ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): ଆତଙ୍କବାଦରୁ ମୁକ୍ତ ହେବ ଜମ୍ମୁ କାଶ୍ମୀର। ଜମ୍ମୁ କାଶ୍ମୀରରେ ଆତଙ୍କବାଦର ମୁକାବିଲା କରିବାକୁ ନିୟୋଜିତ ହେଲେ ନ୍ୟାସନାଲ ସିକ୍ୟୁରିଟୀ ଗାର୍ଡ ବା ଏନ୍ଏସ୍ଜି କମାଣ୍ଡ। କୌଣସି ରାଜ୍ୟରେ ଏନ୍ଏସ୍ଜି ଗାର୍ଡ ମୁତୟନ କରିବା ଏହା ଦେଶରେ ପ୍ରଥମ ଘଟଣା। ଶ୍ରୀନଗର ହୁମହାହା ବିଏସ୍ଏଫ୍ ପୋଷ୍ଟରେ ଏନ୍ଏସ୍ଜି ଗାର୍ଡଙ୍କୁ ମୁତୟନ କରାଯାଇଛି। ଶହେ ଜଣ କମାଣ୍ଡୋଙ୍କୁ ବିଏସ୍ଏଫ ପୋଷ୍ଟରେ ମୁତୟନ କରାଯାଇଛି।
ଖୁବଶୀଘ୍ର ସୁରକ୍ଷାକର୍ମୀଙ୍କ ସହ ସର୍ଚ୍ଚ ଅପରେସନରେ ମୁତୟନ ହେବେ ଏନ୍ଏସ୍ଜି ବାହିନୀ। ଏନ୍ଏସ୍ଜି ଗାର୍ଡଙ୍କ ସହାୟତାରେ ଜମ୍ମୁ କାଶ୍ମୀରରେ ସତର୍କତାର ସହ ଆତଙ୍କବାଦୀଙ୍କୁ ନିପାତ କରାଯାଇ ପାରିବ। ବର୍ତ୍ତମାନ ଜମ୍ମୁ କାଶ୍ମୀରରେ ରାଜ୍ୟପାଳ ଶାସନ ଚାଲୁଥିବା ବେଳେ ଆତଙ୍କବାଦୀଙ୍କ ଉପରେ ଏନ୍ଏସ୍ଜି କମାଣ୍ଡଙ୍କ ସହାୟତାରେ ସେନା ଉପଯୁକ୍ତ ପଦକ୍ଷପ ନେଇପାରିବ ବୋଲି ଚର୍ଚ୍ଚା ହେଉଛି। ସେପଟେ ଆତଙ୍କବାଦୀଙ୍କୁ ଦେଖିଲେ ସଙ୍ଗେସଙ୍ଗେ ଗୁଳି କରିବାକୁ ସେନାକୁ ନିର୍ଦ୍ଦେଶ ଦିଆଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।
National
ମା' ବିକି ଦେଲା ବୁଲେଟ୍, ନିଜକୁ ଗୁଳି କରିଦେଲା ପୁଅ
ନବମ ଶ୍ରେଣୀ ଛାତ୍ର ଜଣକ ରାଗରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି।