ଓ୍ୱାଶିଂଟନ: କରୋନା ମୁକାବିଲା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଯେଉଁ ନିଷ୍ପତ୍ତି ନେଉଛନ୍ତି ତାହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା। କରୋନା ମୁକାବିଲା ପାଇଁ ଟ୍ରମ୍ପ ଯେଉଁଭଳି ଢ଼ଙ୍ଗରେ ନିଷ୍ପତ୍ତି ନେଉଛନ୍ତି ତାହା ଠିକ୍ ନୁହେଁ। ସେ ନିଜେ ଜାଣନ୍ତି ନାହିଁ କିଭଳି ଓ କେଉଁ ପରିସ୍ଥିତିରେ ସେ ନିଷ୍ପତ୍ତି ନେଉଛନ୍ତି। ଏହା କହି କାନ୍ଦି ପକାଇଛନ୍ତି ନୋବେଲେ ବିଜେତା ଆମେରିକାର ଏହି ପୂର୍ବତନ ରାଷ୍ଟ୍ରପତି।
ଜର୍ଜିଆରେ ଅନେକ କୃଷ୍ଣକାୟକ କରୋନାରେ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ଓବାମା ଚିନ୍ତାପ୍ରକଟ କରିଛନ୍ତି। ଜର୍ଜିଆ ଘଟଣାରୁ ସ୍ପଷ୍ଟ ଆମେରିକାରେ ଭେଦଭାବ ରହିଛି ବୋଲି ସେ କହିଛନ୍ତି।
୨୦୨୦ ରେ ଗ୍ରାଜୁଏଟ ହେବାକୁ ଥିବା ଐତିହାସିକ କଳା ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଭିଡିଓ କନଫରେନସିଂ ଜରିଆରେ ଛାତ୍ରଛାତ୍ରୀଙ୍କୁ ବାରାକ ଓବାମା ସମ୍ବୋଧିତ କରୁଥିଲେ। ଏହି ସମୟରେ ସେ ଟ୍ରମ୍ପଙ୍କ ନାମ ନନେଇ ପରୋକ୍ଷରେ ସମାଲୋଚନା କରିଥିଲେ। ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ନେତୃତ୍ୱ ନେବାକୁ ହେବ ବୋଲି ସେ କହିଛନ୍ତି।
ସୂଚନାଯୋଗ୍ୟ, ଆମେରିକା ଏବେ କରୋନାର ହଟସ୍ପଟ ପାଲଟିଛି। ସାରା ଦେଶରେ ୧,୫୧୧,୨୯୫ ସଂକ୍ରମିତ ହୋଇଥିବାବେଳେ ୯୦,୧୯୮ ଜଣଙ୍କର ମୃତ୍ୟୁ ଘଟିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।