୍ଗାଲୁରୁ: ଦଙ୍ଗାକାରୀଙ୍କ ଠାରୁ କ୍ଷତିପୂରଣ ଆଦାୟ କରିବେ ସରକାର

୬ ଦିନ ହେଲା ୬ ବର୍ଷୀୟ ଶିଶୁର ଦୁଷ୍କର୍ମକାରୀକୁ ପାଉନି ପୁଲିସ୍, ଜାରି କଲା ଫଟୋ

୩୮ ଜଣଙ୍କ ଉପରେ ହୋଇଛି ରୁଷ କରୋନା ଟିକାର ପରୀକ୍ଷଣ, ଏମାନଙ୍କ ଉପରେ ହେବନି ପ୍ରୟୋଗ

କରୋନା ବେଳେ ୬୪% ଦିବ୍ୟାଙ୍ଗ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି: ସର୍ଭେ

ବିଶ୍ୱର ପ୍ରଥମ କରୋନା ଟିକାର ସୁରକ୍ଷା ନେଇ ଉଠିଲା ପ୍ରଶ୍ନ, ଜବାବ ରଖିଲା ରୁଷ

ବିଗିଡିବାରେ ଲାଗିଛି ପ୍ରଣବ ମୁଖାର୍ଜୀଙ୍କ ସ୍ୱାସ୍ଥ୍ୟାବସ୍ଥା

“ସଞ୍ଜୟ ରାଉତ ଏବଂ ଆଦିତ୍ୟ ଠାକରେଙ୍କ ନାର୍କୋ ଟେଷ୍ଟ ଦାବି”