କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଓଡ଼ିଆ ସମେତ ସମସ୍ତ ଶାସ୍ତ୍ରୀୟ ଭାଷାର ବିଭାଗ ଖୋଲିବ

ନୂଆଦିଲ୍ଲୀ:  ଭାରତର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସମେତ ସମସ୍ତ ଶାସ୍ତ୍ରୀୟ ଭାଷାର ବିଭାଗ ଖୋଲାଯିବ। ଏନେଇ ୟୁଜିସିର ସହମତି ମିଳିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ଯେ, ଓଡ଼ିଆ ସମେତ ସମସ୍ତ ଶାସ୍ତ୍ରୀୟ ଭାଷାର ଉନ୍ନତି ଓ ଗବେଷଣା ଦିଗରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଆ ଭାଷାର ବିକାଶ ଓ ଗବେଷଣା ପାଇଁ  କେନ୍ଦ୍ର ସରକାରଙ୍କ ପକ୍ଷରୁ  ରାଜ୍ୟ ସରକାରଙ୍କୁ କୌଣସି ସିଧାସଳଖ […]

mahesh-sharma

Rakesh Mallick
  • Published: Wednesday, 04 May 2016
  • , Updated: 04 May 2016, 07:01 AM IST

ନୂଆଦିଲ୍ଲୀ:  ଭାରତର ସମସ୍ତ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ସମେତ ସମସ୍ତ ଶାସ୍ତ୍ରୀୟ ଭାଷାର ବିଭାଗ ଖୋଲାଯିବ। ଏନେଇ ୟୁଜିସିର ସହମତି ମିଳିଛି। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି ଯେ, ଓଡ଼ିଆ ସମେତ ସମସ୍ତ ଶାସ୍ତ୍ରୀୟ ଭାଷାର ଉନ୍ନତି ଓ ଗବେଷଣା ଦିଗରେ କାର୍ଯ୍ୟ କରିଥିବା ବ୍ୟକ୍ତି ବିଶେଷଙ୍କୁ ରାଷ୍ଟ୍ରପତି ପୁରସ୍କାର ପ୍ରଦାନ କରାଯିବ। ଓଡ଼ିଆ ଭାଷାର ବିକାଶ ଓ ଗବେଷଣା ପାଇଁ  କେନ୍ଦ୍ର ସରକାରଙ୍କ ପକ୍ଷରୁ  ରାଜ୍ୟ ସରକାରଙ୍କୁ କୌଣସି ସିଧାସଳଖ ପାଣ୍ଠି ଦିଆଯିବନି। ଓଡ଼ିଆ ଭାଷାର ଉନ୍ନତି ଓ ଗବେଷଣା ନେଇ ରାଜ୍ୟସଭା ସାଂସଦ ବୈଷ୍ଣବ ପରିଡ଼ାଙ୍କ ପ୍ରଶ୍ନରେ ଉତ୍ତରରେ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ମହେଶ ଶର୍ମା ଏହା କହିଛନ୍ତି।

Related story