ମେହବୁବା ମୁଫତି ଓ ଓମାର ଅବଦୁଲ୍ଲାଙ୍କୁ ଭେଟିଲେ ପରିବାର ଲୋକେ

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଅଗଷ୍ଟ ୫ରୁ ଅଟକ ରହିଛନ୍ତି। ଏହି ସମୟରେ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା କାହାରିକୁ ଭେଟି ପାରୁନଥିଲେ। ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଶ୍ରୀନଗର […]

MEHBOOBA MUFTI UMAR ABDULLHA

Subhransu Sekhar
  • Published: Sunday, 01 September 2019
  • , Updated: 01 September 2019, 02:27 PM IST

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ଅଟକ ଥିବା ରାଜ୍ୟର ଦୁଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ମେହବୁବା ମୁଫତିଙ୍କୁ ତାଙ୍କ ପରିବାର ଓ ସମ୍ପର୍କୀୟ ଭେଟିଛନ୍ତି। ନ୍ୟାସନାଲ କନଫରେନସର ନେତା ଓମାର ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟିର ମୁଖ୍ୟ ମେହବୁବା ମୁଫତି ଅଗଷ୍ଟ ୫ରୁ ଅଟକ ରହିଛନ୍ତି। ଏହି ସମୟରେ ମେହବୁବା ମୁଫତି ଏବଂ ଓମାର ଅବଦୁଲ୍ଲା କାହାରିକୁ ଭେଟି ପାରୁନଥିଲେ।

ସୂଚନା ଅନୁଯାୟୀ ଚଳିତ ସପ୍ତାହରେ ଶ୍ରୀନଗର ହରି ନିବାସରେ ଅଟକ ଥିବା ଓମାର ଅବଦୁଲ୍ଲାଙ୍କୁ ତାଙ୍କ ପରିବାର ଲୋକେ ଦୁଇ ଥର ଭେଟିଥିଲେ। ଓମାର ଅବଦୁଲ୍ଲାଙ୍କ ଭଉଣୀ ସଫିଆ ଓ ତାଙ୍କ ପିଲାମାନେ ଗତକାଲି ତାଙ୍କୁ ଅବଦୁଲ୍ଲାଙ୍କୁ ୨୦ ମିନିଟ୍ ପାଇଁ ଭେଟିଥିଲେ ବୋଲି ଜଣାପଡ଼ିଛି। ୨୦ ଦିନ ଧରି ଅଟକ ରହିବା ପରେ ଅବଦୁଲ୍ଲାଙ୍କ ଦାଢ଼ି ଲମ୍ୱା ହୋଇଯାଇଥିବା ଜଣାପଡ଼ିଛି।

ସାଫିଆ ଦୀର୍ଘ ଦିନ ଧରି ଅବଦୁଲ୍ଲାଙ୍କ ସହ କଥା ହେବା ପାଇଁ ଡେପୁଟି ପୁଲିସ୍ କମିଶନରଙ୍କୁ ନିବେଦନ କରିଥିଲେ। ଏହାପରେ ଇଦ୍ ଅବସରରେ ପ୍ରଥମ ଥର ପାଇଁ ଭାଇଙ୍କ ସହିତ ଫୋନରେ କଥା ହୋଇଥିଲେ ସାଫିଆ। ଓମାରଙ୍କ ବାପା ତଥା ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲା ମଧ୍ୟ ଗୃହବନ୍ଦୀ ରହିଛନ୍ତି।

ସେହିପରି ଗତ ଗୁରୁବାର ମେହବୁବା ମୁଫତିଙ୍କୁ ତାଙ୍କ ମାଆ ଓ ଭଉଣୀ ଭେଟିଥିଲେ। ଜମ୍ମୁ ସରକାରଙ୍କ ପର୍ଯ୍ୟଟନ ବିଭାଗ ଅଧୀନରେ ଥିବା ଚେସମାଶାହିରେ ଏବେ ମେହବୁବା ମୁଫତି ଅଟକ ରହିଛନ୍ତି।

ଅଟକ ସମୟରେ ଏହି ଦୁଇ ନେତା କୌଣସି ଟିଭି ଚ୍ୟାନେଲ୍ ଦେଖିପାରୁ ନାହାନ୍ତି। ପ୍ରଶାସନ ପକ୍ଷରୁ କେବଳ ଡିଭିଡି ପ୍ଲେୟାର ଯୋଗାଇ ଦିଆଯାଇଥିଲା ଫିଲ୍ମ ଦେଖିବା ପାଇଁ। ୪୯ ବର୍ଷୀୟ ଓମାର କିନ୍ତୁ ଫିଲ୍ମ ଦେଖିବା ବଦଳରେ ଅଧିକାଂଶ ସମୟ ବହି ପଢ଼ୁଛନ୍ତି ଓ ବ୍ୟାୟାମ କରୁଛନ୍ତି ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜମ୍ମୁ କଶ୍ନୀରରୁ ଧାରା ୩୭୦ ଉଚ୍ଛେଦ ହେବା ପରେ ସରକାର ଆଇନ ଶୃଙ୍ଖଳା ବିଗିଡିପାରେ ଆଶଙ୍କା କରି ମେହବୁବା ମୁଫତି ଓ ଓମାରର ଅବଦୁଲ୍ଲାଙ୍କ ସମେତ ଅନେକ ନେତାଙ୍କୁ ପ୍ରଥମେ ଗୃହବନ୍ଦୀ ଓ ପରେ ଗିରଫ କରିଥିଲେ। ସ୍ଥିତି ସୁଧୁରୁଥିବା ଦେଖି ପ୍ରଶାସନ ମଧ୍ୟ ସୁରକ୍ଷା ବ୍ୟବସ୍ଥାରେ ଢିଲା କରୁଥିବା ଦେଖିବାକୁ ମିଳିଛି।

Related story