ଶୂନ ତଳକୁ ଖସିଲା ତୈଳ ଦର, କରୋନା ମାଡ଼ରେ ଦର ବ୍ୟାରେଲ୍‌ ପ୍ରତି -୩୭.୬୩ ଡଲାର

ନ୍ୟୁୟର୍କ: ସୋମବାର ଆମେରିକା ଅବିଶୋଧିତ ତୈଳ ଦରରେ ଅବିଶ୍ୱସନୀୟ ହ୍ରାସ ଘଟିଛି। ଏହା ବର୍ତ୍ତମାନ ବ୍ୟାରେଲ ପ୍ରତି -୩୭.୬୩ ଡଲାର ରହିଛି। ଆମେରିକୀୟ ଡଲାରରେ ଦର ଧାର୍ଯ୍ୟ ହେଉଥିବା ତୈଳ ଦର ବ୍ୟାରେଲ୍‌ ପ୍ରତି ବର୍ତ୍ତମାନ ଦର ଶୂନ ବା (୦) ତଳକୁ ଖସିଆସିଛି, ଯାହାକି ଇତିହାସରେ ପ୍ରଥମ। ଆମେରିକାରେ ଷ୍ଟୋରେଜ୍‌ ଭର୍ତ୍ତି ହୋଇଯିବା କାରଣରୁ ଏଭଳି ସ୍ଥିତି ଉପୁଜିଛି। ଜର୍ମାନୀ ଏବଂ ଜାପାନ ଆଦି ଦେଶରେ ଅର୍ଥନୀତିକ ସ୍ଥିତି ଏପରି ହୋଇଛି ଯେ, ତୈଳ ଚାହିଦା […]

Oil

Subrat Kumar Nayak
  • Published: Tuesday, 21 April 2020
  • , Updated: 21 April 2020, 12:27 AM IST

ନ୍ୟୁୟର୍କ: ସୋମବାର ଆମେରିକା ଅବିଶୋଧିତ ତୈଳ ଦରରେ ଅବିଶ୍ୱସନୀୟ ହ୍ରାସ ଘଟିଛି। ଏହା ବର୍ତ୍ତମାନ ବ୍ୟାରେଲ ପ୍ରତି -୩୭.୬୩ ଡଲାର ରହିଛି। ଆମେରିକୀୟ ଡଲାରରେ ଦର ଧାର୍ଯ୍ୟ ହେଉଥିବା ତୈଳ ଦର ବ୍ୟାରେଲ୍‌ ପ୍ରତି ବର୍ତ୍ତମାନ ଦର ଶୂନ ବା (୦) ତଳକୁ ଖସିଆସିଛି, ଯାହାକି ଇତିହାସରେ ପ୍ରଥମ। ଆମେରିକାରେ ଷ୍ଟୋରେଜ୍‌ ଭର୍ତ୍ତି ହୋଇଯିବା କାରଣରୁ ଏଭଳି ସ୍ଥିତି ଉପୁଜିଛି। ଜର୍ମାନୀ ଏବଂ ଜାପାନ ଆଦି ଦେଶରେ ଅର୍ଥନୀତିକ ସ୍ଥିତି ଏପରି ହୋଇଛି ଯେ, ତୈଳ ଚାହିଦା କେବେ ବଢ଼ିବ ତାହା ମଧ୍ୟ ସନ୍ଦେହ ଘେରରେ।
https://twitter.com/morganhousel/status/1252309233527373824?s=20

କରୋନା ଭାଇରସ୍‌ କାରଣରୁ ଲୋକେ ଏବେ ଘରେ ରହୁଛନ୍ତି। ଯାନବାହାନ ଚଳାଚଳ ବି ଏକ ପ୍ରକାର ଠପ୍‌ ହୋଇଯାଇଛି। ତେଣୁ ତୈଳ ଚାହିଦା ମଧ୍ୟ ହ୍ରାସ ପାଇଛି। ଏହାର ମାଡ଼ ସିଧା ତୈଳ ଦର ଉପରେ ପଡ଼ିଛି।
https://twitter.com/ANI/status/1252308974730436616?s=20

ଆଜି ଆମେରିକା ଡବ୍ଲୁଟିଆଇ କଣ୍ଟ୍ରାକ୍ଟ ୧୭.୩୭ ଡଲାରରୁ ୯୯% ହ୍ରାସ ପାଇ ୦.୧୫ ଡଲାରରେ ପହଞ୍ଚିଯାଇଛି। ଏହା ପୂର୍ବରୁ ସର୍ବକାଳୀନ କମ୍‌ ରେକର୍ଡ ୨.୨୬ ଡଲାରକୁ ଅତିକ୍ରମ କରିଥିଲା। ଏହାପରେ ଏବେ ବିଯୁକ୍ତାତ୍ମକ ବା ନେଗେଟିଭ୍‌ ସ୍ତରକୁ ଖସିଆସିଛି। ଏହା ୧୯୪୬ ପରଠାରୁ ସବୁଠାରୁ କମ୍‌। ଏହା ଲଗାତର ଖସିବାରେ ଲାଗିଛି ଏହା ପୂର୍ବରୁ ଓପେକ୍‌ ଏବଂ ଏହାର ସଦସ୍ୟଙ୍କ ସହ ଚୁକ୍ତି ହୋଇଥିଲେ ହେଁ ଏହାର ପ୍ରଭାବ ପଡ଼ିନାହିଁ।

Related story