ଆରପାରିରେ ଭାରତୀୟ ନୋବେଲ୍‌ ବିଜୟୀ ଲେଖକ ଭିଏସ୍‌ ନାଇପଲ୍‌

ନୂଆଦିଲ୍ଲୀ: ନୋବେଲ୍‌ ବିଜେତା ଭାରତୀୟ ବଂଶୋଦ୍ଭବ ଲେଖକ ଭିଏସ୍‌ ନାଇପଲ୍‌ଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ସେ ତାଙ୍କ ଲଣ୍ଡନସ୍ଥିତ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଭିଏସ୍‌ ନାଇପଲ୍‌ ବା ବିଦ୍ୟାଧର ସୁରଜପ୍ରସାଦ ନାଇପଲ୍‌ଙ୍କ ଜନ୍ମ ୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ଟିନିଡାଡ୍‌ର ଚଗ୍‌ୱାନ୍‌ସରେ ହୋଇଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସାହିତ୍ୟ ଜଗତରେ ସେ ଖୁବ୍‌ ପ୍ରସିଦ୍ଧ ଥିଲେ। […]

11xp-naipaul-obit-facebookJumbo

11xp-naipaul-obit-facebookJumbo

Ordigital Desk
  • Published: Sunday, 12 August 2018
  • Updated: 12 August 2018, 03:44 PM IST

Sports

Latest News

ନୂଆଦିଲ୍ଲୀ: ନୋବେଲ୍‌ ବିଜେତା ଭାରତୀୟ ବଂଶୋଦ୍ଭବ ଲେଖକ ଭିଏସ୍‌ ନାଇପଲ୍‌ଙ୍କ ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୫ବର୍ଷ ହୋଇଥିଲା। ସେ ତାଙ୍କ ଲଣ୍ଡନସ୍ଥିତ ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି।

ଭିଏସ୍‌ ନାଇପଲ୍‌ ବା ବିଦ୍ୟାଧର ସୁରଜପ୍ରସାଦ ନାଇପଲ୍‌ଙ୍କ ଜନ୍ମ ୧୯୩୨ ମସିହା ଅଗଷ୍ଟ ୧୭ ତାରିଖରେ ଟିନିଡାଡ୍‌ର ଚଗ୍‌ୱାନ୍‌ସରେ ହୋଇଥିଲା। ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟରୁ ସେ ଇଂରାଜୀ ସାହିତ୍ୟରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ। ସାହିତ୍ୟ ଜଗତରେ ସେ ଖୁବ୍‌ ପ୍ରସିଦ୍ଧ ଥିଲେ। 'ଏ ବେଣ୍ଡ୍‌ ଅନ ଦି ରିଭର୍‌( A Bend in the River)' ଏବଂ 'ଏ ହାଉସ୍‌ ଫର୍‌ ମିଷ୍ଟର.ବିଶ୍ୱାସ( A House for Mr. Biswas)' ନାମରେ ତାଙ୍କର ଦୁଇଟି ପ୍ରସିଦ୍ଧ ବହି ରହିଛି।

ନାଇପଲ୍‌ ୧୯୭୧ରେ ବୁକର୍‌ ପ୍ରାଇଜ୍‌ ଏବଂ ୨୦୦୧ରେ ସାହିତ୍ୟରେ ନୋବେଲ୍‌ ପ୍ରାଇଜ୍‌ ପାଇଥିଲେ। ସେ ମୋଟ ୩୦ରୁ ଅଧିକ ପୁସ୍ତକ ଲେଖିଛନ୍ତି। ସେଥିରୁ 'ୟାତ୍ରା-ବୃତ୍ତାନ୍ତ' ନାଁରେ ଏକ ନିବନ୍ଧ ରହିଛି।

ସାହିତ୍ୟରେ ତାଙ୍କୁ ଅନେକ ସମ୍ମାନ ମିଳିଛି। ୨୦୦୮ରେ 'ଦି ଟାଇମ୍ସ' ୫୦ ଶ୍ରେଷ୍ଠ ବ୍ରିଟିଶ୍ ଲେଖକଙ୍କ ସୂଚୀରେ ନାଇପଲ୍‌ଙ୍କୁ ୭ମ ସ୍ଥାନରେ ରଖିଥିଲେ। In A Free State (୧୯୭୧), A Way in the World (୧୯୯୪), Half a Life (୨୦୦୧), Magic Seeds (୨୦୦୪) ତାଙ୍କ ଦ୍ୱାରା ଲିଖିତ କିଛି ପ୍ରସିଦ୍ଧ ପୁସ୍ତକ। ତାଙ୍କର ପ୍ରଥମ ଉପନ୍ୟାସ ‘ଦି ମାଷ୍ଟିକ୍‌ ମାସର୍‌’ ୧୯୫୭ ମସିହାରେ ପ୍ରକାଶିତ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos