ନୂଆଦିଲ୍ଲୀ: ଦିଲ୍ଲୀରେ ଲାଗୁ ହୋଇଥିବା ଯୁଗ୍ମ-ଅଯୁଗ୍ମ ନିୟମ ଉପରେ ରୋକ ଲଗାଇବାକୁ ମନା କରି ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ। କୋର୍ଟ କହିଛନ୍ତି, ପ୍ରଦୂଷଣକୁ କମ୍ କରିବାକୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା ଏହି ନିୟମ ଜାନୁଆରୀ ୧୫ ତାରିଖ ସୁଦ୍ଧା ବଳବତ୍ତର ରହିବ। ଯୁଗ୍ମ-ଅଯୁଗ୍ମ ନେଇ ଦିଲ୍ଲୀ ସରକାର ଜାରି କରିଥିବା ଅଧୀସୂଚନା ଉପରେ ରୋକ ଲଗାଇବାକୁ କୋର୍ଟ ମନା କରିବା ସହିତ ଏଥିରେ ହସ୍ତକ୍ଷେପ କରିବାକୁ ମଧ୍ୟ ଅଗ୍ରାହ୍ୟ କରି ଦେଇଥିଲେ। ଏ ମାମଲାରେ ହାଇକୋର୍ଟ ତାଙ୍କର ପରବର୍ତ୍ତୀ ଶୁଣାଣି ଫେବ୍ରୁଆରୀ ୧୫ ତାରିଖରେ କରିବେ। ତେବେ ଲୋକଙ୍କ ସମସ୍ୟା ଉପରେ ଧ୍ୟାନ ଦେବାକୁ କୋର୍ଟ ଦିଲ୍ଲୀ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଦିଲ୍ଲୀ ସରକାର ଗୋଟିଏ ପଟରେ ଯୁଗ୍ମ-ଅଯୁଗ୍ମ ଯୋଜନା ଦ୍ୱାରା ପ୍ରଦୂଷଣ କମ୍ ହେଉଛି ବୋଲି ଦାବି କରୁଥିବା ବେଳେ ଅନ୍ୟ ପକ୍ଷରେ ଜାନୁଆରୀ ୧୫ ତାରିଖ ପରେ ଏହାକୁ ଲାଗୁ ନ କରିବା ନେଇ ସରକାର କରୁଥିବା ଯୋଜନାକୁ ନେଇ ଲୋକଙ୍କ ମନରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଯୁଗ୍ମ-ଅଯୁଗ୍ମ ଯୋଜନା କାର୍ଯ୍ୟକାରୀ କରାଯିବାର ଶୈଳୀ ଉପରେ ଉଭୟ ବିଜେପି ଓ କଂଗ୍ରେସ ପ୍ରଶ୍ନ କରିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।