ସହିଦଙ୍କ ପତ୍ନୀଙ୍କୁ ରାକ୍ଷୀରେ ନୂଆ କୋଠା ଘର ଦେଲେ ଗାଁ ଲୋକେ

ଭୋପାଲ୍: ଗତକାଲି ଥିଲା ପବିତ୍ର ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ଭାଇମାନେ ରାକ୍ଷୀ ପିନ୍ଧିବା ପରେ ଭଉଣୀମାନଙ୍କୁ ଅନେକ ଉପହାର ଦେଇଥିଲେ। କିନ୍ତୁ ମଧ୍ୟପ୍ରଦେଶର ଏକ ଗାଁରେ ଏହାକୁ ଭିନ୍ନ ରୂପେ ପାଳନ କରାଯାଇଥିଲା। ଗାଁର ଜଣେ ସହିଦଙ୍କ ପତ୍ନୀଙ୍କୁ ଗ୍ରାମବାସୀ ଏକ ନୂଆ କୋଠା ଘର ଉପହାର ଦେଇଥିଲେ। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।  ହାବିଲଦାର ମୋହନ ସିଂହ ସୁନେର ୧୯୯୨ ମସିହାରେ ସହିଦ ହୋଇଥିଲେ। ତାଙ୍କ ଘର […]

sahid new house gifted by villegers

Subhransu Sekhar
  • Published: Friday, 16 August 2019
  • , Updated: 16 August 2019, 01:55 PM IST

ଭୋପାଲ୍: ଗତକାଲି ଥିଲା ପବିତ୍ର ରକ୍ଷା ବନ୍ଧନ ବା ରାକ୍ଷୀ ପୂର୍ଣ୍ଣିମା। ଏହି ଅବସରରେ ଭାଇମାନେ ରାକ୍ଷୀ ପିନ୍ଧିବା ପରେ ଭଉଣୀମାନଙ୍କୁ ଅନେକ ଉପହାର ଦେଇଥିଲେ। କିନ୍ତୁ ମଧ୍ୟପ୍ରଦେଶର ଏକ ଗାଁରେ ଏହାକୁ ଭିନ୍ନ ରୂପେ ପାଳନ କରାଯାଇଥିଲା। ଗାଁର ଜଣେ ସହିଦଙ୍କ ପତ୍ନୀଙ୍କୁ ଗ୍ରାମବାସୀ ଏକ ନୂଆ କୋଠା ଘର ଉପହାର ଦେଇଥିଲେ। ଆଉ ଏହା ଏବେ ଚର୍ଚ୍ଚାର ବିଷୟ ହୋଇଛି।

 ହାବିଲଦାର ମୋହନ ସିଂହ ସୁନେର ୧୯୯୨ ମସିହାରେ ସହିଦ ହୋଇଥିଲେ। ତାଙ୍କ ଘର ମଧ୍ୟପ୍ରଦେଶ ଦେପଲପୁର ଜିଲ୍ଲାର ପିର ପିପଲିୟା ଗାଁରେ। ସହିଦଙ୍କ ସ୍ତ୍ରୀ ରାଜୁ ବାଈ ଓ ତାଙ୍କ ଦୁଇ ସନ୍ତାନ ଦୀର୍ଘ ୨୭ ବର୍ଷ ହେବ ଏକ ମାଟି କାନ୍ଥ ଥିବା ଅଧା ଆଜ୍‌ବେଷ୍ଟସ୍‌ ଏବଂ ଟାଇଲ୍‌ ମିଶା ଛପର ଘରେ ରହି ଆସୁଖିଲେ। ସହିଦଙ୍କ ପରିବାର ହୋଇଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ସେମାନଙ୍କୁ ସେମିତି କିଛି ସହାୟତା ଦେଇ ନଥିଲେ। ମାତ୍ର ୭୦୦ ଟଙ୍କା ମାସିକ ଭତ୍ତା ପାଉଥିଲେ ସହିଦଙ୍କ ପତ୍ନୀ। ଏହାକୁ ନେଇ ଗାଁଲୋକେ ଅନେକ ନେତାଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁଫଳ ମିଳି ନଥିଲା।

ଏହାପରେ ଗାଁ ଭାଇମାନେ ଏକାଠି ହୋଇ ଚାନ୍ଦା କରି ରାଜୁ ବାଈଙ୍କୁ ରାକ୍ଷୀ ପୂର୍ଣ୍ଣିମା ଅବସରରେ ୧୧ ଲକ୍ଷ ଟଙ୍କାର ନୂଆ କୋଠା ଉପହାର ଦେଇଛନ୍ତି। ଖାଲି ଏତିକି ନୁହେଁ, ରାଜୁ ବାଈଙ୍କ ଗୃହ ପ୍ରବେଶ ଦୃଶ୍ୟ ଦେଖିଥିଲେ ଆପଣଙ୍କ ଆଖିରେ ବି ଲୁହ ଆସି ଯାଇଥା’ନ୍ତା। ଗାଁର ପୁରଷ ଲୋକମାନେ ଧାଡ଼ି ହୋଇ ଦୁଇ ହାତର ପାପୁଲି ତଳେ ରଖିଥିଲେ ଓ ସେଥିରେ ସେ ଚାଲି ଗୃହ ପ୍ରବେଶ କରିଥିଲେ।

ଆଗାମୀ ଦିନରେ ସହିଦ ମୋହନ ସିଂହ ସୁନେରଙ୍କ ପ୍ରତିମୂର୍ତ୍ତି ତିଆରି କରିବା ପାଇଁ ଗାଁ ଲୋକେ ଲକ୍ଷ୍ୟ ରଖିଛନ୍ତି। ଏଥିସହ ସେ ପାଠ ପଢ଼ିଥିବା ଗାଁ ସ୍କୁଲ୍‌କୁ ବି ତାଙ୍କ ନାଁରେ ନାମିତ କରିବାକୁ ପ୍ରଶାସନକୁ ନିବେଦନ କରାଯିବ ବୋଲି ଗାଁ ଲୋକେ କହିଛନ୍ତି।

Related story