କାଠ ନୁହେଁ ଏଣିକି ଗୋବରରେ ହେବ ଶବ ସତ୍କାର

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ଅଧୀନରେ ଏଣିକି ଆଉ କାଠ ଫାଳିଆରେ କୌଣସି ପ୍ରକାରର ଶବ ସତ୍କାର କରାଯିବ ନାହିଁ। କାଠ ବଦଳରେ ଗୋବରରୁ ପ୍ରସ୍ତୁତ ଲମ୍ବା ଫାଳିଆ ଦ୍ୱାରା ଶବ ସତ୍କାର କରିବାକୁ ନିଷ୍ପତ୍ତି ହୋଇଛି। ଆଜି ବିଜେପି ନେତୃତ୍ୱାଧୀନ ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ହାଉସ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମତି ଦେଇଛି। ଦକ୍ଷିଣ ଦିଲ୍ଲୀ ମେୟର ଅନାମିକା କହିଛନ୍ତି, ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ଅଧୀନରେ ଥିବା ଶ୍ମଶାନରେ କାଠ ବଦଳରେ […]

fc

Hemant Lenka
  • Published: Monday, 25 January 2021
  • , Updated: 25 January 2021, 06:59 PM IST

ନୂଆଦିଲ୍ଲୀ: ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ଅଧୀନରେ ଏଣିକି ଆଉ କାଠ ଫାଳିଆରେ କୌଣସି ପ୍ରକାରର ଶବ ସତ୍କାର କରାଯିବ ନାହିଁ। କାଠ ବଦଳରେ ଗୋବରରୁ ପ୍ରସ୍ତୁତ ଲମ୍ବା ଫାଳିଆ ଦ୍ୱାରା ଶବ ସତ୍କାର କରିବାକୁ ନିଷ୍ପତ୍ତି ହୋଇଛି। ଆଜି ବିଜେପି ନେତୃତ୍ୱାଧୀନ ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ହାଉସ ଏ ସଂକ୍ରାନ୍ତ ପ୍ରସ୍ତାବକୁ ଅନୁମତି ଦେଇଛି।

ଦକ୍ଷିଣ ଦିଲ୍ଲୀ ମେୟର ଅନାମିକା କହିଛନ୍ତି, ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ଅଧୀନରେ ଥିବା ଶ୍ମଶାନରେ କାଠ ବଦଳରେ ଗୋବରରେ ପ୍ରସ୍ତୁତ ଘସି କିମ୍ବା ଫାଳିଆରେ ଶବ ସତ୍କାର କରାଯିବ। ଗୋବରରୁ ପ୍ରସ୍ତୁତ ଘସି ଅତ୍ୟନ୍ତ ଛୋଟ ହେଉଥିବାରୁ ଲୋକମାନେ କାଠର ବ୍ୟବହାର କରିବାକୁ ଅଧିକ ଚାହୁଁଥିଲେ।

କିନ୍ତୁ ଦକ୍ଷିଣ ଦିଲ୍ଲୀ ମ୍ୟୁନସିପାଲ କର୍ପୋରେସନ ହାଉସ ଗୋବରରେ ପ୍ରସ୍ତୁତ ଲମ୍ବା ଫାଳିଆକୁ ମଧ୍ୟ ଶବ ସତ୍କାର ବେଳେ ବ୍ୟବହାର କରିବାକୁ ଅନୁମତି ଦେଇଛି। ଗୋବର ଫାଳିଆ ଅବିକଳ କାଠ ଫାଳିଆ ଭଳି ଦେଖାଯିବ। କାଠ ତୁଳନାରେ ଗୋବର ଫାଳିଆ ଗୁଡ଼ିକର ଦାମ ମଧ୍ୟ ବହୁତ କମ। ତେଣୁ ଆର୍ଥିକ ପଛୁଆ ବର୍ଗର ଲୋକଙ୍କୁ ଶବ ସତ୍କାର ବେଳେ ଏହା ସହାୟକ ହେବ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଗୋବରର ବ୍ୟବହାର ମଧ୍ୟ ଆମ ସଂସ୍କୃତି ଓ ପରମ୍ପରାର ଅଂଶବିଶେଷ। କିଛି ସାମାଜିକ ସଂଗଠନ ମଧ୍ୟ ଏ ଦିଗରେ ସହଯୋଗ କରିବାକୁ ଆମକୁ କହିଥିବା ସେ ସୂଚନା ଦେଇଛନ୍ତି।

Related story