ଛାତ୍ରଙ୍କୁ କୁରାଢ଼ୀରେ ହାଣିବାକୁ ଧମକ ଦେଲେ ଶିକ୍ଷକ, ଭିଡିଓ ଭାଇରାଲ

ଶ୍ରୀନଗର: ଜମ୍ମୁ-କଶ୍ମୀରର ଜଣେ ଶିକ୍ଷକ କେମିତି ଆତଙ୍କ ସୃଷ୍ଟି କରୁଥିଲେ, ତା’ର ଭିଡିଓ ସାମ୍ନାକୁ ଆସିଛି। ଶିକ୍ଷକ ଜଣଙ୍କ ଜଣେ ଛାତ୍ରଙ୍କୁ ତଳେ ପକାଇ କୁରାଢ଼ୀରେ ହାଣି ଦେବାକୁ ଧମକ ଦେବା ବେଳର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଥିବା ଶିକ୍ଷକ ଜଣଙ୍କ ଉତ୍ତର କଶ୍ମୀରର ହିଣ୍ଡୱାରାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ାନ୍ତି। ଯଦି ଛାତ୍ର ଜଣଙ୍କ ତାଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ନ ଆଣନ୍ତି, ତା’ହେଲେ କୁରାଢ଼ୀରେ ସେ […]

qw

Hemant Lenka
  • Published: Wednesday, 03 July 2019
  • , Updated: 03 July 2019, 01:27 PM IST

ଶ୍ରୀନଗର: ଜମ୍ମୁ-କଶ୍ମୀରର ଜଣେ ଶିକ୍ଷକ କେମିତି ଆତଙ୍କ ସୃଷ୍ଟି କରୁଥିଲେ, ତା’ର ଭିଡିଓ ସାମ୍ନାକୁ ଆସିଛି। ଶିକ୍ଷକ ଜଣଙ୍କ ଜଣେ ଛାତ୍ରଙ୍କୁ ତଳେ ପକାଇ କୁରାଢ଼ୀରେ ହାଣି ଦେବାକୁ ଧମକ ଦେବା ବେଳର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ ହୋଇଛି। ଭିଡିଓରେ ଥିବା ଶିକ୍ଷକ ଜଣଙ୍କ ଉତ୍ତର କଶ୍ମୀରର ହିଣ୍ଡୱାରାରେ ଥିବା ଏକ ଘରୋଇ ସ୍କୁଲରେ ପାଠ ପଢ଼ାନ୍ତି।

ଯଦି ଛାତ୍ର ଜଣଙ୍କ ତାଙ୍କ ଆଚାର ବ୍ୟବହାରରେ ପରିବର୍ତ୍ତନ ନ ଆଣନ୍ତି, ତା’ହେଲେ କୁରାଢ଼ୀରେ ସେ ତାଙ୍କୁ ହାଣିଦେବେ ବୋଲି ଧମକ ଦେଉଛନ୍ତି। ଭିଡିଓ ଅନୁଯାୟୀ, ଶିକ୍ଷକ ଜଣଙ୍କ ହାତରେ କୁରାଢ଼ୀ ଧରିଥିବା ବେଳେ ଛାତ୍ରଟି ତଳେ ପଡ଼ିଥିବା ଦେଖିବାକୁ ମିଳିଛି। ଏହି ସମୟରେ ଅନ୍ୟ ପିଲାମାନେ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ଶିକ୍ଷକ ଜଣଙ୍କ ସମସ୍ତଙ୍କୁ ଆଖି ବନ୍ଦ କର ବୋଲି ନିର୍ଦ୍ଦେଶ ଦେବା ସହ ଏବେ ସେ ତଳେ ପଡ଼ିଥିବା ଛାତ୍ରଟିକୁ ହାଣିବେ ବୋଲି କହୁଛନ୍ତି।

ଭିଡିଓରେ ଥିବା ଛାତ୍ରମାନେ କୌଣସି ୟୁନିଫର୍ମ ପିନ୍ଧି ନାହାନ୍ତି। ସେମାନେ ଶୀତ ଦିନେ ପିନ୍ଧୁଥିବା ପେହରାନ ପରିଧାନ କରିଛନ୍ତି। ଏହି ପେହରାନ ହେଉଛି କଶ୍ମୀର ଗାଉନ୍‌। ଶୀତରୁ ଶରୀରକୁ ରକ୍ଷା କରିବା ପାଇଁ ଲୋକମାନେ ଏହାକୁ ପିନ୍ଧିଥାଆନ୍ତି।

ପୁଲିସ୍‌ ଏବେ ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ତେବେ ଏହି ଭିଡିଓଟି କେବେ ଶୁଟିଂ ହୋଇଥିଲା, ତାହା ଜଣାପଡ଼ି ନାହିଁ।

ଭିଡିଓଟିରେ କିଛି ସମ୍ବେଦନଶୀଳ ଦୃଶ୍ୟ ଥିବାରୁ ଏହାକୁ ଏଠାରେ ଦିଆଯାଉନାହିଁ। 

Related story