ଏନ୍‌ଏସ୍‌ଜି ସଦସ୍ୟତା ପାଇଁ ଭାରତର ଆବେଦନକୁ ସମର୍ଥନ କରିବାକୁ ଆମେରିକାର ଅନୁରୋଧ

ୱାସିଂଟନ: ଚୀନ ଏବଂ ପାକିସ୍ତାନର ସମସ୍ତ ଚେଷ୍ଟା ସତ୍ତ୍ୱେ ଭାରତ ନ୍ୟୁକ୍ଲିଅର ସପ୍ଲାୟର୍ସ ଗ୍ରୁପ (ଏନଏସଜି)ର ସଦସ୍ୟତା ପାଇବା ଦିଗରେ ଆଗେଇ ଚାଲିଛି।  ଆମେରିକାର ରାଜନୈତିକ ଚାପରେ ନ୍ୟୁଜିଲାଣ୍ଡ ଭାରତକୁ ସମର୍ଥନ ଦେବା ପାଇଁ ରାଜି ହୋଇଛି।  ଆମେରିକା ଏନ୍ଏସ୍‌ଜିର ଅନ୍ୟ ସଦସ୍ୟତାକୁ ମଧ୍ୟ ଏହି ବିଶିଷ୍ଟ ସମୂହରେ ଭାରତର ସଦସ୍ୟତାକୁ ସମର୍ଥନ କରିବାକୁ ଅନୁରୋଧ  କରିଛି । ବିଦେଶ ମନ୍ତ୍ରଳାୟର ମୁଖପାତ୍ର ଜନ୍ କିର୍ଭି ନିଜ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,“ ଆମେରିକା ଏନ୍‌ଏସଜିର ସହଯୋଗୀ […]

white-house

Rakesh Mallick
  • Published: Friday, 17 June 2016
  • , Updated: 04 May 2017, 03:44 PM IST

ୱାସିଂଟନ: ଚୀନ ଏବଂ ପାକିସ୍ତାନର ସମସ୍ତ ଚେଷ୍ଟା ସତ୍ତ୍ୱେ ଭାରତ ନ୍ୟୁକ୍ଲିଅର ସପ୍ଲାୟର୍ସ ଗ୍ରୁପ (ଏନଏସଜି)ର ସଦସ୍ୟତା ପାଇବା ଦିଗରେ ଆଗେଇ ଚାଲିଛି।  ଆମେରିକାର ରାଜନୈତିକ ଚାପରେ ନ୍ୟୁଜିଲାଣ୍ଡ ଭାରତକୁ ସମର୍ଥନ ଦେବା ପାଇଁ ରାଜି ହୋଇଛି।  ଆମେରିକା ଏନ୍ଏସ୍‌ଜିର ଅନ୍ୟ ସଦସ୍ୟତାକୁ ମଧ୍ୟ ଏହି ବିଶିଷ୍ଟ ସମୂହରେ ଭାରତର ସଦସ୍ୟତାକୁ ସମର୍ଥନ କରିବାକୁ ଅନୁରୋଧ  କରିଛି ।

ବିଦେଶ ମନ୍ତ୍ରଳାୟର ମୁଖପାତ୍ର ଜନ୍ କିର୍ଭି ନିଜ ଦୈନିକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି,“ ଆମେରିକା ଏନ୍‌ଏସଜିର ସହଯୋଗୀ ଦେଶ ମାନଙ୍କୁ ଅନୁରୋଧ କରିଛି ଯେ ଯେବେବି ଏନ୍ଏସଜିରେ ଏହି ପ୍ରସଙ୍ଗରେ ପୂର୍ଣ୍ଣାଙ୍ଗ ଚର୍ଚ୍ଚା ହେବ ସେଥିରେ ତାର ସହଯେ।ଗୀ ଦେଶ ଭାରତର ଆବେଦନକୁ ସମର୍ଥନ କରିବେ। ଏହି ଚର୍ଚ୍ଚା ଆସନ୍ତା ସପ୍ତାହରେ ହେ।ଇପାରେ।”

ଗେ।ଟିଏ ପ୍ରଶ୍ନର ଉତ୍ତରରେ କିର୍ଭି କହିଲେ,“ବର୍ତ୍ତମାନ ମୁଁ କହିପାରିବିନି ଏହା କେମିତି ହେବ କି ମୁଁ ଅନୁମାନ ମଧ୍ୟ କରିପାରିବିନାହିଁ ଯେ ଏହା କିପରି କାର୍ଯ୍ୟକାରୀ ହେବ। କିନ୍ତୁ ଆମେ ଏହା ସ୍ପଷ୍ଟ କରିଛୁ ଯେ ଭାରତର ଆବେଦନକୁ ଆମେ ସମର୍ଥନ କରିବୁ। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେ।ଦିଙ୍କ ଆମେରିକା ଯାତ୍ରା ସମୟରେ ଆମେରିକର ରାଷ୍ଟ୍ରପତି ବାରାକ୍ ଓବାମା ୪୮ ସଦସ୍ୟ ବିଶିଷ୍ଟ ଏନ୍‌ଏସଜି ପାଇଁ ଭାରତର ଅ।ବେଦନକୁ ସ୍ୱାଗତ କରିଥିଲେ।

Related story