ଅନନ୍ତନାଗ ଉପ-ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ମହବୁବା ମୁଫ୍‌ତି

ଶ୍ରୀନଗର: ଅନନ୍ତନାଗ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଆଜି ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍‌ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନଠାରୁ ୬ ମାସ ମଧ୍ୟରେ ତାଙ୍କୁ ରାଜ୍ୟ ବିଧାନସଭାର ସଦସ୍ୟ ହେବା ଆବଶ୍ୟକ ଥିବାରୁ ସେ ଏହି ଉପ-ନିର୍ବାଚନ ଲଢୁଛନ୍ତି। ମହବୁବା ମୁଫ୍‌ତିଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟିଦଙ୍କର ଗତ ଜାନୁଆରୀ ୭ ତାରିଖରେ ପରଲୋକ ହୋଇଥିଲା। ସେ ଅନନ୍ତନାଗ ବିଧାନସଭା […]

mehbooba-mufti

Rakesh Mallick
  • Published: Wednesday, 01 June 2016
  • , Updated: 01 June 2016, 10:54 AM IST

ଶ୍ରୀନଗର: ଅନନ୍ତନାଗ ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ଆଜି ଜମ୍ମୁ ଓ କଶ୍ମୀର ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍‌ତି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ଦିନଠାରୁ ୬ ମାସ ମଧ୍ୟରେ ତାଙ୍କୁ ରାଜ୍ୟ ବିଧାନସଭାର ସଦସ୍ୟ ହେବା ଆବଶ୍ୟକ ଥିବାରୁ ସେ ଏହି ଉପ-ନିର୍ବାଚନ ଲଢୁଛନ୍ତି।

ମହବୁବା ମୁଫ୍‌ତିଙ୍କ ବାପା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ମୁଫ୍‌ତି ମହମ୍ମଦ ସୟିଦଙ୍କର ଗତ ଜାନୁଆରୀ ୭ ତାରିଖରେ ପରଲୋକ ହୋଇଥିଲା। ସେ ଅନନ୍ତନାଗ ବିଧାନସଭା ଆସନରୁ ପ୍ରତିନିଧିତ୍ୱ କରୁଥିଲେ। ତେଣୁ ଏଠାରେ ଉପ-ନିର୍ବାଚନ କରାଯାଉଛି। ମୁଖ୍ୟମନ୍ତ୍ରୀ ମହବୁବା ଏବେ ଲୋକସଭାର ସଦସ୍ୟ ଅଛନ୍ତି।

ଆଜି ପ୍ରାର୍ଥିପତ୍ର ଦାଖଲ କରିବା ପରେ ମହବୁବା କହିଥିଲେ,“ମୋ ବାପାଙ୍କ ଉପରେ ଏ ଅଞ୍ଚଳର ଲୋକଙ୍କର ଭରସା ଥିଲା। ମୋ ଉପରେ ବି ସେମାନେ ଭରସା ରଖିବେ ବୋଲି ମୋର ଆଶା। ବାପାଙ୍କର ଅଧୁରା ସ୍ୱପ୍ନ ପୂରଣ କରିବା ପାଇଁ ସେମାନେ ମୋତେ ସୁଯୋଗ ଦେବେ ବୋଲି ମୁଁ ଆଶାବାଦୀ।”

ଅନନ୍ତନାଗ ଉପ-ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ହିଲାଲ ଅହମଦ ଶାହଙ୍କୁ ପ୍ରାର୍ଥୀ କରାଯାଇଥିବା ବେଳେ ନ୍ୟାସ୍‌ନାଲ କନ୍‌ଫରେନ୍ସ ଇଫ୍‌ତିଖର ମିସ୍‌ଗରଙ୍କୁ ପ୍ରାର୍ଥୀ କରିଛି।

Related story