ଜୟପୁରରୁ ଜୈସଲମେର ଗଲେ ଗେହଲଟଙ୍କ ପାଖରେ ଥିବା ବିଧାୟକ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ଛକାପଞ୍ଝା ଥମିବାର ନାଁ ଧରୁନାହିଁ। ଆସନ୍ତା ଅଗଷ୍ଟ ୧୪ରେ ରାଜସ୍ଥାନ ବିଧାନସଭା ଅଧିବେଶନ ବସିବ। ଏହାପୂର୍ବରୁ ବିଧାୟକଙ୍କୁ ନିଜ ସହ ରଖିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଫୁଲଦମରେ ପ୍ରସ୍ତୁତି ଚଳାଇଛନ୍ତି। ଏଥିପାଇଁ ଜୟପୁର ହୋଟେଲରେ ଥିବା ୧୦୦ ଜଣ ବିଧାୟକଙ୍କୁ ଗେହଲଟ ଜୈସଲମେରକୁ ନେଇଯାଇଛନ୍ତି। ବର୍ତ୍ତମାନ ଘୋଡ଼ା ବେପାର ପାଇଁ ଟଙ୍କା ବଢ଼ି ଯାଇଥିବା ଅଭିଯୋଗ କରି ଗେହଲଟ ଏଭଳି ବ୍ୟବସ୍ଥା ଆପଣାଇଛନ୍ତି। ଏହି ସମସ୍ତ ବିଧାୟକ ସଚିନ ପାଇଲଟ […]

t

Hemant Lenka
  • Published: Friday, 31 July 2020
  • , Updated: 31 July 2020, 03:59 PM IST

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ରାଜନୀତିକ ଛକାପଞ୍ଝା ଥମିବାର ନାଁ ଧରୁନାହିଁ। ଆସନ୍ତା ଅଗଷ୍ଟ ୧୪ରେ ରାଜସ୍ଥାନ ବିଧାନସଭା ଅଧିବେଶନ ବସିବ। ଏହାପୂର୍ବରୁ ବିଧାୟକଙ୍କୁ ନିଜ ସହ ରଖିବାକୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଫୁଲଦମରେ ପ୍ରସ୍ତୁତି ଚଳାଇଛନ୍ତି।

ଏଥିପାଇଁ ଜୟପୁର ହୋଟେଲରେ ଥିବା ୧୦୦ ଜଣ ବିଧାୟକଙ୍କୁ ଗେହଲଟ ଜୈସଲମେରକୁ ନେଇଯାଇଛନ୍ତି। ବର୍ତ୍ତମାନ ଘୋଡ଼ା ବେପାର ପାଇଁ ଟଙ୍କା ବଢ଼ି ଯାଇଥିବା ଅଭିଯୋଗ କରି ଗେହଲଟ ଏଭଳି ବ୍ୟବସ୍ଥା ଆପଣାଇଛନ୍ତି। ଏହି ସମସ୍ତ ବିଧାୟକ ସଚିନ ପାଇଲଟ ବିଦ୍ରୋହ ଘୋଷଣା କରିବା ଦିନ ଠାରୁ ଜୟପୁରର ହୋଟେଲରେ ରହୁଥିଲେ। ହେଲେ ଏବେ ସମସ୍ତେ ଅଗଷ୍ଟ ୧୪ ଯାଏ ଜୈସଲମେର ଠାରେ ଥିବା ହୋଟେଲରେ ରହିବେ ବୋଲି ଜଣାପଡ଼ିଛି। ସମସ୍ତେ ବସ୍‌ରେ ସେଠାକୁ ଯାଉଥିବା ଫଟୋ ମଧ୍ୟ ସାମ୍ନାକୁ ଆସିଛି।

ଅନ୍ୟପକ୍ଷରେ ଗେହଲଟ ବିଧାୟକମାନଙ୍କୁ ସ୍ଥାନାନ୍ତର କରୁଥିବା ଏହାକୁ ବିଜେପି କଟାକ୍ଷ କରିଛି। ବିଜେପିର ରାଜସ୍ଥାନ ମୁଖ୍ୟ କହିଛନ୍ତି, “ଜୈସଲମେରର ଗୋଟିଏ ପଟେ ପାକିସ୍ତାନ ଓ ଆଉ ଗୋଟିଏ ପଟେ ଗୁଜରାଟ। ତେଣୁ ଆପଣମାନେ ବିଧାୟକଙ୍କୁ ନେଇ କୁଆଡ଼େ ଯିବାକୁ ଚାହୁଁଛନ୍ତି? ମୁଖ୍ୟମନ୍ତ୍ରୀ ତାଙ୍କ ବିଧାୟକଙ୍କୁ ମୁକ୍ତ ଭାବେ ଛାଡ଼ି ଦେବା ଉଚିତ।”

ସୂଚନା ଅନୁସାରେ ଗେହଲଟ ଅଗଷ୍ଟ ୧୪ରେ ଆରମ୍ଭ ହେବାକୁ ଥିବା ବିଧାନସଭା ଅଧିବେଶନରେ ଆସ୍ଥା ଭୋଟ କରିବାକୁ ପ୍ରସ୍ତାବ ଆଗତ କରିପାରନ୍ତି। ତେଣୁ ସେ ଏବେଠାରୁ ବିଧାୟକମାନଙ୍କୁ ନିଜ ସହ ରଖିବାକୁ ଚାହୁଁଥିବା ଜଣାପଡ଼ିଛି।

Related story