ସମସ୍ତଙ୍କୁ ବେଖାତିର କରି ପୁଣି କ୍ଷେପଣାସ୍ତ୍ର ଛାଡ଼ିଲା ଉତ୍ତର କୋରିଆ; ଜାପାନ ଉପର ଦେଇ ଉଡ଼ିଲା ବାଲିଷ୍ଟିକ୍ ମିସାଇଲ୍‌

ନୂଆଦିଲ୍ଲୀ: ଆମେରିକାର ବାରମ୍ବାର ଧମକ ଓ ଜାତିସଂଘର ତାଗିଦ ସତ୍ତ୍ୱେ ପୁଣି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତର କୋରିଆ। ଏହି କ୍ଷେପଣାସ୍ତ୍ର ଜାପାନ ଉପର ଦେଇ ପ୍ରଶାନ୍ତ ମହାସାଗରରେ ପଡ଼ିଥିଲା। ଦକ୍ଷିଣ କୋରିଆ ଓ ଜାପାନ ଏନେଇ ସୂଚନା ଦେଇଛନ୍ତି। ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ନୂଆ ପ୍ରତିବନ୍ଧକ ଲଗାଯିବା ପରେ ଉତ୍ତର କୋରିଆ ଏହି ମିସାଇଲ୍ ପରୀକ୍ଷଣ କରିଛି। ଗୋଟିଏ ମାସ ମଧ୍ୟରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଦୁଇ ଥର ଜାପାନ ଉପର ଦେଇ […]

Rakesh Mallick
  • Published: Friday, 15 September 2017
  • Updated: 15 September 2017, 11:55 AM IST

Sports

Latest News

ନୂଆଦିଲ୍ଲୀ: ଆମେରିକାର ବାରମ୍ବାର ଧମକ ଓ ଜାତିସଂଘର ତାଗିଦ ସତ୍ତ୍ୱେ ପୁଣି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ପରୀକ୍ଷା କରିଛି ଉତ୍ତର କୋରିଆ। ଏହି କ୍ଷେପଣାସ୍ତ୍ର ଜାପାନ ଉପର ଦେଇ ପ୍ରଶାନ୍ତ ମହାସାଗରରେ ପଡ଼ିଥିଲା। ଦକ୍ଷିଣ କୋରିଆ ଓ ଜାପାନ ଏନେଇ ସୂଚନା ଦେଇଛନ୍ତି।

ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ନୂଆ ପ୍ରତିବନ୍ଧକ ଲଗାଯିବା ପରେ ଉତ୍ତର କୋରିଆ ଏହି ମିସାଇଲ୍ ପରୀକ୍ଷଣ କରିଛି। ଗୋଟିଏ ମାସ ମଧ୍ୟରେ ଉତ୍ତର କୋରିଆର କ୍ଷେପଣାସ୍ତ୍ର ଦୁଇ ଥର ଜାପାନ ଉପର ଦେଇ ଯାଇସାରିଛି।  ଏହାକୁ ନେଇ ଦୁଇଦେଶ ମଧ୍ୟରେ ବିବାଦ ଆହୁରି ଘନୀଭୂତ ହୋଇଛି।

ଦକ୍ଷିଣ କୋରିଆ ପକ୍ଷରୁ କୁହାଯାଇଛି ଏହି ମିସାଇଲ୍ ୭୭୭ କିଲୋମିଟର ଉପରେ ଯାଇ ପ୍ରଶାନ୍ତ ମହାସାଗରରେ ପଡ଼ିଥିଲା। ଉତ୍ତର କୋରିଆ ନିଜର ପଶ୍ଚିମ ଉପକୂଳରୁ ପୂର୍ବୋତ୍ତର ଦିଗରେ ଏହାକୁ ଲଞ୍ଚ୍ କରିଥିଲା। ଏହା ଜାପାନର ହୋକାଇଡୋ ଉପରେ ଦେଇ ଯାଇଥିଲା। ସକାଳ ୬ଟା ୫୭ ମିନିଟ୍‌ରେ ଏହି ପରୀକ୍ଷଣ କରାଯାଇଥିଲା।

ଜାପାନ କହିଛି ଯେ ଉତ୍ତର କୋରିଆ ଛାଡ଼ିଥିବା ବାଲିଷ୍ଟିକ୍ ମିସାଇଲ ସକାଳ ୭ଟା ୦୪ ରୁ ୭ଟା ୦୬ ମଧ୍ୟରେ ତାଙ୍କ ଦେଶ ଦେଇ ଯାଇଥିଲା। ତେବେ ଏହା ଦ୍ୱାରା ଜାପାନାର କିଛି କ୍ଷତି ହୋଇନାହିଁ। ଜାପାନ ପ୍ରଧାନମନ୍ତ୍ରୀ ସିଂଜୋ ଆବେ କହିଛନ୍ତି ଯେ ଉତ୍ତର କୋରିଆ ଜାତିସଂଘର ଶାନ୍ତିପୂର୍ଣ୍ଣ ସମାଧାନ ରାସ୍ତାକୁ ଖୋଲାଖୋଲି ଅଗ୍ରାହ୍ୟ କରିଛି। ତା’ର ଏଭଳି କାର୍ଯ୍ୟକ୍ରମକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଉତ୍ତର କୋରିଆକୁ ଶିକ୍ଷା ଦେବା ପାଇଁ ତୁରନ୍ତ ପ୍ରତିବନ୍ଧକ ଲଗାଯିବା ଉଚିତ।

ସେହିପରି ଆମେରିକା ମଧ୍ୟ ତାର ଉଦ୍‌ବେଗ ପ୍ରକାଶ କରିଛି। ଉତ୍ତର କୋରିଆ ଉପରେ କଠୋର ମନୋଭାବ ପ୍ରକାଶ କରିବା ପାଇଁ ରୁଷ ଓ ଚୀନକୁ ଆହ୍ୱାନ ଦେଇଛି।

ପୂର୍ବରୁ  ଉତ୍ତର କୋରିଆ  ଆମେରିକା ଓ ଜାପାନକୁ ଧ୍ୱଂସ କରିଦେବ ବୋଲି ଧମକ ଦେଇଥିଲା। ନିକଟରେ ଉତ୍ତର କୋରିଆ ପରମାଣୁ ବୋମା ପରୀକ୍ଷଣ କରିବା ପରେ ସୋମବାର ଏହା ଉପରେ ନୂଆ ପ୍ରତିବନ୍ଧକ ଲଗାଇବା ପ୍ରସଙ୍ଗରେ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ବସିଥିଲା। ଏହି ବୈଠକ ପରେ ଉତ୍‌କ୍ଷିପ୍ତ ଉତ୍ତର କୋରିଆ ଆମେରିକା ଓ ଜାପାନକୁ କଡ଼ା ସମାଲୋଚନା କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story