ଶନି ଗ୍ରହରେ ଦିନକ କେତେ ଘଣ୍ଟା ଜାଣନ୍ତି କି ?

ୱାଶିଂଟନ୍‌: ଆମେ ସମସ୍ତେ ବସବାସ କରୁଥିବା ପୃଥିବୀ ଗ୍ରହରେ ଗୋଟିଏ ଦିନ କେତେଘଣ୍ଟା ପଚାରିଲେ ସମସ୍ତେ ଆରାମରେ କହିପାରିବା ୨୪ ଘଣ୍ଟା। କିନ୍ତୁ ଶନି ଗ୍ରହରେ ଦିନକ କେତେ ଘଣ୍ଟା ଆପଣ ଜାଣିଛନ୍ତି କି? ଏହା ବୈଜ୍ଞାନିକମାନଙ୍କୁ ମଧ୍ୟ ଏଯାଏ ଜଣାନଥିଲା। କିନ୍ତୁ ବର୍ତ୍ତମାନ ‘ନାସା’ର କାସିନି ମହାକାଶ ଯାନ ଏହି ପ୍ରଶ୍ନର ଉତ୍ତର ଆଣିଛି। ବହୁଦିନ ଧରି ରହସ୍ୟ ହୋଇ ରହିଥିବା ଏହି ପ୍ରଶ୍ନର ଉତ୍ତର ରଖି ନାସା ଜଣାଇଛି ଶନିଗ୍ରହରେ ପ୍ରାୟ ୧୦ ଘଣ୍ଟା […]

saturn

Subrat Kumar Nayak
  • Published: Saturday, 19 January 2019
  • , Updated: 19 January 2019, 09:46 PM IST

ୱାଶିଂଟନ୍‌: ଆମେ ସମସ୍ତେ ବସବାସ କରୁଥିବା ପୃଥିବୀ ଗ୍ରହରେ ଗୋଟିଏ ଦିନ କେତେଘଣ୍ଟା ପଚାରିଲେ ସମସ୍ତେ ଆରାମରେ କହିପାରିବା ୨୪ ଘଣ୍ଟା। କିନ୍ତୁ ଶନି ଗ୍ରହରେ ଦିନକ କେତେ ଘଣ୍ଟା ଆପଣ ଜାଣିଛନ୍ତି କି? ଏହା ବୈଜ୍ଞାନିକମାନଙ୍କୁ ମଧ୍ୟ ଏଯାଏ ଜଣାନଥିଲା। କିନ୍ତୁ ବର୍ତ୍ତମାନ 'ନାସା'ର କାସିନି ମହାକାଶ ଯାନ ଏହି ପ୍ରଶ୍ନର ଉତ୍ତର ଆଣିଛି।

ବହୁଦିନ ଧରି ରହସ୍ୟ ହୋଇ ରହିଥିବା ଏହି ପ୍ରଶ୍ନର ଉତ୍ତର ରଖି ନାସା ଜଣାଇଛି ଶନିଗ୍ରହରେ ପ୍ରାୟ ୧୦ ଘଣ୍ଟା ୩୦ ମିନିଟ୍‌ରେ ଗୋଟିଏ ଦିନ ବିତିଥାଏ। କାସିନି ମିଶନ୍‌ ଦ୍ୱାରା ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି। ଆଉ ଆମ ପୃଥିବୀର ଗୋଟିଏ ବର୍ଷ ଶନି ଗ୍ରହରେ ୨୯ ବର୍ଷ ସହିତ ସମାନ ବୋଲି ଜଣାଯାଇଛି।

ଏକ ବିଶାଳ ବଳୟ ମଧ୍ୟରେ ଶନି ଗ୍ରହ ଲୁଚି ଯାଉଥିବାରୁ ବର୍ତ୍ତମାନ ଯାଏ ସେଠାରେ ଦିନକ କେତେ ଘଣ୍ଟା, ସେ ନେଇ ଗବେଷଣା ହୋଇପାରିନଥିଲା। କାସିନି ମିଶନ ଅନ୍ତର୍ଗତ ଗବେଷଣା କାଳରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ଶନି ଗ୍ରହରେ ହେଉଥିବା କମ୍ପନରୁ ଏହି ହିସାବ କରାଯାଇଥିବା ନାସା ପକ୍ଷରୁ କୁହାଯାଇଛି।

Related story