ବଢ଼ିଲା ରୋଷେଇ ଗ୍ୟାସ ଦର

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଜିଠାରୁ ଲକଡାଉନ୍-୫ ଆରମ୍ଭ ହୋଇଛି।କିନ୍ତୁ ଏହା ମଧ୍ୟରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବୃଦ୍ଧି କାରଣରୁ ଭାରତରେ ରୋଷେଇ ଗ୍ୟାସର ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ଅଣସବସିଡିର ରୋଷେଇ ଗ୍ୟାସ୍ ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଛି। ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ପୂର୍ବରୁ ଦିଲ୍ଲୀରେ ଅଣସିଡି ଗ୍ୟାସର ଦର ୫୮୧.୫୦ ଟଙ୍କା ଥିଲା, କିନ୍ତୁ ଏବେ […]

gas

Ranjit Kumar Jena
  • Published: Monday, 01 June 2020
  • , Updated: 01 June 2020, 12:10 PM IST

ନୂଆଦିଲ୍ଲୀ: କରୋନା ମହାମାରୀ ମଧ୍ୟରେ ଆଜିଠାରୁ ଲକଡାଉନ୍-୫ ଆରମ୍ଭ ହୋଇଛି।କିନ୍ତୁ ଏହା ମଧ୍ୟରେ ରୋଷେଇ ଗ୍ୟାସ ସିଲିଣ୍ଡର ଦାମରେ ବୃଦ୍ଧି ହୋଇଛି। ଅନ୍ତର୍ଜାତୀୟ ବଜାରରେ ଏଲପିଜି ଦର ବୃଦ୍ଧି କାରଣରୁ ଭାରତରେ ରୋଷେଇ ଗ୍ୟାସର ଦର ବୃଦ୍ଧି ପାଇଛି। ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ବିଶିଷ୍ଟ ଅଣସବସିଡିର ରୋଷେଇ ଗ୍ୟାସ୍ ସିଲିଣ୍ଡର ୧୧.୫୦ ଟଙ୍କା ମହଙ୍ଗା ହୋଇଛି।

ଇଣ୍ଡିଆନ୍ ଅଏଲ୍ ୱେବସାଇଟ୍ ଅନୁଯାୟୀ, ପୂର୍ବରୁ ଦିଲ୍ଲୀରେ ଅଣସିଡି ଗ୍ୟାସର ଦର ୫୮୧.୫୦ ଟଙ୍କା ଥିଲା, କିନ୍ତୁ ଏବେ ସିଲିଣ୍ଡର ପିଛା ୫୯୩ ଟଙ୍କାକୁ ବୃଦ୍ଧି ପାଇଛି। ଏହିପରି ଭାବେ କୋଲକାତାରେ ଏହାର ଦର ୬୧୬ ଟଙ୍କା ହୋଇଛି। ପୂର୍ବରୁ କୋଲକାତାରେ ସିଲିଣ୍ଡର ଦର ୫୮୪.୫୦ ଟଙ୍କା ଥିଲା। ମୁମ୍ବାଇରେ ପୂର୍ବରୁ ସିଲିଣ୍ଡର ପିଛା ୫୭୯.୫୦ ଥିବା ବେଳେ ଏବେ ତାହା ୫୯୦.୫୦ ଟଙ୍କା ଏବଂ ଚେନ୍ନାଇରେ ୫୬୯.୫୦ ଟଙ୍କାରୁ ୬୦୬.୫୦ ଟଙ୍କାକୁ ବୃଦ୍ଧି ପାଇଛି। ତେବେ ଚେନ୍ନାଇରେ ଅଣସବସିଡି ରୋଷେଇ ଗ୍ୟାସ ସିଲିଣ୍ଡରର ଦର ୩୭ ଟଙ୍କାକୁ ବୃଦ୍ଧି ପାଇଛି।

ତେବେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା ହିତାଧିକାରୀଙ୍କ ଉପରେ ରୋଷେଇ ଗ୍ୟାସ ସିଲିଣ୍ଡରର ଦରରେ ଏହି ବୃଦ୍ଧିର କୌଣସି ପ୍ରଭାବ ପକାଇବ ନାହିଁ। ପିଏମୟୁୱାଇ ହିତାଧିକାରୀଙ୍କୁ ୩୦ ଜୁନ୍ ପର୍ଯ୍ୟନ୍ତ ମାଗଣା ସିଲିଣ୍ଡର ପ୍ରାପ୍ତ ହେବ। ସୂଚନାଯୋଗ୍ୟ, ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଅନ୍ତର୍ଗତ ଉଜ୍ଜଳା ଯୋଜନାର ହିତାଧିକାରୀଙ୍କୁ ତିନିମାସ ପର୍ଯ୍ୟନ୍ତ ମାଗଣାରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଦେବାକୁ ଘୋଷଣା କରିଥିଲେ।

ଏହା ପୂର୍ବରୁ ଏଲପିଜି ସିଲିଣ୍ଡର ଦରକୁ ହ୍ରାସ କରାଯାଇଥିଲା। ମେ' ମାସରେ ଅନ୍ତର୍ଜାତୀୟ ସ୍ତରରେ ଏଲପିଜିର ଦର ହ୍ରାସ କାରଣରୁ ରାଜଧାନୀ ଦିଲ୍ଲୀରେ ମେ' ମାସରେ ସିଲିଣ୍ଡର ପିଛା ଦର ୭୪୪ ଟଙ୍କାରୁ ୫୮୧.୫୦ ଟଙ୍କାକୁ ହ୍ରାସ ପାଇଥିଲା।

Related story