ଅଫିସ୍‌ ଭିତରେ ପଶି ସାମ୍ୱାଦିକଙ୍କୁ ହତ୍ୟା କଲେ ଦୁର୍ବୃତ୍ତ

ଅହମ୍ମଦାବାଦ: ଗୁଜରାଟର ଜୁନାଗଡ଼ରେ ଗତକାଲି ରାତିରେ ଜଣେ ସାମ୍ୱାଦିକଙ୍କୁ ଅଫିସ୍‌ ଭିତରେ ପଶି ଦୁର୍ବୃତ୍ତମାନେ ଛୁରୀରେ ହତ୍ୟା କରିଛନ୍ତି। ତାଙ୍କ ନାଁ କିଶୋର ଦେବ। କିଶୋରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେ ‘ଜୟ ହିନ୍ଦ୍’ ନାମକ ଏକ ଖବର କାଗଜରେ ବ୍ୟୁରୋ ଚିଫ୍‌ ଭାବେ କାର୍ଯ୍ୟ କରୁଥିଲେ। ବିଜେପିର ବରିଷ୍ଠ ନେତା ରତିଲାଲ୍‌ ସୁରେଜାଙ୍କ ପୁଅ ଡାକ୍ତର ଭାବେଶ ସୁରୋଜ କିଶୋରଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ରତିଲାଲ୍‌ ସୁରୋଜ ଗୁଜରାଟର […]

giraf

Rakesh Mallick
  • Published: Tuesday, 23 August 2016
  • , Updated: 23 August 2016, 02:22 PM IST

ଅହମ୍ମଦାବାଦ: ଗୁଜରାଟର ଜୁନାଗଡ଼ରେ ଗତକାଲି ରାତିରେ ଜଣେ ସାମ୍ୱାଦିକଙ୍କୁ ଅଫିସ୍‌ ଭିତରେ ପଶି ଦୁର୍ବୃତ୍ତମାନେ ଛୁରୀରେ ହତ୍ୟା କରିଛନ୍ତି। ତାଙ୍କ ନାଁ କିଶୋର ଦେବ। କିଶୋରଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା। ସେ ‘ଜୟ ହିନ୍ଦ୍’ ନାମକ ଏକ ଖବର କାଗଜରେ ବ୍ୟୁରୋ ଚିଫ୍‌ ଭାବେ କାର୍ଯ୍ୟ କରୁଥିଲେ। ବିଜେପିର ବରିଷ୍ଠ ନେତା ରତିଲାଲ୍‌ ସୁରେଜାଙ୍କ ପୁଅ ଡାକ୍ତର ଭାବେଶ ସୁରୋଜ କିଶୋରଙ୍କୁ ହତ୍ୟା କରିଥିବା ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ରତିଲାଲ୍‌ ସୁରୋଜ ଗୁଜରାଟର ମୋଦି ସରକାରଙ୍କ ସମୟରେ କୃଷି ମନ୍ତ୍ରୀ ଥିଲେ।

ଗତ ଏକ ବର୍ଷ ହେବ ସାମ୍ୱାଦିକ କିଶୋର ଦେବ ଓ ଡାକ୍ତର ଭାବେଶ ସୁରୋଜଙ୍କ ମଧ୍ୟରେ ପାଟିତୁଣ୍ଡ ଚାଲିଥିଲା। ଡାକ୍ତର ଭାବେଶଙ୍କ ବିରୋଧରେ  ଜଣେ ମହିଳା ଯୌନ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଏହି  ଘଟଣା ସମ୍ପର୍କରେ ସାମ୍ୱାଦିକ କିଶୋର ଦେବ ଖବର ପ୍ରକାଶ କରିଥିଲେ। ଏହାପରେ ଭାବେଶ ସାମ୍ୱାଦିକଙ୍କ ବିରୋଧରେ ମାନହାନି ମାମଲା ଦାୟର କରିଥିଲେ।

ସାମ୍ୱାଦିକଙ୍କ ପରିବାର ଲୋକେ କହିଛନ୍ତି,“ ପୂର୍ବରୁ ବହୁ ଥର ଜୀବନରୁ ମାରି ଦେବାକୁ କିଶୋରଙ୍କ ପାଖକୁ ଧମକ ଆସିଥିଲା। ଗତକାଲି ସେ ଅଫିସ୍‌ କାମ କରୁଥିବା ସମୟରେ କିଛି ଅଜଣା ଦୁର୍ବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିଛନ୍ତି।”

ଗୁଜରାଟ ପୋଲିସ୍‌ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Related story