ନୂଆଦିଲ୍ଲୀ: ଭାରତରେ Xiaomi ନୂଆ Y ସିରିଜ୍ ସ୍ମାର୍ଟଫୋନ୍ Redmi y1 ଓ Redmi y1 Lite ଲଞ୍ଚ କରିଛି। Redmi Y1ର 32GB ଭାରିଏଣ୍ଟର ମୂଲ୍ୟ ୮,୯୯୯ଟଙ୍କା ରହିଥିବା ବେଳେ 64GB ଭାରିଏଣ୍ଟର ମୂଲ୍ୟ ରହିଛି ୧୦,୯୯୯ ଟଙ୍କା । ସେହିପରି Redmi Y1 Lite ୬,୯୯୯ ଟଙ୍କାରେ ଉପଲବ୍ଧ ହେଉଛି। ୮ ନଭେମ୍ୱରଠାରୁ ଗ୍ରାହକ ଆମାଜନ୍ ଓ ଶୋଓମୀ ୱେବସାଟ୍ରୁ ଏହାକୁ କିଣିବାର ସୁଯୋଗ ପଇବେ। ଏହାସହିତ ରିଟେଲ ରିଟୋର୍ସରେ ମଧ୍ୟ ଏହି ସ୍ମାର୍ଟଫୋନ୍ ଉପଲବ୍ଧ ହେବ।
ଏହି ସ୍ମାର୍ଟଫୋନ ବିକ୍ରି କରିବା ପାଇଁ କମ୍ପାନୀ କର୍ତ୍ତୃପକ୍ଷ ରିଲାଏନ୍ସ ଡିଜିଟାଲ ସହ ବୁଝାମଣା କରିଛି। ଏହି ଦୁଇ ସ୍ମାର୍ଟଫୋନ୍ କିଣିଲେ ଗ୍ରାହକଙ୍କୁ ଆଇଡିଆ 280GB 4G ଡାଟା ମଗଣାରେ ମିଳିବ।
ସେହିପରି Redmi y1 ସ୍ମାର୍ଟଫୋନରେ ୧୬ ମେଗାପିକ୍ସେଲ କ୍ୟାମେରା ରହିଛି। ରିୟରରେ ଫ୍ଲାସ୍ ସହିତ ୧୩ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି। ଏହି ଫୋନ୍ ଦୁଇଟି ଭାରିଏଣ୍ଟ୍-୩୨GB ଷ୍ଟୋରେଜ ଓ ୩GB ରାମ୍ ଏବଂ ୬୪GB ଷ୍ଟୋରେଜ ସହିତ ୪ GB ରାମ୍ରେ ଉପଲବ୍ଧ ହେବ। ଏଥିରେ ୫.୫ ଇଞ୍ଚର ଏଚ୍ଡି ଡିସ୍ପ୍ଲେ ଦିଆଯାଇଛି। ଏହାର ବ୍ୟାଟରୀ 3,080Ah ହୋଇଥିବା ବେଳେ ଏଥିରେ 4G VoLTE ସପୋର୍ଟ କରିବ। ସେହିପରି Redimi Y1 Lite ସ୍ମାର୍ଟଫୋନର ଫ୍ରଣ୍ଟରେ ୫ ମେଗାପିକ୍ସେଲ କ୍ୟାମେରା ଦିଆଯାଇଛି।