ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତା ଦାବିକୁ ଝଟକା: ଚୀନ କହିଲା ସିଓଲ ବୈଠକରେ ପ୍ରସଙ୍ଗ ଉଠିବ ନାହିଁ

ବେଞ୍ଜିଂ: ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକକୁ ଆମେରିକା ରୁଷ ସମେତ ଅନ୍ୟ ବହୁ ରାଷ୍ଟ୍ର ସମର୍ଥନ କରୁଥିବା ବେଳେ ଚୀନ ପୁଣି ଥରେ ଏଥିରେ ବାଧା ସୃଷ୍ଟି କରିଛି। ସିଓଲରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଏନ୍‌ଏସ୍‌ଜି ସଦସ୍ୟଙ୍କ ବୈଠକରେ ଭାରତର ସଦସ୍ୟତା ସମ୍ପର୍କରେ ଆଲୋଚନା କରାଯିବାର ପ୍ରସ୍ତାବ ନାହିଁ ବୋଲି ଆଜି ଚୀନ କହିଛି। ଚୀନ ପକ୍ଷରୁ କୁହାଯାଇଛି, “ଏନ୍‌ଏସ୍ଜିର ସଦସ୍ୟ ଦେଶ ଏବେ ବି ଏ ବିଷୟରେ ଏକମତ ହୋଇନାହାନ୍ତି। ତେଣୁ ବୈଠକରେ କୌଣସି […]

chinese_provinces-map

Rakesh Mallick
  • Published: Monday, 20 June 2016
  • , Updated: 04 May 2017, 03:44 PM IST

ବେଞ୍ଜିଂ: ଏନ୍‌ଏସ୍‌ଜିରେ ଭାରତର ସଦସ୍ୟତାକକୁ ଆମେରିକା ରୁଷ ସମେତ ଅନ୍ୟ ବହୁ ରାଷ୍ଟ୍ର ସମର୍ଥନ କରୁଥିବା ବେଳେ ଚୀନ ପୁଣି ଥରେ ଏଥିରେ ବାଧା ସୃଷ୍ଟି କରିଛି। ସିଓଲରେ ଆସନ୍ତା ୨୪ ତାରିଖରେ ହେବାକୁ ଥିବା ଏନ୍‌ଏସ୍‌ଜି ସଦସ୍ୟଙ୍କ ବୈଠକରେ ଭାରତର ସଦସ୍ୟତା ସମ୍ପର୍କରେ ଆଲୋଚନା କରାଯିବାର ପ୍ରସ୍ତାବ ନାହିଁ ବୋଲି ଆଜି ଚୀନ କହିଛି।

ଚୀନ ପକ୍ଷରୁ କୁହାଯାଇଛି, “ଏନ୍‌ଏସ୍ଜିର ସଦସ୍ୟ ଦେଶ ଏବେ ବି ଏ ବିଷୟରେ ଏକମତ ହୋଇନାହାନ୍ତି। ତେଣୁ ବୈଠକରେ କୌଣସି ନୂଆ ଦେଶର ପ୍ରବେଶ ସମ୍ପର୍କରେ ଆଗାମୀ ବୈଠକରେ ଆଲୋଚନା କରାଯିବା ପିଲାଳିଆମୀ ହେବ।”

Related story